ଶ୍ରୀନଗର: କାଶ୍ମୀର ଘାଟି (kashmir Valley) ଅଞ୍ଚଳରୁ ସମୂଳେ ଆତଙ୍କବାଦର ନାଶ କରିବା ଲାଗି ପ୍ରାୟ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାମରିକ କାର୍ଯ୍ୟାନୁଷ୍ଠାନ (Military Operation) ଜାରି ରଖିଛି ଭାରତୀୟ ସେନା (Indian Army) । ସୁରକ୍ଷାବଳର ଏପରି କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇପଡିଥିବା ଆତଙ୍କବାଦୀ ଏବେ ଆତ୍ମଗୋପନ (Under Ground) କରିବା ଲାଗି ଟୟଲେଟ ବଙ୍କର (Toilet Bunker) ବ୍ୟବହାର କରୁଛନ୍ତି ।


COMMERCIAL BREAK
SCROLL TO CONTINUE READING

ବେଶ ଲମ୍ବା ସମୟ ଧରି ସେନା ପକ୍ଷରୁ ଜାରି ରହିଥିବା ଆତଙ୍କବାମ ଦମନ ଅଭିଯାନରେ ଅନେକ ଆତଙ୍କୀ ଟଳି ପଡିଛନ୍ତି । ସେନା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଯାଇଥିବା ବିଭିନ୍ନ ସଙ୍ଗଠନର ଆତଙ୍କବାଦୀ ଏବେ ନିଜକୁ ବଞ୍ଚାଇବାକୁ ଯାଇ ଏବେ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ଅନ୍ୟପଟେ ସେମାନଙ୍କ ସମର୍ଥକ ମଧ୍ୟ ସେନାର ଆତଙ୍କବାଦ ଦମନ ଅଭିଯାନକୁ ନେଇ ଭୟତ୍ରସ୍ତ ହୋଇପଡିଛନ୍ତି । ଆତ୍ମଗୋପନ କରିବା ଲାଗି ଆତଙ୍କବାଦୀଙ୍କ ପକ୍ଷରୁ ମାଟି ତଳେ ନିର୍ମିତ ହୋଇଥିବା ବଙ୍କର ଉପରେ ନଜର ରଖିବା ରଖିବା ଲାଗି ଏବେ ଡ୍ରୋନ (Drone) ବ୍ୟବହାର କରୁଛି ଭାରତୀୟ ସେନା ।   


ଜମ୍ମୁ କାଶ୍ମୀର ପୋଲିସ ପୋଲିସ(JK Police) ମହାନିର୍ଦ୍ଦେଶକ ଦିଲବାଗ ସିଂହ (DG Dilbag Singh) କହିଛନ୍ତି ଆତ୍ମଗୋପନ କରିବା ଲାଗି ଆତଙ୍କବାଦୀଙ୍କ ପକ୍ଷରୁ ମାଟି ତଳେ ବଙ୍କର କିମ୍ବା ଗୁମ୍ଫା ନିର୍ମାଣ କରିବା କୌଣସି ନୂଆ କଥା ନୁହେଁ । ଦକ୍ଷିଣ କାଶ୍ମୀରରେ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଛି । ଏପରିକି ଆତଙ୍କବାଦୀ ଏକ ସେପ୍ଟିକ୍ ଟ୍ୟାଙ୍କ (Septic Tank) ମଧ୍ୟରେ ଲୁଚି ରହିଥିଲେ । ସାମରିକ ଅଧିକାରୀଙ୍କ ଅନୁସାରେ ଗତ ବର୍ଷ ଦକ୍ଷିଣ କାଶ୍ମୀରର ପୁଲୱାମା-ଶୋପିଆନ୍ ସୀମାରେ ଥିବା ଲାସିପୁରା ଅଞ୍ଚଳରେ ଏଭଳି ଘଟଣା ଘଟିଥିଲା, ଯେତେବେଳେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ଗୋଟିଏ ଘରକୁ ୬ ଥର ଯାଞ୍ଚ କରାଯାଇଥିଲା । ଶେଷରେ ସେମାନଙ୍କୁ ବାହାର କରିବା ଲାଗି ସେପ୍ଟିକ୍ ଟ୍ୟାଙ୍କକୁ ଖନନ କରାଯାଇଥିଲା । 


ଦକ୍ଷିଣ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଛପି ରହୁଥିବା ରୋଷେଇ ଘର, ବାଥରୁମ୍ ଆଦି ସ୍ଥାନକୁ ଯାଞ୍ଚ କରାଯାଇଥିଲା । ଗତ ମାର୍ଚ୍ଚରେ ସୁରକ୍ଷା ବଳ ପକ୍ଷରୁ ହୋଇଥିବା ଆତଙ୍କବାଦ ଦମନ ଅଭିଯାନ ବେଳେ ଏପରି ଘଟଣା ଘଟିଥିଲା ।   ସୁରକ୍ଷା ବଳକୁ ଚକମା ଦେବା ଲାଗି ଏକ ପାଇଖାନାରେ ମଳ ରଖାଯାଇଥିଲା । ମାତ୍ର ଯେତେବେଳେ ଏହାକୁ ସମ୍ପୂର୍ଣ୍ଣ ଯାଞ୍ଚ କରାଗଲା ସେତେବେଳେ ପାଇଖାନା ମଧ୍ୟରୁ ଗୁଳିମାଡ ହୋଇଥିଲା । ଏହାର ତତକ୍ଷଣାତ ଜବାବ ଦେବାକୁ ଯାଇ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ପଲଟା ଆକ୍ରମଣରେ  ୪ ଲସ୍କର ଏ ତୋଇବା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା ।