ନୂଆଦିଲ୍ଲୀ: Edible Oil Price: ଦୀର୍ଘ ସମୟ ପରେ ଖାଇବା ତେଲର ମୂଲ୍ୟ (Edible oil price) ରେ ରିହାତି ମିଳିଛି । ଆମଦାନୀ ଶୁଳ୍କ ସହିତ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ଯୋଗୁଁ ତେଲ ଲିଟର ପିଛା ୮-୧୫ ଟଙ୍କା ହ୍ରାସ ପାଇଛି । ଏହି କାରଣରୁ ଲୋକମାନେ ମହଙ୍ଗାରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି । ବିଗତ ଦିନ ତୁଳନାରେ ବର୍ତ୍ତମାନ ମଧ୍ୟ ତୈଳ ମୂଲ୍ୟ (Edible oil price) ଅଧିକ ରହିଛି । ଶୀତ ଓ ବିବାହ ଋତୁରେ ତେଲର ଚାହିଦା ଦେଢ଼ ଗୁଣ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ଲୋକମାନେ ମୂଲ୍ୟ ହ୍ରାସ ଦ୍ୱାରା ଉପକୃତ ହେବେ । ଗତ ଏକ ମାସ ତୁଳନାରେ କାଚି ଘାନି ସୋରିଷ ତେଲ (mustard oil) ର ମୂଲ୍ୟ ଲିଟର ପିଛା ୧୫ ଟଙ୍କା ହ୍ରାସ ପାଇଛି ।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଖୁଚୁରା ବଜାରରେ ସୋରିଷ ତେଲ (mustard oil) ଲିଟର ପିଛା ୧୭୫ ରୁ ୧୬୦ ଟଙ୍କା ରହିଛି । ଏହାପୂର୍ବରୁ ଏହାର ମୂଲ୍ୟ ଲିଟର ପିଛା ୧୮୦ରୁ ୧୯୦ ଟଙ୍କାରେ ପହଞ୍ଚିଥିଲା । ଲିଟର ପିଛା ୧୩୫ ଟଙ୍କାରେ ବିକ୍ରି ହୋଇଥିବା ରିଫାଇନ୍ ତେଲ ଲିଟର ପିଛା ୮ ଟଙ୍କା ହ୍ରାସ ଘଟି ୧୨୭ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ ପାମ୍ ତେଲ ଉପରେ ଟିଣ ପିଛା ୨୦୦ ଟଙ୍କା ହ୍ରାସ ପାଇଛି । ପାମ୍ ଅଏଲ ୨୩୦୦ ଟଙ୍କାରୁ ହ୍ରାସ  ଘଟି ୨୧୦୦ ଟଙ୍କାକୁ ପହଞ୍ଚିଛି । ତୈଳ ବ୍ୟବସାୟୀ ରୋହିତ ଖଣ୍ଡେଲୱାଲ, ଦିଲୀପ ସେସେମ କହିଛନ୍ତି ଯେ ଆମଦାନୀ ଶୁଳ୍କ ଓ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ହେତୁ ତେଲର ମୂଲ୍ୟ ହ୍ରାସ ପାଇଛି । ତୈଳ ମୂଲ୍ୟରେ ଆହୁରି ହ୍ରାସ ହେବାର ଆଶଙ୍କା ରହିଛି ।


ବ୍ରାଣ୍ଡେଡ୍ ପ୍ୟାକେଜ୍ ତେଲର ମୂଲ୍ୟ ୧୦ରୁ ୨୦ ଟଙ୍କା ହ୍ରାସ ପାଇଛି 


ସୋରିଷ ତେଲ (Mustard Oil) ର ମୂଲ୍ୟ ଲିଟର ପିଛା ୧୯୦ରୁ ୧୭୦ ଟଙ୍କାକୁ ପହଞ୍ଚିଛି । ସେହିଭଳି ବ୍ରାଣ୍ଡେଡ୍ ସୋରିଷ ତେଲର ମୂଲ୍ୟ ୨୦୦ରୁ ୧୯୦ ଟଙ୍କା ହ୍ରାସ ପାଇଛି । ଲିଟର ପିଛା ୧୦ ଟଙ୍କା ହ୍ରାସ ଘଟିଛି ।​ ଅକ୍ଟୋବରରେ ଏହାର ମୂଲ୍ୟ ଲିଟର ପିଛା ୨୨୫ ଟଙ୍କାରେ ପହଞ୍ଚିଥିଲା ।


୭ ମାସ ପର୍ଯ୍ୟନ୍ତ ଧରି ବୃଦ୍ଧି ଜାରି ଥିଲା 


ଚଳିତ ବର୍ଷ ଆରମ୍ଭରେ ତୈଳ ମୂଲ୍ୟ ବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଅବଧି ମଧ୍ୟରେ ହାରାହାରି ଖାଇବା ତେଲ ଲିଟର ପିଛା ୮୦ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ମୂଲ୍ୟରେ ଏପର୍ଯ୍ୟନ୍ତ ସାମାନ୍ୟ ହ୍ରାସ ଘଟିଛି । ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ ସାଧାରଣ ଲୋକ ରୋଷେଇ ଘରର ବଜେଟ୍ ବ୍ୟାହତ ହୋଇଛି । ଦର ବୃଦ୍ଧି ପରେ ଡାଲିର ମୂଲ୍ୟ ସ୍ଥିର ରହିଛି ।


ଏହା ବି ପଢ଼ନ୍ତୁ:-ପୁଣି ଥରେ ଆରମ୍ଭ ହେଲା LPG ସବସିଡି, ଗ୍ରାହକଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା