Donald Trump on PM Modi: ଏକ ଜାତୀୟ ଗଣମାଧ୍ୟମ ସହିତ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) 2024 ମସିହାରେ ପୁନର୍ବାର ରାଷ୍ଟ୍ରପତି ନିର୍ବାଚନରେ ​​(Presidential Election) ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସଂକେତ ଦେଇ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ (Prime Minister Modi) ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବହୁତ ଭଲ କାମ କରୁଛନ୍ତି ଓ ମୋ ଠାରୁ କେହି ଭଲ ବନ୍ଧୁ ଭାରତ ହୋଇ ନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ବନ୍ଧୁ ରହିସାରିଛୁ । ମୁଁ ଭାବୁଛି ସେ ଜଣେ ଅଦ୍ଭୁତ ବ୍ୟକ୍ତି ଓ ଏକ ଚମତ୍କାର କାର୍ଯ୍ୟ କରୁଛନ୍ତି । ତାଙ୍କ କାମ ସହଜ ନୁହେଁ । କିନ୍ତୁ ଆମେ ଦୀର୍ଘ ଦିନ ଧରି ପରସ୍ପରକୁ ଜାଣିଛୁ । ସେ ବହୁତ ଭଲ ଅଟନ୍ତି ।"


COMMERCIAL BREAK
SCROLL TO CONTINUE READING

ଯେତେବେଳେ ତାଙ୍କୁ ପଚରାଗଲା ଯେ ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଓ ବାରାକ ଓବାମାଙ୍କ (Barack Obama) ଅପେକ୍ଷା ଭାରତ ସହ ତାଙ୍କର ଭଲ ସମ୍ପର୍କ ଅଛି କି? ଡୋନାଲ୍ଡ ଟ୍ରମ୍ପ ଏହାର ଉତ୍ତର ଦେଇ କହିଛନ୍ତି, ମୋତେ ଲାଗୁଛି ଯେ ମୋର ସମ୍ପର୍କ.. ଆପଣଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚାରିବାକୁ ପଡ଼ିବ, କିନ୍ତୁ ମୋତେ ଲାଗୁନାହିଁ ଯେ ଭାରତ ରାଷ୍ଟ୍ରପତି ଟ୍ରମ୍ପଙ୍କ ଅପେକ୍ଷା ପୂର୍ବରୁ କୌଣସି ଭଲ ବନ୍ଧୁ ପାଇଛି ।'


ସେ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ କି ନାହିଁ ବୋଲି ଟ୍ରମ୍ପଙ୍କୁ ପଚରାଯାଇଥିଲା । ସେ କହିଛନ୍ତି, "ସମସ୍ତେ ଚାହାଁନ୍ତି ଯେ ମୁଁ ରାଷ୍ଟ୍ରପତିଙ୍କ ପାଇଁ ଲଢ଼ିବି । ମୁଁ ସର୍ଭେରେ ଆଗରେ ଅଛି । ମୁଁ ଭାବୁଛି ଶୀଘ୍ର ମୁଁ ଏହା ବିଷୟରେ ନିଷ୍ପତ୍ତି ନେବି ।"


ଏହା ସହିତ ଟ୍ରମ୍ପ ଭାରତୀୟ ସମ୍ପ୍ରଦାୟରୁ ପାଇଥିବା ବିପୁଳ ସମର୍ଥନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ କହିଥିଲେ । ତାଙ୍କ ଅଧ୍ୟକ୍ଷତାରେ ଟ୍ରମ୍ପ ପିଏମ ମୋଦିଙ୍କ ସହ ହ୍ୟୁଷ୍ଟନ ଓ ଭାରତରେ ବଡ ବଡ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ।


କହିରଖୁଛୁ ଯେ ନଭେମ୍ବର ୨୦୨୦ ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପ ପରାସ୍ତ ହୋଇଥିଲେ । ତେବେ ସେ ନିର୍ବାଚନରେ ​​ହାର ମାନିନଥିଲେ ଓ ଠକେଇ ଅଭିଯୋଗ ଆଣିଥିଲେ । ଏହା ପରେ ତାଙ୍କ ସମର୍ଥକମାନେ ଜାନୁଆରୀ ୬ ରେ କ୍ୟାପିଟାଲ ହିଲ (ସଂସଦ ବିଲଡିଂ କମ୍ପ୍ଲେକ୍ସ) ରେ ହିଂସା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । ନିକଟରେ ରାଷ୍ଟ୍ରପତି ଜୋ ବାଇଡେନ ଏହି ଘଟଣା ସମ୍ପର୍କରେ ଟ୍ରମ୍ପ ଓ ତାଙ୍କ ସମର୍ଥକଙ୍କ ହିଂସା ଉପରେ ଦୃଢ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକାରେ ରାନୈତିକ ହିଂସା ପାଇଁ ସ୍ଥାନ ନାହିଁ।


ଏହା ବି ପଢ଼ନ୍ତୁ: ଏପରି ଆଦୌ କରନ୍ତୁ ନାହିଁ! NEET ପାସ୍ ନ କରିପାରିବରୁ ଜୀବନ ହାରିଲେ ୧୯ ବର୍ଷର ଝିଅ


ଏହା ବି ପଢ଼ନ୍ତୁ: Amit Shah security breach: ବିଜେପି ଶାସିତ ରାଜ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅସୁକ୍ଷିତ, ଗୁଇନ୍ଦା ସଂସ୍ଥାକୁ ଚକମା ଦେଇ ଯୁବକ ଗିରଫ