ED Arrest Satyendar Jain: ସୋମବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅର୍ଥ ହେରଫେର ଅର୍ଥାତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ପୂର୍ବରୁ ଏଜେନ୍ସି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ୪ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଥିଲା। ତଦନ୍ତ ସହଯୋଗ କରୁ ନ ଥିବା  ନେଇ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଅଭିଯୋଗ ରହିଥିଲା। ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖରେ ଯଥେଷ୍ଟ ପ୍ରମାଣ ରହିଛି।


COMMERCIAL BREAK
SCROLL TO CONTINUE READING

ଆୟରୁ ଅଧିକ ସମ୍ପତ୍ତି ମାମଲାରେ ମଧ୍ୟ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନାଁ ସାମ୍ନାକୁ ଆସିସାରିଛି। ଅଭିଯୋଗ ରହିଛି ସେ କୋଲକାତା ଭିତ୍ତିକ କମ୍ପାନୀ ଜରିଆରେ ବେନାମୀ ସମ୍ପତ୍ତି ସଂଗ୍ରହ କରିଥିଲେ। ଏହି ସେଲ କମ୍ପାନୀ ସାହାଯ୍ୟରେ ମନ୍ତ୍ରୀ ତାଙ୍କ ବେନାମୀ ସମ୍ପତ୍ତିକୁ ଧଳା ଟଙ୍କାରେ ପରିଣତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଗିରଫ ହେବା ପରେ ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି ସରକାର ଉପରେ ପ୍ରଶ୍ନ ଉଠାଇଛି । ଏହାପୂର୍ବରୁ ଦିଲ୍ଲୀର କିଛି ମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି।


ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ଘଟଣାରେ ପ୍ରତିକ୍ରିୟା ରଖି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ବିଜେପି ହିମାଚଳ ହରାଉଛି ସେଥିପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ଜୈନଙ୍କ ବିରୋଧରେ ୮ ବର୍ଷ ଧରି ଏକ ମିଥ୍ୟା ମାମଲା ଚାଲିଛି। ତାଙ୍କୁ ଅନେକ ଥର ଡକାଯାଇ ଜେରା କରାଯାଇଛି। ହେଲେ କିଛି ମିଳିନଥିବାରୁ ତାଙ୍କୁ ଜେରା ପାଇଁ ଡକା ଯାଇ ନ ଥିଲା। 


ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ବିଜେପି ନେତା ମନଜିନ୍ଦର ସିଂହ ସିରସା କହିଛନ୍ତି ଯେଉଁମାନେ ଭୁଲ୍ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିଶ୍ଚିତ। ସେହିପରି କଂଗ୍ରେସ ନେତା ରସିଦ ଅଲଭି କହିଛନ୍ତି ବିଜେପି ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ସରକାରୀ ଏଜେନ୍ସି ଉପରେ ବିଶ୍ୱାସ କରାଯାଇ ପାରିବ ନାହିଁ।