Pakistan Flood Effect: ଗତ କିଛି ଦିନ ହେବ ବନ୍ୟା ଯୋଗୁଁ ପାକିସ୍ତାନ (Pakistan)ର ଅବସ୍ଥା ବହୁତ ଖରାପ ହୋଇଯାଇଛି। ପ୍ରବଳ ବନ୍ୟା (Heavy Flood) ଯୋଗୁଁ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଲକ୍ଷ ଲକ୍ଷ ଏକର ଜମିରେ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଛି। ଅନେକ କ୍ଷେତ୍ରରେ ଅନାହାରର ପରିସ୍ଥିତି ଦେଖାଦେଇଛି। ଏହା ମଧ୍ୟରେ ପାକିସ୍ତାନର ବନ୍ୟା ପରିସ୍ଥିତି ଯୋଗୁଁ କିଛି ଅଞ୍ଚଳରେ ସ୍ଥିତି ବିଗିଡି ଯାଉଥିବା ଜଣାପଡିଛି। ଅନେକ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଅଭାବରୁ ହଇଜା ବ୍ୟାପିବାରେ ଲାଗିଛି। ବନ୍ୟା ପରିସ୍ଥିତି ଦ୍ବାରା ମଇଳା ପାଣିର ପ୍ରଭାବି ପଡୁଛି ଓ ପିଲାମାନେ ହଇଜା(Cholera)ରେ ମୃତ୍ୟୁ ବରଣ କରୁଛନ୍ତି। ଏକ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେବଳ ପାକିସ୍ତାନର ସିନ୍ଧ ପ୍ରଦେଶ (Sindh Province)ର ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ଚିକିତ୍ସାଳୟ କେନ୍ଦ୍ରରେ ପ୍ରତିଦିନ ୧୦ରୁ ଅଧିକ ପିଲା ମୃତ୍ୟୁ ବରଣ କରୁଛନ୍ତି। ଡାକ୍ତରଙ୍କ ଅନୁଯାୟୀ ହଇଜା ରୋଗ ଭୟଙ୍କର ବନ୍ୟା ଯଗୁଁ ସୃଷ୍ଟି ହୋଇଛି ।


COMMERCIAL BREAK
SCROLL TO CONTINUE READING

ବେଲୁଚିସ୍ତାନ ଏବଂ ସିନ୍ଧରେ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ପାକିସ୍ତାନର ଅନେକ ପ୍ରଦେଶରେ ସ୍ଥିର ରହିଥିବା ବନ୍ୟା ଜଳ ଦ୍ବାରା ଚର୍ମ ଏବଂ ଚକ୍ଷୁ ସଂକ୍ରମଣ, ଡାଇରିଆ, ମ୍ୟାଲେରିଆ, ଟାଇଫଏଡ୍ ଏବଂ ଡେଙ୍ଗୁ ଜ୍ୱର ଆଦି ବ୍ୟାପୁଛି। ଏହି ଘଟଣା ପାକିସ୍ତାନର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି। ଦେଶରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ୨୨୯କୁ ବୃଦ୍ଧି ପାଇଛି।


ଅନ୍ୟ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବନ୍ୟା ପ୍ରଭାବିତ ଅଞ୍ଚଳରେ ସରକାର ଏବଂ ସ୍ଥାନୀୟ ତଥା ବିଦେଶୀ ରିଲିଫ ସଂଗଠକ ମାନଙ୍କ ଉଦ୍ୟମ ଖାଦ୍ୟ ଏବଂ ଔଷଧର ବିତରଣ କରାଯାଉଛି। ତଥାପି ଏବେ ମଧ୍ୟ ଅନେକ ସ୍ଥାନରେ ଖାଦ୍ୟ ଏବଂ ଔଷଧର ଘୋର ଆବଶ୍ୟକତା ରହିଛି। ଏକ ସର୍ଭେ ମୁତାବକ, ଟଙ୍କାର ଘୋର ସଂକଟ ଦେଇ ଗତି କରୁଥିବା ପାକିସ୍ତାନ (Pakistan)ରେ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବା ବେଳେ ପ୍ରାକୃତିକ ଅବପାତ (Natural Disasters)ରେ ସରକାରଙ୍କ ପ୍ରତିକ୍ରିୟାକୁ ଅନେକ ଲୋକ ପସନ୍ଦ କରୁନାହାନ୍ତି।  


ପାକିସ୍ତାନରେ ପ୍ରାୟ ୬ ସପ୍ତାହ ବନ୍ୟା ପରିସ୍ଥିତି ଯୋଗୁଁ ୧୫ଟି ସ୍ଥାନରେ ଅନେକ ପରିବାର ଖୋଲା ଆକାଶ ତଳେ ଏବଂ ତମ୍ବୁ ବିନା ରାସ୍ତାରେ ରହୁଥିବାର ଦେଖିବାକୁ ମିଳିଛି। ଚଳିତ ବର୍ଷ ଜୁନ୍ ପରଠାରୁ ପାକିସ୍ତାନ ଏକ ବଡ ମୌସୁମୀର ସମ୍ମୁଖୀନ ହୋଇଛି, ଯାହା ଦ୍ବାରା ମାନବିକତା ତଥା ବିକାଶରେ ସଙ୍କଟ ଦେଖା ଦେଇଛି। ସରକାରୀ ଆକଳନ ଅନୁଯାୟୀ, ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ସାରା ଦେଶରେ ପ୍ରାୟ ୩୩ ମିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି।


ପାକିସ୍ତାନରେ ବନ୍ୟା ଯୋଗୁଁ ୧୦୩ ବନ୍ଧ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୯୦୦,୦୦୦ ଏକରରୁ ଅଧିକ ଜମିରେ ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ୨,୧୯୮ କିଲୋମିଟର ରାସ୍ତା ଏବଂ ୨୨ଟି ସେତୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।