PF ଆକାଉଣ୍ଟରେ ଆସିବାକୁ ଯାଉଛି ମୋଟା ଅଙ୍କର ଟଙ୍କା! EPFO କଲା କନଫର୍ମ, ଜାଣନ୍ତୁ କେବେ ମିଳିବ
PF ସୁଧ ଟଙ୍କା ୩୧ ଜୁଲାଇରେ ଆସିବାର ଥିଲା କିନ୍ତୁ ଏହା ଆସିନଥିଲା । ଏହା ଚଳିତ ମାସ ଶେଷ ସୁଦ୍ଧା ଆସିପାରେ ବୋଲି ଆଶା କରାଯାଉଛି । EPFO ନିଜେ ଏହା ଉପରେ ଏକ ଅପଡେଟ ଦେଇଛି ।
ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଅର୍ଥାତ୍ EPFO ଏହାର ୬.୫ କୋଟି ଗ୍ରାହକଙ୍କୁ ଖୁବ୍ ଶୀଘ୍ର ଏକ ଖୁସି ଖବର ଦେବାକୁ ଯାଉଛି । ଇପିଏଫଓ ଖୁବ ଶୀଘ୍ର ଗ୍ରାହକଙ୍କ ଆକାଉଣ୍ଟରେ ୮.୫% ସୁଧ ଟଙ୍କା ଯୋଡିବ ବୋଲି ଏକ ଟ୍ୱିଟ ମାଧ୍ୟମରେ କହିଛି ।
କେବେ ଆସିବ ସୁଧ ଟଙ୍କା?
ଟ୍ୱିଟରରେ ବ୍ୟବହାରକାରୀଙ୍କ ପ୍ରଶ୍ନର ଉତ୍ତରରେ EPFO କହିଛି ଯେ ଏହାର ପ୍ରକ୍ରିୟା ଚାଲିଛି ଏବଂ ଏହା ଖୁବ ଶୀଘ୍ର ଦୃଶ୍ୟମାନ ହେବ । EPFO କହିଛି ଯେ ଯେତେବେଳେ ବି ଆକାଉଣ୍ଟରେ ସୁଧ ଟଙ୍କା ଜମା ହେବ, ଏହା ଏକ ସମୟରେ ଜମା ହେବ । କାହା ପାଇଁ ସୁଧର କୌଣସି କ୍ଷତି ହେବ ନାହିଁ । ତେଣୁ ଦୟାକରି ଧାର୍ଯ୍ୟବାନ ହୁଅନ୍ତୁ । ତେବେ ଇପିଏଫଓ ଏହି ଟ୍ୱିଟରେ କହି ନାହିଁ ଯେ କେତେବେଳେ ପ୍ରୋଭିଡେଣ୍ଟ ଫଣ୍ଡର ସୁଧ ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର ହେବ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମୋଦି ସରକାର ୮.୫% ସୁଧ ଅନୁମୋଦନ କରିଛନ୍ତି । ଅଗଷ୍ଟ ଶେଷ ସୁଦ୍ଧା PF ର ୮.୫% ସୁଧ ଟ୍ରାନ୍ସଫର ହୋଇପାରିବ ବୋଲି ବିଶ୍ୱାସ କରାଯାଏ ।
ଅଧିକ ପଢ଼ନ୍ତୁ: କାବୁଲଠାରୁ ୧୫୦ କିଲୋମିଟର ଦୂରରେ ଥିବା ଗଜନୀ ସହରକୁ କବ୍ଜା କଲା ତାଲିବାନ: ସ୍ଥାନୀୟ ସାଂସଦ
୭ ବର୍ଷ କମ୍ ରେ ସୁଧ ହାର
ଗତ ଥର ୨୦୧୯-୨୦ ଆର୍ଥିକ ବର୍ଷରେ, KYC ରେ ଅସୁବିଧା ଯୋଗୁଁ ଅନେକ ଗ୍ରାହକଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥିଲା । ଇପିଏଫ୍ଓ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ ହାରକୁ ୮.୫% ରେ ଅପରିବର୍ତ୍ତିତ ରଖିଛି । ଯାହା ଗତ ୭ ବର୍ଷର ସର୍ବନିମ୍ନ ସୁଧ ହାର ଅଟେ ।
୧. ମିସ୍ କଲ ମାଧ୍ୟମରେ ଜାଣନ୍ତୁ ବାଲାନ୍ସ
PF ଟଙ୍କା ଯାଞ୍ଚ କରିବାକୁ, ଆପଣ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ ରେ ଏକ ମିସ୍ କଲ ଦେବାକୁ ପଡିବ । ଏହା ପରେ ଆପଣ EPFO ତରଫରୁ SMS ମାଧ୍ୟମରେ PF ର ବିବରଣୀ ପାଇପାରିବେ । ଏଠାରେ ମଧ୍ୟ ଆପଣଙ୍କର UAN, PAN ଓ ଆଧାର ଲିଙ୍କ୍ ହେବା ଆବଶ୍ୟକ ।
ଅଧିକ ପଢ଼ନ୍ତୁ: ଏହି ଦେଶର ସେନାରେ ସାମିଲ ହେବା ପାଇଁ ନିଆଯାଏ Virginity Test, ବର୍ତ୍ତମାନ ସରକାର ନେଲେ ଏହି ନିଷ୍ପତ୍ତି
୨. ଅନଲାଇନରେ ଚେକ କରିପାରିବେ ବାଲାନ୍ସ
୧. ଅନଲାଇନ୍ ବାଲାନ୍ସ ଯାଞ୍ଚ କରିବାକୁ, EPFO ୱେବସାଇଟକୁ ଯାଇ ଲଗ୍ ଇନ୍ କରନ୍ତୁ, ଏହାପରେ epfindia.gov.in ରେ ଇ-ପାସବୁକ୍ ଉପରେ କ୍ଲିକ୍ କରନ୍ତୁ ।
୨. ବର୍ତ୍ତମାନ ଆପଣଙ୍କର ଇ-ପାସବୁକ୍ ଉପରେ କ୍ଲିକ୍ କରିବା ପରେ, passbook.epfindia.gov.in କୁ ଏକ ନୂତନ ପେଜ ଖୋଲିବ ।
୩. ବର୍ତ୍ତମାନ ଏଠାରେ ଆପଣ ଆପଣଙ୍କ ୟୁଜର ନେମ (UAN ନମ୍ବର), ପାସୱାର୍ଡ ଓ କ୍ୟାପଚା ପୁରଣ କରନ୍ତୁ ।
୪. ସମସ୍ତ ବିବରଣୀ ପୂରଣ କରିବା ପରେ, ଆପଣ ଏକ ନୂତନ ପେଜ ଦେଖାଯିବ ଓ ଏଠାରେ ଆପଣଙ୍କୁ UAN ID ଚୟନ କରିବାକୁ ପଡିବ ।
୫. ଏଠାରେ ଆପଣ ଇ-ପାସବୁକ୍ ରେ ଆପଣଙ୍କର EPF ବାଲାନ୍ସ ଦେଖି ପାରିବେ ।