Elon Musk: ଟେସଲାର ସିଇଓ ଏଲନ ମସ୍କ ଏବେ ଗତ କିଛିଦିନ ହେଲାଣି ଖୁବ ଚର୍ଚ୍ଚାରେ ରହୁଛନ୍ତି। ଟ୍ୱିଟରକୁ ୪୪ ଆରବ ଡଲାରରେ କିଣିବା ପରେ ଲଗାତାର ଆଶ୍ଚର୍ଯ୍ୟ କଲା ଭଳି କାମ କରୁଛନ୍ତି। ପ୍ରଥମେ ସେ ହଜାର ହଜାର କର୍ମଚାରୀଙ୍କୁ ଗୋଟିଏ ଝଟକାରେ ଚାକିରିରୁ ବାହାର କରିଦେଲେ । ପରେ ଏମିତି ଏକ ମେଲ୍ ଭାଇରାଲ ହୋଇଥିଲା ଯେଉଁଥିରେ ଲେଖାଥିଲା ଯେ, ଯେଉଁମାମେ ଅଫିସ ଆସୁଛନ୍ତି କିମ୍ବା ପହଞ୍ଚିଗଲେଣି ବା ଅଧାରାସ୍ତାରେ ଅଛନ୍ତି ସେମାନେ ନିଜ ନିଜ ଘରକୁ ଫେରିଯିବା ଦରକାର। କର୍ମଚାରୀଙ୍କୁ ବିନା ନୋଟିସରେ ବାହାର କରିବା ଓ ଏମିତି ବ୍ୟବହାର ପାଇଁ ସାରା ଦୁନିଆରେ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଥିଲା। 


COMMERCIAL BREAK
SCROLL TO CONTINUE READING

କେବଳ ଏତିକି ନୁହେଁ, ସେ ନିଜ ମେଲରେ ଏକଥା ବି ଜଣାଇଥିଲେ ଯେ, ଆଗକୁ ଟ୍ୱିଟରର ୨.୦ (Twitter 2.0) ଆସିବାକୁ ଯାଉଛି। ହେଲେ ଏବେ ଏଲନ ମସ୍କ (Elon Musk) ଆଉ ଏକ ଆଶ୍ଚର୍ଯ୍ୟ କଲା ଭଳି ଟ୍ୱିଟ କରିଛନ୍ତି। ସେ ନିଜେ ଟ୍ୱିଟ କରି କହିଛନ୍ତି ଯେ, କମ୍ପାନୀ ତରଫରୁ ଖୁବଶୀଘ୍ର ୧୫୦ କୋଟି ଟ୍ୱିଟର ଆକାଉଣ୍ଟକୁ ଡିଲିଟ୍ କରିବାକୁ ଯାଉଛି। ଏହାର ଅର୍ଥ କମ୍ପାନୀର ଏହି ପଦକ୍ଷେପ ପରେ ୧୫୦ କୋଟି ଆକାଉଣ୍ଟ ଖାଲି ହେବାକୁ ଯାଉଛି। ନିଜ ଟ୍ୱିଟରେ ସେ ଏକଥା ସଫା ସଫା କହିଦେଇଛନ୍ତି ଯେ, ସେହିଲୋକ ମାନଙ୍କ ଟ୍ୱିଟର ଆକାଉଣ୍ଟକୁ ଡିଲିଟ୍ କରାଯିବ ଯେଉଁମାନେ କେବେ ବି କୌଣସି ଟ୍ୱିଟ କରିନାହାଁନ୍ତି ବା ବର୍ଷ ବର୍ଷ ଧରି ଲଗ୍ ଇନ ମଧ୍ୟ କରିନାହାଁନ୍ତି। 


Also Read: President Droupadi Murmu: ସୋରିଷତେଲ ବିଜ୍ଞାପନରେ ମହାମହିମଙ୍କ ଫଟୋ, ଥାନାରେ ମାମଲା


ଆପଣଙ୍କୁ ଏଠାରେ କହିରଖୁଛୁ ଯେ, ଟ୍ୱିଟର ସ୍ପେଶରେ ଏମିତି ଅନେକ ଅନାବନା ଆକାଉଣ୍ଟ ଖୋଲା ହୋଇ ରହିଛି ଯେଉଁଠାରେ ୟୁଜର ମାନେ ଆକାଉଣ୍ଟ ଖୋଲିଛନ୍ତି ସତ ହେଲେ ବର୍ଷ ତମାମ ଗୋଟିଏ ବି ଟ୍ୱିଟ କରିନାହାଁନ୍ତି। ସେମିତି ଅନେକ ଆକାଉଣ୍ଟ ମଧ୍ୟ ରହିଛି ଯେଉଁ ଆକାଉଣ୍ଟରେ ଥରେ ମାତ୍ର ଖୋଲିବା ପରେ ବର୍ଷ ବର୍ଷ ଧରି ଲଗ ଇନ ମଧ୍ୟ କରାଯାଇନାହିଁ। ଅନ୍ୟପଟେ ଏମିଚି ଅନେକ ଆକାଉଣ୍ଟ ରହିଛି ଯେଉଁ ଆକାଉଣ୍ଟର ୟୁଜର (Twitter User) ନିଜ ଟ୍ୱିଟର ଆଇଡିର ପାସୱାର୍ଡ ମଧ୍ୟ ଭୁଲିଯାଇଛନ୍ତି। ପରେ ଏହି ଆକାଉଣ୍ଟ ରହିବା ପରେ ବି ପାସୱାର୍ଡ କାରଣରୁ ଅନ୍ୟ ଏକ ଆକାଉଣ୍ଟ ଖୋଲାଯାଇଛି। ସେହିପରି ଆକାଉଣ୍ଟକୁ ଟ୍ୱିଟର କମ୍ପାନୀ (Twitter Company) ଆଗାମୀ ଦିନରେ ଟାର୍ଗେଟ କରିବାକୁ ଯାଉଛି। 


Also Read: Putin On Nuclear War: ପୁଟିନ କେବେ ୟୁକ୍ରେନ ଉପରେ କରିବେ ପରମାଣୁ ଆକ୍ରମଣ; ମିଟିଂରେ ସମସ୍ତଙ୍କ ସାମ୍ନାରେ କହିଲେ


କେବଳ ଏତିକି ନୁହେଁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିର ପରିଚୟରୁ ଏବେ ହଟିଛନ୍ତି ଏଲନ ମସ୍କ । ଫୋର୍ବସର ରିୟଲ ଟାଇମ ବିଲେନିୟର ଇଣ୍ଡେକ୍ସରେ (Forbes Real Time Billionaire Index) ବର୍ଣ୍ଣାଡ ଅରନୋଲ୍ଟଙ୍କ ସମ୍ପତ୍ତି ୧୮୬.୨ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଏହି ସମୟରେ, ଏଲୋନ୍ ମସ୍କଙ୍କ ସମ୍ପତ୍ତି ହେଉଛି ୧୮୫ ବିଲିୟନ ଡଲାର । ଅନ୍ୟପକ୍ଷରେ, ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହା ଅଧୀନରେ ଟ୍ୱିଟର ବ୍ୟବହାରକାରୀଙ୍କୁ ଟଙ୍କା ଦେଇ ବ୍ଲୁ ଟିକ୍ ହାତେଇବାକୁ ପଡ଼ିବ। ଟ୍ୱିଟରର ବ୍ଲୁ ଟିକ୍ ପାଇଁ କମ୍ପାନୀ ପ୍ରତି ମାସରେ ୭ ଡଲାର (ଭାରତୀୟ ମୁଦ୍ରା ତୂଳନାରେ ୫୭୦ ଟଙ୍କା ) ଦେବାକୁ ପଡିବ ।