South Korea : ଉତ୍ତର କୋରିଆରେ ଚାଲିଛି ଏକଛତ୍ରବାଦୀ ଶାସନ। ନିକଟରେ ଜାରି କରାଯାଇଥିବା ଆଦେଶରେ କିମ ଜୋଙ୍ଗ୍ ଉନଙ୍କ ର ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଉତ୍ତର କୋରିଆବାସୀଙ୍କୁ ଏକ ଗମ୍ଭୀର ନିର୍ଦ୍ଦେଶ ଦିଆଯାଇଛି ଯେ,ପ୍ରତି ମାସରେ ଅତି କମରେ ୧୦ କିଲୋଗ୍ରାମ ଶୁଖିଲା ମଣିଷ ମଳ ସଂଗ୍ରହ କରି ସରକାରଙ୍କୁ ଦେବାକୁ। ଯେଉଁମାନେ ଏହି ଆଦେଶ ପାଳନ କରୁନାହାନ୍ତି ସେମାନଙ୍କୁ ୫୦୦୦ ୱନ୍ ଅର୍ଥାତ ଇଣ୍ଡିଆନ କରେନ୍ସି ହିସାବରେ ୫୦୦ ଟଙ୍କା ଜରିମାନା କରାଯିବ।


COMMERCIAL BREAK
SCROLL TO CONTINUE READING

କିମ ଜୋଙ୍ଗ ଉନ୍ ଦକ୍ଷିଣ କୋରିଆ ସୀମାରେ ମଳ ଭର୍ତ୍ତି ବେଲୁନ୍ ପଠାଇବାର ପ୍ରାୟ ଏକ ମାସ ପରେ ଏହି ନିର୍ଦ୍ଦେଶ ଆସିଛି। କୁହାଯାଉଛି ଏକଛତ୍ରବାଦୀ ଶାସକଙ୍କର ଏହି ନୂତନ ଆଦେଶ ହେଉଛି ଏହିପରି ଆବଜର୍ନା ଭର୍ତ୍ତି ବେଲୁନ ଦକ୍ଷିଣ କୋରିଆ ସୀମାରେ ପକାଇବା ଘଟଣାର ପୁନରାବୃତ୍ତି କରିବା।


ଏହି ମଳ ସାର କେନ୍ଦ୍ରରେ ଜମା କରିବାକୁ ପଡିବ, ଯେଉଁଠାରୁ ସେମାନଙ୍କୁ ସେମାନଙ୍କ ଅବଦାନ ପାଇଁ ପ୍ରମାଣପତ୍ର ଦିଆଯିବ। ପରେ ପ୍ରମାଣପତ୍ରଗୁଡ଼ିକ ଘର ଘର ବୁଲି ସରକାରୀ ଅଧକାରୀଙ୍କ ଦ୍ବାରା ଯାଞ୍ଚ କରାଯିବ।


ଉତ୍ତର କୋରିଆବାସୀଙ୍କ ପାଇଁ ଏହା ଏକ ନୂଆ କଥା ନୁହେଁ। ଉତ୍ତର କୋରିଆବାସୀ କୃଷିରେ ସାର ଭାବରେ ମାନବ ମଳ ବ୍ୟବହାର କରିସାରିଛନ୍ତି। କିନ୍ତୁ, ସାଧାରଣତଃ ଏହି କାର୍ଯ୍ୟ ଶୀତଦିନେ କରାଯାଇଥାଏ, ଯେତେବେଳେ ଫସଲ ରୋପଣ କରିବାର ସମୟ ଆସିଥାଏ। କିନ୍ତୁ, ନିକଟରେ ନେତା କିମ ଜୋଙ୍ଗ୍ ଉନ ଏକ ନୂତନ କୃଷିର ପ୍ରଥମ ପଦକ୍ଷେପ ଆରମ୍ଭ କରିଛନ୍ତି। ଯାହା ଦ୍ୱାରା ଲୋକମାନଙ୍କୁ ସେମାନଙ୍କର ମଳ ସଂଗ୍ରହ କରିବାକୁ ପଡିବ। ତେବେ କିମଙ୍କ ନିଷ୍ପତ୍ତି ଉପରେ ଅଧିକାଂଶ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।