Farmers protest 2024: ଦିନକୁ ଦିନ ତେଜୁଛି କୃଷକ ଆନ୍ଦୋଳନ। ବାରମ୍ବାର ବୈଠକ ବସିବା ପରେ ମଧ୍ୟ ବାହାରି ପାରୁନି ସମାଧାନର ବାଟ। ଏ-ନେଇ ଆଜି କୃଷକ ସଂଗଠନ ସହ କେନ୍ଦ୍ର ସରକାରଙ୍କ ଚତୁର୍ଥ ବୈଠକ ବସିବ। ତୃତୀୟ ବୈଠକରେ ଯଦିଓ କିଛି ସକରାତ୍ମକ ବୌଠକ ହୋଇଥିଲା କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରି ନ ନଥିଲା । କୃଷକ ଆନ୍ଦୋଳନ ମୁଖ୍ୟତ ଏମଏସପି ସମେତ ବିଭିନ୍ନ ଦାବି ନେଇ ଚାଷୀ ଆନ୍ଦୋଳନ ଜାରି ରହିଛି । ଶମ୍ଭୁ ବର୍ଡରରେ ବିଭିନ୍ନ ଦାବିରେ ଅଡ଼ି ବସିଛନ୍ତି କୃଷକ ସଂଗଠନ । ଭାରତ ବନ୍ଦରୁ ଆରମ୍ଭ କରି ବିଭିନ୍ନ ଢଙ୍ଗରେ ସେମାନେ ପ୍ରତିବାଦ କରିଛନ୍ତି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିବାରୁ ପୋଲିସକୁ ଲୁହବୁହା ଗ୍ୟାସ ମଧ୍ୟ ପ୍ରଯୋଗ କରିବାକୁ ପଡ଼ିଥିଲା।


COMMERCIAL BREAK
SCROLL TO CONTINUE READING

ସେପେଟେ ସ୍ଥିତିକୁ ନଜରେ ରଖି ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଏବଂ ହରିୟାଣାରେ ଇଣ୍ଟରନେଟ୍ ସେବାକୁ ଏକ ପ୍ରକାର ବନ୍ଦ କରାଯାଇଛି। ଏପରିକି ଏହି କଟକଣାକୁ ଆହୁରି ୨ ଦିନ ବୃଦ୍ଧି କରାଯାଇଛି। ବିଶେଷ କରି, ଅମ୍ବାଲା, କରୁକ୍ଷେତ୍ର, କୈଥଲ, ଜିନ୍ଦ, ହିସାର, ଫତେହାବାଦ ଏବଂ ସିରସା ଜିଲ୍ଲା ଗୁଡିକରେ ଆସନ୍ତାକାଲି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।  ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଫେବୃଆରୀ ୮ ତାରିଖରେ ପ୍ରଥମ ଥର ଆନ୍ଦୋଳନକାରୀଙ୍କ ସହ କେନ୍ଦ୍ର ସରକାର ଆଲୋଚନା ହୋଇଥିଲା। ପରେ, ୧୨ ତାରିଖରେ ଦ୍ବିତୀୟ ଥର ହୋଇଥିଲା। ଏବଂ ୧୩ରେ ତୃତୀୟ ଥର ଆଲୋଚନା ହୋଇଥିଲେ ବି କୌଣସି ନିସକର୍ସ ବାହାରିପାରି ନଥିଲା। ତେବେ, ଆଜି ପୁଣି ଥରେ କେନ୍ଦ୍ର ଓ କୃଷକ ସଂଗଠନ ମଧ୍ୟରେ ବୈଠକ ବସିବ। ତେବେ, ଆଜିର ଏହି ବୈଠକର ନିଷ୍କର୍ସ ବାହାରିବ ବୋଲି ସମସ୍ତଙ୍କ ଆଶା ରହିଛି।