ନୂଆଦିଲ୍ଲୀ: ଗତ ଦୁଇ ଦିନ ହେଲା ଭାରତୀୟଙ୍କ କଳାଧନକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜୁନ ୧୮ ତାରିଖ ଦିନ Swiss bank ଅଧିକାରୀ ଦାବି କରିଥିଲେ ଯେ, ବ୍ୟାଙ୍କରେ ଭାରତୀୟମାନେ ୨୦୧୯ରେ ୬୬୨୫ କୋଟି ଟଙ୍କା ଜମା କରିଥିଲେ, ୨୦୨୦ ସୁଦ୍ଧା ତାହା ୨୦୭୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ହୋଇଛି। ଅନ୍ୟପଟେ Swiss bankର ଦାବିକୁ ଭାରତର ଅର୍ଥମନ୍ତ୍ରାଳୟ ଖଣ୍ଡନ କରିଛି। ଏହା ସହ ଏହି ଦାବି ସହ ସମ୍ପୃକ୍ତ ତଥ୍ୟ ଦେବାକୁ ମନ୍ତ୍ରାଳୟ Swiss କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି।


COMMERCIAL BREAK
SCROLL TO CONTINUE READING

Swiss bankର ଦାବି ଅନୁସାରେ ସ୍ୱିସ୍ ଆକାଉଣ୍ଟରେ ଭାରତୀୟଙ୍କ ପାଣ୍ଠି ୧୩ ବର୍ଷ ମଧ୍ୟରେ ସର୍ବାଧିକ ହୋଇଛି। ତେବେ ଅର୍ଥ ମନ୍ତ୍ରଣାଳୟ, Switzerlandରେ ଭାରତୀୟଙ୍କ ଦ୍ୱାରା ଜମା କରାଯାଇଥିବା କଳା ଟଙ୍କା ବିଷୟରେ ସମସ୍ତ ରିପୋର୍ଟକୁ ଖଣ୍ଡନ କରିଛି। ମନ୍ତ୍ରଣାଳୟ ଏକ ବିବୃତ୍ତିରେ ସ୍ପଷ୍ଟ କରିଛି ଯେ “ବ୍ୟାଙ୍କଗୁଡିକ  Swiss National Bank (SNB)କୁ ରିପୋର୍ଟ କରିଥିବା ସରକାରୀ ଆକଳନ ସ୍ୱିଜରଲ୍ୟାଣ୍ଡରେ ଭାରତୀୟଙ୍କ ଦ୍ୱାରା ବହୁ ଚର୍ଚ୍ଚିତ କଳା ଟଙ୍କା ପରିମାଣକୁ ସୂଚିତ କରେ ନାହିଁ।”


Also Read: ସାବଧାନ! ନିଜ ସ୍ମାର୍ଟଫୋନରୁ ଡିଲିଟ୍ କରିଦିଅନ୍ତୁ ଏହି ୮ ଟି ବିପଜ୍ଜନକ ଆପ୍, ଗୁଗୁଲ୍ ମଧ୍ୟ ହଟାଇଲା  


ମନ୍ତ୍ରଣାଳୟ ଏହା ମଧ୍ୟ ସୂଚାଇ ଦେଇଛି ଯେ, ଏହି ସଂଖ୍ୟାରେ ତୃତୀୟ ଦେଶ ଏନଟାଇଟି ନାମରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟ, ଏନଆରଆଇ କିମ୍ବା ଅନ୍ୟମାନେ ଜମା କରିଥିବା ଟଙ୍କା ଅନ୍ତର୍ଭୂକ୍ତ କରାଯାଇ ନାହିଁ। ୨୦୧୯ ଶେଷ ସୁଦ୍ଧା ଦାୟିତ୍ୱବାନ ବ୍ୟକ୍ତିଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ପାଣ୍ଠି ମଧ୍ୟ ଅଧାରୁ ଅଧିକ ହୋଇଛି। ଏଗୁଡ଼ିକ ବଣ୍ଡ, ସିକ୍ୟୁରିଟି ଏବଂ ଅନ୍ୟାନ୍ୟ ଆର୍ଥିକ ଉପକରଣ ଆକାରରେ ଅଛି ବୋଲି ମନ୍ତ୍ରଣାଳୟ ସୂଚିତ କରିଛି।


ଅଧିକ ସ୍ପଷ୍ଟୀକରଣ ଦେଇ ମନ୍ତ୍ରଣାଳୟ ସୂଚାଇ ଦେଇଛି ଯେ, ସ୍ୱିଜରଲ୍ୟାଣ୍ଡର ବ୍ୟାଙ୍କ ଆକାଉଣ୍ଟରେ ଭାରତୀୟଙ୍କ ଜମା ବୃଦ୍ଧି ହେତୁ ଅନ୍ୟାନ୍ୟ କାରଣ ହୋଇପାରେ। ସେହି କାରଣଗୁଡିକ ମଧ୍ୟରେ ଭାରତୀୟ କମ୍ପାନୀଗୁଡିକ ଦ୍ୱାରା ବ୍ୟବସାୟିକ କାରବାର ବୃଦ୍ଧି, ଭାରତରେ ସ୍ୱିସ୍ ବ୍ୟାଙ୍କ ଶାଖାରେ ଭାରତୀୟଙ୍କ ଜମା ବୃଦ୍ଧି, ସ୍ୱିସ୍ ଏବଂ ଇଣ୍ଡିଆନ୍ ବ୍ୟାଙ୍କ ମଧ୍ୟରେ ଆନ୍ତଃବ୍ୟାଙ୍କ କାରବାରରେ ବୃଦ୍ଧି ହୋଇପାରେ।