Draupadi Murmu: ପାର୍ଲାମେଣ୍ଟ ସେଣ୍ଟ୍ରାଲ ହବରେ ଶପଥ ଗ୍ରହଣ କରିଛନ୍ତି ଭାରତର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ମାଟିର ସୁଯୋଗ୍ୟ କନ୍ୟା ପ୍ରଥମ ଆଦିବାସୀ ରାଷ୍ଟ୍ରପତି  ହୋଇଛନ୍ତି। ୬୪ ବର୍ଷୀୟା ମୁର୍ମୁ ହେଉଛନ୍ତି ଦେଶର ସର୍ବକନିଷ୍ଠା, ପ୍ରଥମ ଜନଜାତି ସମ୍ପ୍ରଦାୟର ଏବଂ ଦେଶ ସ୍ବାଧୀନ ହେବା ପରେ ଜନ୍ମିତା ରାଷ୍ଟ୍ରପତି। ସାରା ଓଡ଼ିଶା ଆଜି ତାଙ୍କ ପାଇଁ ଗର୍ବିତ । ତେବେ  ରାଷ୍ଟ୍ରପତି ଭାବରେ ଶପଥ ନେବା ସହିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଠିକଣା ବଦଳିଛି । ଦ୍ରୌପଦୀଙ୍କୁ ନେଇ ଆମେ ଆଜି ଏପରି କଥା କହିବୁ ଯାହା ଆପଣଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ।  


COMMERCIAL BREAK
SCROLL TO CONTINUE READING

ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ଛୋଟ ଘରେ ରହୁଥିବା ଦ୍ରୌପଦୀ ମୁର୍ମୁ ଏବେ ଶହ ଶହ ଏକରର ରାଷ୍ଟ୍ରପତି ଭବନରେ ରହିବେ । ମୁର୍ମୁଙ୍କ ଓଡ଼ିଶା ଘର ଉପରେ ନଜର ପକାଇଲେ ଆପଣ ସ୍ପଷ୍ଟ  ଜାଣିପାରିବେ ଏହା କୌଣସି ଭିଭିଆଇପି  ଘର ନୁହେଁ ଏକ ସାଧାରଣ ମଧ୍ୟବିତ୍ତ ପରିବାର ବସବାସ କରୁଥିବା ଘର। ୨ମହଲା ଘର ଯେଉଁଥିରେ ୬ଟି ରୁମ ରହୁଛି । ତେବେ ଏଠାରୁ ଏବେ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଯାଇ ବାସ କରିବେ ମୁର୍ମୁ । ଯେଉଁ ଭବନ କି ୩୩୦ ଏକର କ୍ଷେତ୍ରରେ ପର୍ଯ୍ୟବେଶିତ।  


ରାଷ୍ଟ୍ରପତି ଭବନରେ ୩୪୦ଟି ରୁମ ରହିଥିବା ବେଳେ କେବଳ ଗାର୍ଡେନ ଏରିଆ ହିଁ ୧୯୦ ଏକରର । ୭୫୦ କର୍ମଚାରୀ ଏଠାରେ  କାମ କରନ୍ତି । ଏବେ  ଏଠାରେ ରହିବେ ମ୍ୟାଡାମ ପ୍ରେସିଡେଣ୍ଟ ଦ୍ରୌପଦୀ ମୁର୍ମୁ। ଯାହାକି ସମଗ୍ର ଓଡ଼ିଶାରେ ଖୁସିର ଲହରୀ ଆଣିଦେଇଛି । ଏବେ ଭାରତର ଦୁଇ ଶ୍ରେଷ୍ଠ ସାମ୍ବିଧାନିକ ପଦବୀରେ ଥିବା ନେତା ସ୍ବାଧିନତା ପରେ ଜନ୍ମିତ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ବାଧିନତା ପରେ ଜନ୍ମିତ ପ୍ରଥମ ପ୍ରଧାନ ମନ୍ତ୍ରୀ ହୋଇଥିଲେ ।  


ତେବେ ଆଜି ରାଷ୍ଟ୍ରପତି ଶପଥ ଗ୍ରହଣ ଉତ୍ସବରେ ଦ୍ରୌପଦୀ ମୁର୍ମୁଙ୍କ ଝିଅ, ପରିବାରର ଅନ୍ୟ ସଦସ୍ୟଙ୍କ ସହ ସହପାଠୀ ଓ ବନ୍ଧୁବାନ୍ଧବଙ୍କୁ ମିଶାଇ ୫୦ରୁ ଅଧିକ ଲୋକ ଉପସ୍ଥିତ ରହିଥିଲେ। ମୟୁରଭଞ୍ଜ ଜିଲ୍ଲାର ୬ ବିଜେପି ବିଧାୟକ ମଧ୍ୟ ଯୋଗ ଦେଇଥିଲେ । ସେହିପରି ଦ୍ରୌପଦୀଙ୍କ ଶପଥ ସମାରୋହରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅନ୍ୟାନ୍ୟ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ବି ସାମିଲ ହୋଇଥିଲେ । ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ସମାରୋହରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି, ଲୋକସଭା ବାଚସ୍ପତି, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ସାଂସଦ, ଭାରତ ସରକାରଙ୍କ ପ୍ରମୁଖ ସାମରିକ ଓ ବେସାମରିକ ଅଧିକାରୀ ବି ଉପସ୍ଥିତ ରହିଥିଲେ ।


ଏହା ବି ପଢ଼ନ୍ତୁ: ରାମନାଥ କୋବିନ୍ଦଙ୍କ ଉପରେ ଜୋରଦାର ଟାର୍ଗେଟ କଲେ ମେହବୁବା; କହିଲେ- ସମ୍ବିଧାନକୁ ଭାଙ୍ଗି ...