Earthquake In Solomon Islands: ସୋଲୋମନ ଦ୍ବୀପରେ ଭୟଙ୍କର ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୦ ରହିଛି । 
 ମଙ୍ଗଳବାର ସକାଳ ୭.୩୩ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ସୋଲୋମାନ ଦ୍ୱୀପରେ ହୋଇଥିବା ଭୂକମ୍ପ ସହ ଅଧିକ ସୂଚନା ସଂଗ୍ରହ କରାଯାଉଛି। ଏଥି ସହିତ ଭୂକମ୍ପ ପରେ ଉପକୂଳରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି । ଭୂମିକମ୍ପରେ ପରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କ ସୂଚନା ଦିଆଯାଇଛି । ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲି ଯିବାକୁ କୁହାଯାଇଛି । ଭୟଙ୍କର ଭୂମିକମ୍ପ ପରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ ଲୋକ । ତେବେ ଏଥିରେ କ୍ଷୟକ୍ଷତି ରିପୋର୍ଟ ଏଯାଏଁ ମିଳି ପାରିନାହିଁ ।


COMMERCIAL BREAK
SCROLL TO CONTINUE READING

ସୋଲୋମନ ଦ୍ବୀପରେ ଭୂମିକମ୍ପ ପୂର୍ବରୁ, ସୋମବାର ଶକ୍ତିଶାଳୀ ଭୂମିକମ୍ପରେ ଥରିଉଠିଥିଲା ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆ। ସୋମବାର ଦେଶର ମୁଖ୍ୟ ଭୂଖଣ୍ଡ ଜାଭା ଦ୍ୱୀପରେ ସୋମବାର ହୋଇଥିବା ଭୂକମ୍ପରେ ପ୍ରାୟ ୧୬୨ ଜଣଙ୍କ ମୃତ୍ୟୁ ହୋଇଛି। ସିୟାଞ୍ଜୁର ପ୍ରଶାସନ ମୁଖ୍ୟ ହରମାନ ସୁହରମନ୍ କହିଛନ୍ତି ଯେ ମୁଁ ବର୍ତ୍ତମାନ ପାଇଥିବା ସୂଚନା ଅନୁଯାୟୀ କେବଳ ଏହି ଡାକ୍ତରଖାନାରେ ପ୍ରାୟ ୨୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛ। ଏଠାରେ ଅତି କମରେ ୩୦୦ ଲୋକ ଚିକିତ୍ସିତ ହେଉଛନ୍ତି। ଭୂମିକମ୍ପ କାରଣରୁ ଅନେକ କୋଠାଘର ଭାଙ୍ଗି ଯିବାରୁ ସେଠାରେ ଅନେକ ଲୋକ ଫସିଯାଇ ଆହତ ହୋଇଛନ୍ତି।


ଦକ୍ଷିଣ-ପୂର୍ବ ଏସୀୟ ଦେଶ (South East Asian Nation) ଇଣ୍ଡୋନେସିଆରେ (Indonesia) ଅନୁଭୂତ ହୋଇଥିବା ଭୂମିକମ୍ପ (Earthquake) ସମ୍ପର୍କରେ ପ୍ରତିକ୍ରିୟା ରଖିଛି ଯୁକ୍ତରାଷ୍ଟ୍ର ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ (United States Geological Survey) ୟୁଏସଜିଏସ (USGS)। ଏହି ଭୂମିକମ୍ପର ତୀବ୍ରତା ୫.୪ ରହିଥିବା ୟୁଏସଜିଏସ କହିଛି। ଏନେଇ କୁହାଯାଇଛି ୫.୪ ତୀବ୍ରତା ବିଶିଷ୍ଟ ଭୂମିକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ଜାଭା ପ୍ରଦେଶର (Java Province Indonesia) ସିୟାଞ୍ଜୁର ଅଞ୍ଚଳରେ (Cianjur) ୧୦ କିଲୋମିଟର ଗଭୀରତାରେ ରହିଛି। ଶକ୍ତିଶାଳୀ ଭୂମିକମ୍ପ କାରଣରୁ ଅନେକ ଘରଦ୍ୱାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ସିୟାଞ୍ଜୁର ଜିଲ୍ଲା ସ୍ଥାନୀୟ ଅଧିକାରୀ କହିଛନ୍ତି। ଦେଶର ଦକ୍ଷିଣ ଜାକର୍ତ୍ତାର (South Jakarta) ଜଣେ କର୍ମଚାରୀ ବିଡି଼ ପ୍ରିମାଧାନିଆ କହିଛନ୍ତି ଭୂକମ୍ପ ଝଟକା ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିଲା। ମୁଁ ମୋର ସହକର୍ମୀଙ୍କ ସହ ଜରୁରୀକାଳୀନ ସିଡ଼ି ସହିତ ନବମ ମହଲାରେ ଆମ କାର୍ଯ୍ୟାଳୟ ଛାଡିବାକୁ ସ୍ଥିର କରିଥିଲୁ।


ଇଣ୍ଡୋନେସିଆ ହେଉଛି ୨୭ କୋଟିରୁ ଅଧିକ ଲୋକ ବସବାସ ଏକ ବିଶାଳ ଦ୍ୱୀପପୁଞ୍ଜ (Indonesian Islands)। ଏହି ଦେଶରେ ବାରମ୍ବାର ଭୂମିକମ୍ପ (Earthquake) ଅନୁଭୂତ ହେବା, ଆଗ୍ନେୟଗିରି ଉଦଗୀରଣ (Volcanic Eruption) ଏବଂ ସୁନାମୀ (Tsunami) ଭଳି ପ୍ରାକୃତିକ ବିପର୍ଯ୍ୟୟ ଅନୁଭୂତ ହୋଇଥାଏ।


ଚଳିତ ବର୍ଷ ଫେବୃଆରୀରେ ପଶ୍ଚିମ ସୁମାତ୍ରା ପ୍ରଦେଶରେ (West Sumatra Province) ୬.୨ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା ଏହି ଘଟଣାରେ ଅତି କମରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୬୦ ଜଣରୁ ଅଧିକ ଲୋକ ଆହତ ହୋଇଥିଲେ। ଗତ ବର୍ଷ ଜାନୁଆରୀରେ ପଶ୍ଚିମ ସୁଲାୱେସି ପ୍ରଦେଶରେ (West Sulawesi Province) ୬.୨ ତୀବ୍ରତା ବିଶିଷ୍ଟ ଅନ୍ୟ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ୧୦୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୫୦୦ ଲୋକ ଆହତ ହୋଇଥିଲେ। ଗତ ୨୦୦୪ ବର୍ଷରେ ଭାରତ ମହାସାଗରରେ (Indian Ocean) ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ସହ ଏକ ଭୟାନକ ସୁନାମୀ ଦ୍ୱାରା ପ୍ରାୟ ୨ ଲକ୍ଷ ୩୦ ହଜାର ୩୦୦ ମୃତ୍ୟୁ ହୋଇଥିଲା। ଏହି ଭୂମିକମ୍ପ ଏବଂ ସୁନାମୀ କାରଣରୁ ଇଣ୍ଡୋନେସିଆ ସର୍ବାଧିକ କ୍ଷତି ସହିଥିଲା।