Elon Musk twitter deal, ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ହାତରେ ସବୁଠାରୁ ଶକ୍ତିଶାଳୀ ସୋସିଆଲ ମିଡିଆ ପ୍ଲାଟଫର୍ମ। ଗୁରୁବାର ଟ୍ୱିଟରକୁ ୪୪ ବିଲିୟନ ଡଲାରରେ ଏଲୋନ ମସ୍କ କିଣିଛନ୍ତି। କୁହାଯାଉଛି, ଏହି ଡିଲ୍ ୱାଶିଂଟନର ଲୋକପ୍ରିୟ ସୋସିଆଲ ମିଡିଆ ଆପର ଭବିଷ୍ୟତ ଉପରେ ବିଶେଷ ପ୍ରଭାବ ପକାଇପାରେ। ବିଶେଷ କରି ଯଦି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ଲାଟଫର୍ମକୁ ଫେରିବାକୁ ଅନୁମତି ଦିଆଯାଏ ଏବଂ ମସ୍କ, ହିଂସାତ୍ମକ ବୟାନ ଓ ମିଥ୍ୟା ତଥ୍ୟ ଉପରେ ନରମ ମନୋଭାବ ଆପଣାନ୍ତି ତେବେ ଏହା ସମ୍ଭବ ହୋଇପାରିବ। ମସ୍କଙ୍କ ଅଧିଗ୍ରହଣ କରିବା ପରେ ଟ୍ରମ୍ପ ପୁଣିଥରେ ଟ୍ୱିଟରକୁ ଫେରିବା ନେଇ ଚର୍ଚ୍ଚା ହେଉଛି।


COMMERCIAL BREAK
SCROLL TO CONTINUE READING

ରିପୋର୍ଟ ଅନୁସାରେ, ଏଲୋନ ମସ୍କ, ଟ୍ୱିଟରର ମାଲିକାନା ହେତାଇଲା ପରେ ଗୁରୁବାର ଆମେରିକାର ପୂର୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତି ଜାରି କରିଛନ୍ତି। ଟ୍ରମ୍ପ ଏହି ବିବୃତ୍ତିରେ ଏଲୋନ ମସ୍କଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ, ସୋମବାର ଠାରୁ ତାଙ୍କର ଟ୍ୱିଟର ଆକାଉଣ୍ଟ ପୁନଃକାର୍ଯ୍ୟକ୍ଷମ ହେଉଛି ବୋଲି କହିଛନ୍ତି। ଟ୍ରମ୍ପଙ୍କ ବିବୃତ୍ତିରେ କୁହା ଯାଇଛି, " ଟ୍ୱିଟରକୁ କିଣିଥିବାରୁ ଏଲୋନ ମସ୍କଙ୍କୁ ଶୁଭେଚ୍ଛା। ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ଅନେକ ଲୋକ କହୁଥିଲେ। ପୁରୁଣା ମ୍ୟାନେଜମେଣ୍ଟ ଏକ ଏଜେଣ୍ଡାକୁ ନେଇ କାର୍ଯ୍ୟ କରୁଥିଲା। ମୁଁ କହିଥିଲି ମୋର ଟ୍ୱିଟର ଆକାଉଣ୍ଟ ବ୍ୟାକଅପ ହେବ ଏବଂ ସୋମବାରଠୁ ତାହା ଚାଲିବ-ଆମେ ଦେଖିବୁ। ଜଣେ ଆଫ୍ରିକା-ଆମେରିକା ମୂଳର ବ୍ୟକ୍ତିଙ୍କ ଅଧିକୃତ ବ୍ୟବସାୟରେ ସାମିଲ ହୋଇ ଆମେ ଖୁସି ହେବୁ।" 


Also Read: Twitterକୁ ଅଧିଗ୍ରହଣ ପରେ ଭାରତୀୟଙ୍କୁ ଟାର୍ଗେଟ କଲେ Elon Musk


ତେବେ ଟ୍ରମ୍ପଙ୍କୁ ବିବୃତ୍ତି ଆସିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଟ୍ୱିଟରର ପ୍ରତିକ୍ରିୟା ଆସିଛି। ଟ୍ୱିଟର କହିଛି ଯେ, ଏଲୋନ ମସ୍କଙ୍କ ଟ୍ୱିଟର ଅଧିଗ୍ରହଣକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇନାହିଁ। ଗଣାଧ୍ୟମରେ ଯେଉଁ ବିବୃତ୍ତି ଘୁରି ବୁଲୁଛି ତାହା ମିଥ୍ୟା। ସେଥିରେ କୌଣସି ସତ୍ୟତା ନାହିଁ। ଟ୍ୱିଟରର ପ୍ରତିକ୍ରିୟା ଆସିବା ପରେ କିଛି ଗଣମାଧ୍ୟମ ସଂସ୍ଥା, ଟ୍ରମ୍ପଙ୍କ ବିବୃତ୍ତିକୁ ନେଇ ପ୍ରସାରିତ ଖବର ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକମାନେ କେବଳ ଟ୍ରମ୍ପଙ୍କ ଟ୍ୱିଟର ପ୍ରତ୍ୟାବର୍ତ୍ତନ ଉପରେ ନଜର ରଖିଛନ୍ତି। ଟ୍ରମ୍ପ ବର୍ତ୍ତମାନ ତାଙ୍କ ନିଜର ସାମାଜିକ ପ୍ଲାଟଫର୍ମ ଅଛି, ତେଣୁ ସେ ଟ୍ୱିଟରକୁ ଫେରି ନ ପାରନ୍ତି। ରୋଜର ଷ୍ଟୋନ ଏବଂ ମାର୍ଜୋରୀ ଟେଲର ଗ୍ରୀନଙ୍କ ବ୍ୟକ୍ତିଗତ ଆକାଉଣ୍ଟ ସ୍ଥଗିତ ରଖାଯାଇଛି। କୋରୋନାକୁ ନେଇ ସେମାନେ ଭ୍ରମାତ୍ମକ ତଥ୍ୟା ପ୍ରଚାର କରୁଥିବା ଅଭିଯୋଗ ହୋଇଛି।



ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ କ୍ୟାପିଟାଲ ଦଙ୍ଗା ହୋଇଥିଲା। ଏହି ଦଙ୍ଗା ପରେ ଜାନୁଆରୀ ୬ରେ ଟ୍ୱିଟର, ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ବ୍ୟାନ କରିଥିଲା। ଟ୍ରମ୍ପ କମ୍ପାନୀର ନିର୍ଦ୍ଦେଶନାମାକୁ ଉଲ୍ଲଙ୍ଘନ କରି ପ୍ଲାଟଫର୍ମରେ ହିଂସାତ୍ମକ ବୟାନ ଦେଉଥିବା ଅଭିଯୋଗ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଟ୍ରମ୍ପ ନିଜସ୍ୱ ସୋସିଆଲ ମିଡିଆ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି। ଟ୍ୱିଟରକୁ ଅଧିଗ୍ରହଣ ପରେ ମସ୍କ ବର୍ତ୍ତମାନ ପ୍ଲାଟଫର୍ମକୁ ନିଜ ଇଚ୍ଛା ଅନୁସାରେ ପରିଚାଳନ କରିବେ। ସେ କିଛି ବିବାଦୀୟ ରାଜନୈତିକ ବ୍ୟକ୍ତିଙ୍କ ଟ୍ୱିଟର ଉପରେ ପ୍ରତିବନ୍ଧକ ଉଠାଇ ପାରନ୍ତି। ମସ୍କ ପ୍ରତିବନ୍ଧକ ଯୁଗକୁ ଗ୍ରହଣ କରିବାକୁ ଇଚ୍ଛୁକ ନାହନ୍ତି। ତେଣୁ ସେ ଟ୍ୱିଟରରେ ଅନେକ ସଂସ୍କାର ଆଣିବାକୁ ଯୋଜନା କରୁଛନ୍ତି।