ନୂଆଦିଲ୍ଲୀ: କେନ୍ଦ୍ର ସରକାର (Central Govt) ଏକ ବଡ଼ ନିଷ୍ପତ୍ତି ନେଇ ସାରା ଦେଶର କୋଟି କୋଟି ବାହନ ଚାଳକଙ୍କୁ ରିହାତି ପ୍ରଦାନ କରିଛନ୍ତି । ବାସ୍ତବରେ, ସରକାରଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ଦିଲ୍ଲୀ-ଏନସିଆର ସମେତ ସମଗ୍ର ଦେଶରେ ଗାଡି ଚଲାଇବା ସମୟରେ ଡ୍ରାଇଭିଂ ଲାଇସେନ୍ସ (DL) ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ (RC) ବହନ କରିବାର କୌଣସି ଆବଶ୍ୟକତା ନାହିଁ । ବର୍ତ୍ତମାନ ଡ୍ରାଇଭରମାନେ ଡିଜିଲୋକର୍ (DigiLocker) କିମ୍ବା ଏମ-ପରିବହନ  (m-Parivahan) ମୋବାଇଲ୍ ଆପ୍ ରେ ଡିଜିଟାଲ୍ ରଖାଯାଇଥିବା ଡକ୍ୟୁମେଣ୍ଟଗୁଡ଼ିକୁ ଟ୍ରାଫିକ୍ ପୋଲିସ୍ ଓ ପରିବହନ ବିଭାଗକୁ ଦେଖାଇ ପାରିବେ ।


COMMERCIAL BREAK
SCROLL TO CONTINUE READING

ମିଳିଲା ଆଇନଗତ ସ୍ୱୀକୃତି


କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରଣାଳୟ (Union Ministry of Transport and Highways) ଦ୍ୱାରା ଜାରି କରାଯାଇଥିବା ଆଦେଶ ପରେ ବର୍ତ୍ତମାନ ଏମ-ପରିବହନ m-Parivahan) ଆପ୍ ଓ ଡିଜି ଲକର (DigiLocker) ରେ ସେଭ୍ ହୋଇଥିବା ଡକ୍ୟୁମେଣ୍ଟଗୁଡିକ ସମସ୍ତ ରାଜ୍ୟରେ ବୈଧ ବୋଲି ବିବେଚନା କରାଯିବ । ଏହାକୁ ବର୍ତ୍ତମାନ ଆଇନଗତ ମାନ୍ୟତା ଦିଆଯାଇଛି । ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଖବରକାଗଜରେ ବିଜ୍ଞାପନ ଦେଇ ଲୋକଙ୍କୁ ଏହି ବିଷୟରେ ସୂଚନା ଦେଉଛନ୍ତି ।


ପୋଲିସ ବାଧ୍ୟ କରିପାରିବ ନାହିଁ


ସରକାରଙ୍କ କହିବାନୁସାରେ, ବର୍ତ୍ତମାନ ଡିଜିଲୋକର ଓ ଏମ-ପରିବହନରେ ଆପଣ ଡକ୍ୟୁମେଣ୍ଟ୍ ଦେଖାଉଛନ୍ତି ତ ଟ୍ରାଫିକ୍ ପୋଲିସ୍ ଆପଣଙ୍କୁ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡି ଆରସିର ହାର୍ଡ କପି ଦେଖାଇବାକୁ ବାଧ୍ୟ କରିପାରିବ ନାହିଁ । ସରକାରୀ ଆଦେଶ ଅନୁଯାୟୀ, ଡିଜି ଲକର କିମ୍ବା ଏମ-ପରିବହନ ମୋବାଇଲ୍ ଆପରେ ଡିଜିଟାଲ୍ ଡ୍ରାଇଭିଂ ଲାଇସେନ୍ସ ଓ ପଞ୍ଜୀକରଣ ପ୍ରମାଣପତ୍ର ମୋଟର ଯାନ ଅଧିନିୟମ, ୧୯୮୮ ଅନୁଯାୟୀ ବୈଧ ଦଲିଲ ଅଟେ । ପରିବହନ ବିଭାଗ ଦ୍ୱାରା ଜାରି କରାଯାଇଥିବା ପ୍ରମାଣପତ୍ର ସହିତ ଏଗୁଡିକ ଆଇନଗତ ଭାବରେ ସ୍ୱୀକୃତିପ୍ରାପ୍ତ ହୋଇଛି ।


ମୂଳ ଡକ୍ୟୁମେଣ୍ଟ୍ ପରି ବୈଧ


ପରିବହନ ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଡିଜି ଲକର ଓ ଏମ-ପରିବହନ ଆପରେ ପ୍ରଦର୍ଶିତ ହେଲେ ଟ୍ରାଫିକ ପୋଲିସ ଓ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଶାଖା ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସିର ଇଲେକ୍ଟ୍ରୋନିକ୍ ଫର୍ମକୁ ବୈଧ ବୋଲି ମନେ କରନ୍ତି । ବିଜ୍ଞପ୍ତିରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଡିଜି ଲକର କିମ୍ବା ଏମ-ପରିବହନରେ ଉପଲବ୍ଧ ଡ୍ରାଇଭିଂ ଲାଇସେନ୍ସ ଓ ପଞ୍ଜୀକରଣ ପ୍ରମାଣପତ୍ରର ଇଲେକ୍ଟ୍ରୋନିକ୍ ରେକର୍ଡଗୁଡିକ ମଧ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ଅନୁଯାୟୀ ମୂଳ ଦଲିଲ ଭାବରେ ସ୍ୱୀକୃତିପ୍ରାପ୍ତ ।


ଡିଜିଲୋକର୍ କିମ୍ବା ଏମ-ପରିବହନ୍ ଆପ୍ ପରି ସରକାରୀ ଅନୁମୋଦିତ ଆପ୍ସରେ ଏହିପରି ଡକ୍ୟୁମେଣ୍ଟ୍ ରଖିବା ନିରାପଦ ଓ ବୈଧ ବୋଲି ବିବେଚନା କରାଯାଏ, କିନ୍ତୁ ଡିଜିଟାଲ୍ ସଂରକ୍ଷଣ କରିବା ପାଇଁ ବ୍ୟବହୃତ ଅନ୍ୟ ଆପ୍ ଗୁଡିକ ମୂଳ ଦଲିଲ ଭାବରେ ସ୍ୱୀକୃତିପ୍ରାପ୍ତ ନୁହେଁ ।


ଅଧିକ ପଢ଼ନ୍ତୁ:-ଅତ୍ୟାଧିକ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ, ଏସବୁ ରୋଗ ହେବାର ରହିଥାଏ ଆଶଙ୍କା


ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର


ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍