UNFPA Report: ଭାରତରେ ବୟସ୍କଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି (Elderly Population In India Growing Rapidly)। ଖୁବ୍‍ ଶୀଘ୍ର ଭାରତର ଜନ ସଂଖ୍ୟାରେ ଅଧିକ ସଂଖ୍ୟାରେ ବୃଦ୍ଧବୃଦ୍ଧା ଦେଖିବାକୁ ମିଳିବେ। ପିଲାଙ୍କ ତୁଳନାରେ ଏହି ସଂଖ୍ୟା ଅଧିକ ରହିବ। ୨୦୩୬ ସୁଦ୍ଧା ସମୁଦାୟ ଜନସଂଖ୍ୟାର ୧୫ ପ୍ରତିଶତ ଏବଂ ୨୦୫୦ ବେଳକୁ ୨୦.୮ ପ୍ରତିଶତ ବୃଦ୍ଧ ବୃଦ୍ଧା (Elder) ରହିବେ ବୋଲି ଜାତିସଂଘ ଜନସଂଖ୍ୟା ପାଣ୍ଠି (United Nations Population Fund) ଏକ ରିପୋର୍ଟରେ କହିଛନ୍ତି। ୧୫ ବର୍ଷରୁ କମ୍‍ ଜନସଂଖ୍ୟା ହ୍ରାସ ତଥା ଜନସଂଖ୍ୟା ନିୟନ୍ତ୍ରଣରେ ଭାରତ ନେଇଥିବା ପଦକ୍ଷେପ ହେତୁ ଏପରି ପରିସ୍ଥିତି ସୃଷ୍ଟି ହୋଇପାରେ ବାଲି ଆଶଙ୍କା କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏହା ସହ ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ,  ଆଗାମୀ ଦଶନ୍ଦୀରେ ଗୁଡିକରେ  ଦ୍ରୃତ ଗତିରେ ଭାରତ ବୁଢା ହୋଇଯିବ। ଇଣ୍ତିଆ ଏଜିଙ୍ଗ୍ ରିପୋର୍ଟ ୨୦୨୩ ଦର୍ଶାଇଛି ଯେ,  ଯୁବବର୍ଗରେ ଜନସଂଖ୍ୟା ଦୃଷ୍ଟିରୁ  ଭାରତର ସ୍ଥିତି ଏବେ ବେଶ୍ ଭଲ ରହିଛି ।  ଏହା ଦ୍ବାରା ଆର୍ଥିକ ପ୍ରଗତିର ପରିକଳ୍ପନା କରାଯାଇପାରିବ।  ବଡ଼ ଲକ୍ଷ ବି ଧାର୍ଯ୍ୟ କରାଯାଇପାରିବ। ଏହାର ଫାଇଦା ଉଠାଯିବା ଆବଶ୍ୟକ । କାରଣ ଏଭଳି ସ୍ଥିତି ଆଉ ଅଧିକ ଦିନ ରହିବ ନାହିଁ । ତେବେ, ଏଠାରେ ଆମେ ଆପଣଙ୍କୁ ସୂଚାନ ଦେବାକୁ ଚାହୁଁଛୁ ଯେ,୨୦୨୧ରେ ଭାରତର ମୋଟ ଜନସଂଖ୍ୟାରେ ବରିଷ୍ଠ ଲୋକ (୬୦ ବର୍ଷରୁ ଅଧିକ)ଙ୍କ ଭାଗ ୧୦.୧ ପ୍ରତିଶତ ଥିଲା। ସେହିପରି  ୨୦୩୬ରେ ଏହା ୧୫ ପ୍ରତିଶତ  ,୨୦୫୦ ବେଳକୁ ଏହା ୨୦.୮ ପ୍ରତିଶତକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେହିପରି ରିପୋର୍ଟରେ ଏହାମଧ୍ୟ କୁହାଯାଇଛି ଯେ, ଏକ ବିଶଂ ଶତାଦ୍ଧିର ଶେଷ ସୁଧା ଦେଶର ମୋଟ୍ ଜନସଂଖ୍ୟାରେ ବୃଦ୍ଧଙ୍କ ଜନସଂଖ୍ୟା ୩୬ ପ୍ରତିଶତରୁ ଅଧିକ ଥିବା ।  ୨୦୧୦ରୁ ବରିଷ୍ଠ ଜନସଂଖ୍ୟା ଅଭିବୃଦ୍ଧି ଦେଖିବାକୁ ମିଳିଲାଣୀ।  ଅନ୍ୟପକ୍ଷରେ  ୧୫ ବର୍ଷରୁ କମ୍ ବୟସ ବର୍ଗରେ  ହ୍ରାସ ଧାରା ଦେଖିବାକୁ ମିଳିଥିଲା।  ଏଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ, ଭାରତ ଖୁବଶିଘ୍ର ବୁଢାହେବାକୁ ଲାଗିବ। 


ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, ୨୦୫୦ର ୪ ବର୍ଷ ପୂର୍ବରୁ ବରିଷ୍ଠ ବୟସର ଜନସଂଖ୍ୟା ୦-୧୫ ବର୍ଷିୟ ପିଲାଙ୍କ ସଂଖ୍ୟା ଠାରୁ  ଅଧିକ ହୋଇଯିବ।  ସେ ସମୟରେ ୧୫-୫୯ ବର୍ଷର ଜନସଂଖ୍ୟା ଭାଗ ମଧ୍ୟ ହ୍ରାସ ପାଇଯିବ।  ରିପୋର୍ଟରେ ଏହା ମଧ୍ୟ ଦର୍ଶା ଯାଇଛି ଯେ, ଦକ୍ଷିଣ ରାଜ୍ୟ ଏବଂ ହିମାଚଳ ପ୍ରଦେଶ ଓ ପଞ୍ଜାବ ଭଳି କେତେକ ରାଜ୍ୟ ଉତ୍ତର ରାଜ୍ୟରେ ନାଗରିକଙ୍କ ସଂଖ୍ୟା ଅଧିକ ରହିଛି ।