Delhi High Court: ବିଭିନ୍ନ ସମୟରେ କାଇକୋର୍ଟ ( High Court) କିମ୍ବା ସୁପ୍ରିମକୋର୍ଟ (Supreme Court) ଶାରୀରିକ ସମ୍ପର୍କ ସମ୍ବନ୍ଧୀୟ ଭିନ୍ନ ଭିନ୍ନ ରାୟ ଶୁଣାଇଥାନ୍ତି। ବିଭିନ୍ନ ମାମଲାର ଶୁଣାଣୀ (Verdict) ସମୟରେ ବିଭିନ୍ନ ଦିଗକୁ ଦୃଷ୍ଚିରେ ରଖି ପୂର୍ବତନ ରାୟରେ ମଧ୍ୟ ପରିବର୍ତ୍ତନ କରିଥାନ୍ତି। ଯେପରି ସର୍ବୋଚ୍ଚ ନ୍ୟାୟାଳୟର ପରକୀୟା ପ୍ରୀତି ସପକ୍ଷରେ ରାୟ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ସେହିପରି ଏବେ ଦିଲ୍ଲୀ ହାଇକୋର୍ଟ (Delhi High Court) ଏକ ଚାଞ୍ଚଲ୍ୟକର ରାୟ ଶୁଣାଇଛନ୍ତି। ଯେଉଁଥିରେ କୋର୍ଟ କହିଛନ୍ତି, ଯେ ସମ୍ମତି ଭିତ୍ତିକ ଶାରୀରିକ ସମ୍ପର୍କ (Physical Relationship) ରଖୁଥିବା ବ୍ୟକ୍ତି ତାଙ୍କ ସାଥୀ ଆଧାର କିମ୍ବା ପ୍ୟାନ କାର୍ଡ ଦେଖାଇବା ଓ ଜନ୍ମ ତାରିଖ ସମ୍ପର୍କରେ ଧାରଣା ଦେବା ଗୁରୁତ୍ବପୂର୍ଣ୍ଣ ନୁହେଁ।


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀ ହାଇକୋର୍ଟର ବିଚାରପତି ଜସମିତ ସିଂ ଜଣେ ନାବାଳିକା ସହଯୋଗୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିଥିଲେ। ନାବାଳିକାଙ୍କ ରେକର୍ଡରେ ତିନୋଟି ଭିନ୍ନଭିନ୍ନ ଜନ୍ମ ତିଥି ରହିଛି, ଯାହାକୁ ନେଇ କୋର୍ଟ କହିଛନ୍ତି କଥିତ ବଳାତ୍କାର ସମୟରେ ସେ ନାବାଳକା ନଥିଲେ।


ହାଇକୋର୍ଟ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଜଣେ ବ୍ୟକ୍ତି, ଯାହାଙ୍କର କୌଣସି ଅନ୍ୟ ସାଥୀ ସହିତ ସମ୍ମତି ଭିତ୍ତିକ ଶାରୀରିକ ସମ୍ପର୍କ ଥିବ, ତାଙ୍କୁ ଆଇନ ଅନୁଯାୟୀ ଅନ୍ୟ ବ୍ୟକ୍ତିର ଜନ୍ମ ତିଥିର ଯାଞ୍ଚ କରିବା ଆବଶ୍ୟକ ନାହିଁ। ଶାରୀରିକ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ତାଙ୍କୁ ଆଧାର କାର୍ଡ, ପ୍ୟାନ୍ କାର୍ଡ ଦେଖିବା ଏବଂ ତାଙ୍କ ସ୍କୁଲ ରେକର୍ଡରୁ ଜନ୍ମ ତାରିଖ ଯାଞ୍ଚ କରିବା ଆବଶ୍ୟକ ନୁହେଁ।


ଜଷ୍ଟିସ ସିଂ ତାଙ୍କ ଆଦେଶରେ କହିଛନ୍ତି ଯେ, ଅଭିଯୁକ୍ତଙ୍କ ଆଧାର କାର୍ଡରେ ଜନ୍ମ ତାରିଖ ୦୧.୦୧.୧୯୯୮ ରହିଛି। ଆବେଦନକାରୀଙ୍କ ପାଇଁ ଏହା ଯଥେଷ୍ଟ ଯେ, ସେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିନଥିଲେ। ବିଚାରପତି କହିଛନ୍ତି ଯେ, ମୁଁ ଭାବେ ଯେ ବର୍ତ୍ତମାନ ମାମଲାରେ ଯାହା ଦେଖାଯାଉଛି ତାହା ଠାରୁ ବୟସ ଅଧିକ ଅଛି।


ଏହି ସମୟ ମଧ୍ୟରେ ଦିଲ୍ଲୀ ହାଇକୋର୍ଟ 'କପିଲ ଗୁପ୍ତା ବନାମ ରାଜ୍ୟ'ର ଅନ୍ୟ ଏକ ରାୟକୁ ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ ତାହା ଏପରି ଏକ ମାମଲା ଥିଲା ଯେଉଁଥିରେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଫଶାଯାଉଥିଲା ଓ ସେମାନଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଲୁଟା ଯାଉଥିଲା। ବ୍ୟକ୍ତିଗତ ଭାବେ ଏହି ଘଟଣାର ଅନୁସନ୍ଧାନ କରିବା ଓ ହନିଟ୍ରାପର ଏପରି ମାମଲାକୁ ଯାଞ୍ଚ  କରିବା ପାଇଁ କୋର୍ଟ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଆଧାର କାର୍ଡ ଓ ତାହା ଜାରି କରାଯାଇଥିବା ତାରିଖ ସମ୍ବନ୍ଧିତ ଦସ୍ତାବେଜ ଗୁଡିକର ଯାଞ୍ଚ କରିବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।


ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । ତେବେ ସ୍ୱାମୀଙ୍କ ପରକୟା ପ୍ରୀତି ପାଇଁ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କଲେ ଏହା ଅପରାଧ ବୋଲି ରାୟ ଶୁଣାଇଥିଲେ କୋର୍ଟ । ତେବେ ଏହି କ୍ଷେତ୍ରରେ ସ୍ତ୍ରୀ ଆତ୍ମହତ୍ୟା କଲେ ଏଥିପାଇଁ କେବଳ ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ଦାୟୀ କରାଯାଇ ପାରିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟରେ ଏକ ମାମଲାର ଶୁଣାଣୀ ବେଳେ ରାୟ ଦେଇଥିଲେ ।