ନୂଆଦିଲ୍ଲୀ: ଦିଲ୍ଲୀ ଓଡ଼ିଶା ମିଡ଼ିଆ ଆସୋସିଏସନର ନୂତନ କର୍ମକର୍ତ୍ତା କମିଟି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀର ପ୍ରେସ କ୍ଲବ ଅଫ ଇଣ୍ଡିଆରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନବନିର୍ବାଚିତ କମିଟି ଆଗାମୀ ୩ ବର୍ଷ ପାଇଁ କାର୍ଯ୍ୟ କରିବ। ବରିଷ୍ଠ ସାମ୍ବାଦିକ ସଞ୍ଜିବ ଆଚାର୍ଯ୍ୟ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ବରିଷ୍ଠ ସାମ୍ବାଦିକ ସୌମିତ୍ର ମିଶ୍ର ଓ ପ୍ରଭାତୀ ନାୟକ ମିଶ୍ର ଉପସଭାପତି, ଶକ୍ତି ପ୍ରସାଦ ନାୟକ ସାଧାରଣ ସମ୍ପାଦକ, ସନ୍ତୋଷ କୁମାର ମହାପାତ୍ର ଓ ଶବନମ ଆଦେନି ଯୁଗ୍ମ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ଭାବେ ସନ୍ତୋଷ କୁମାର ମହାପାତ୍ର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

୧୫ ଜଣିଆ କାର୍ଯ୍ୟକାରିଣୀ କମିଟିରେ ପ୍ରଭୁଦତ୍ତ ମିଶ୍ର, ଗଗନ ବିଶ୍ୱାଳ, ବିଭୁଦତ୍ତ ପ୍ରଧାନ, ମୁକ୍ତିକାନ୍ତ ହେବେରା, ସୁଚିତ୍ରା କଲ୍ୟାଣ ମହାନ୍ତି, ଅରୁଣ ଦାସ, ପ୍ରତୀକ ପରିଜା, ଦୀପକ ଦାସ, ଶିବାନନ୍ଦ ରାଉତ, ଶାଶ୍ୱତ ପାଣିଗ୍ରାହୀ, ରମେଶ ପାଲ, ବିଦ୍ୟାଧର ବାରିକ, ସଦାଶିବ ଶତପଥୀ, ଆଦିତ୍ୟ ପ୍ରସାଦ ପଣ୍ଡା ଓ ଗୋପାଳ ପ୍ରସାଦ ବର୍ମା ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀ ଓଡ଼ିଶା ମିଡ଼ିଆ ଆସୋସିଏସନର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଛାୟାକାନ୍ତ ନାୟକ ଓ ବରିଷ୍ଠ ସାମ୍ବାଦିକ ମୋହନ ରାଓ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି।