Unlock ପ୍ରକ୍ରିୟା ଆରମ୍ଭ, ଆସନ୍ତାକାଲିଠୁ ଖୋଲିପାରେ ସେଲୁନ ଓ ସାପ୍ତାହିକ ହାଟ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Aravind Kejriwal) ନିକଟରେ ବଜାର, ମଲ୍ ଏବଂ ଦିଲ୍ଲୀ ମେଟ୍ରୋ (Delhi Metro) ସେବା କାର୍ଯ୍ୟ ଆରମ୍ଭ ଘୋଷଣା କରିବାବେଳେ କହିଛନ୍ତି ଯେ, କୋରୋନା (Coronavirus) ସ୍ଥିତିରେ ସୁଧାର ଆସିଲେ ଆଗାମୀ ଦିନରେ ଅନ୍ୟ କିଛି କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯିବ।
ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କୋରୋନା ସଂକ୍ରମଣ (Covid-19) ମାମଲା କ୍ରମାଗତ ହ୍ରାସ ହେଉଛି। ଏହି ପରିପ୍ରେକ୍ଷୀରେ ସ୍ଥିତି ସୁଧୁରିବାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଆସନ୍ତା ସପ୍ତାହରୁ ଅର୍ଥାତ ଆସନ୍ତାକାଲି ଠାରୁ ସେଲୁନ୍ ଏବଂ ସାପ୍ତାହିକ ବଜାର ଖୋଲିବାକୁ ଅନୁମତି ଦେଇପାରନ୍ତି। ଶନିବାର ସୂତ୍ରରୁ ଏଭଳି ସଙ୍କେତ ମିଳିଛି।
ସୂଚନାଯୋଗ୍ୟ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Aravind Kejriwal) ନିକଟରେ ବଜାର, ମଲ୍ ଏବଂ ଦିଲ୍ଲୀ ମେଟ୍ରୋ (Delhi Metro) ସେବା କାର୍ଯ୍ୟ ଆରମ୍ଭ ଘୋଷଣା କରିବାବେଳେ କହିଛନ୍ତି ଯେ, କୋରୋନା (Coronavirus) ସ୍ଥିତିରେ ସୁଧାର ଆସିଲେ ଆଗାମୀ ଦିନରେ ଅନ୍ୟ କିଛି କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯିବ।
ସୂଚନାନୁସାରେ, ଆସନ୍ତା ସପ୍ତାହରୁ ସେଲୁନ୍ (Salon) ଏବଂ ସାପ୍ତାହିକ ବଜାର (Weekly Market) ଖୋଲିବାକୁ ଅନୁମତି ଦେବା ଭଳି ଦିଲ୍ଲୀ ସରକାର ଅଧିକ ଆଶ୍ୱସ୍ତି ଦେଇପାରନ୍ତି। ଏହା ବ୍ୟତୀତ ଜିମ୍, ସିନେମା ହଲ ଏବଂ ରେଷ୍ଟୁରାଣ୍ଟ ଖୋଲିବାକୁ ମଧ୍ୟ ବିଚାର କରାଯାଉଛି। ଏହାପୂର୍ବରୁ ସରକାର ନିର୍ମାଣ କାର୍ଯ୍ୟ ଏବଂ କାରଖାନାଗୁଡ଼ିକୁ ଆସନ୍ତା ୩୧ ତାରିଖରୁ ପର୍ଯ୍ୟାୟକ୍ରମେ ଖୋଲିବାକୁ ଅନୁମତି ଦେଇଥିଲେ।
ଦିଲ୍ଲୀ ସରକାରଙ୍କ ହେଲଥ ବୁଲେଟିନ୍ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡର 213ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସେହି ଅନୁଯାୟୀ ସଂକ୍ରମଣ ହାର ୦.୩ ପ୍ରତିଶତକୁ ଖସି ଆସିଛି। ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି (CTI) ଜୁନ୍ ୧୪ରୁ ସେଲୁନ୍ ଏବଂ ଜିମ୍ ଖୋଲିବାକୁ ଦାବି କରିଛି। ଏହି ପେଶାରେ ଦିଲ୍ଲୀର ପ୍ରାୟ ୧୫ ଲକ୍ଷ ଲୋକ ନିର୍ଭରଶୀଳ ଥିବା ସଭାପତି ବ୍ରିଜେଶ ଗୋୟଲ କହିଛନ୍ତି।