Hotel Levana Suite: ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ପଞ୍ଚତାରକା ହୋଟେଲ ଲେଭାନାରେ ଭୟାବହ ଅଗ୍ନିକାଣ୍ଡ। ସଦ୍ୟ ସୂଚନା ଅନୁଯାୟୀ ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ରହିଥିବା ସୂଚନା ରହିଛି। ସିଭିଲ ହସ୍ପିଟାଲର ବର୍ଣ୍ଣ ୟୁନିଟରେ ୯ ଜଣ ଆହତଙ୍କ ଚିକିତ୍ସା ଚାଲିଛି ଜଣାପଡ଼ିଛି। ସେପଟେ ହୋଟେଲ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 


COMMERCIAL BREAK
SCROLL TO CONTINUE READING

କେଉଁ କାରଣରୁ ନିଆଁ ଲାଗିଥିଲା ସେ ସମ୍ପର୍କରେ କୌଣସି ସଠିକ ସୂଚନା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ତେବେ ନିଆଁ ଲାଗିବା ପରେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ୧୫ରୁ ୨୦ଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଠାରେ କହି ରଖୁ କି ହୋଟେଲ ସହରର ଭିଭିଆଇପି ଅଞ୍ଚଳର ହଜରତଗଞ୍ଜ ଅଞ୍ଚଳରେ ରହିଛି। 


ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ହୋଟେଲ ମଧ୍ୟରେ ଅନେକ ଲୋକ ଏବେ ବି ହୋଟେଲରେ ଫସି ରହିଛନ୍ତି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ହୋଟେଲରୁ ବାହାର କରି ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ନିୟୋଜିତ ଥିଲା। ହୋଟେଲ ରୁମର ୱିଣ୍ଡୋ ପ୍ୟାନ ଭାଙ୍ଗି ଲୋକଙ୍କୁ ଉଦ୍ଧାର କରାଯାଉଛି। ଏହି ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। କୁହାଯାଉଛି ଯେ ଯେଉଁ ପ୍ଲୋରରେ ନିଆଁ ଲାଗିଛି ସେହି ଫ୍ଲୋରରେ ୩୦ରୁ ଅଧିକ ରୁମ ରହିଛି। ସେଥି ମଧ୍ୟରୁ ପ୍ରାୟ ୧୮ଟି ରୁମ ବୁକ ରହିଥିଲା। ଏହି ରୁମ ଗୁଡିକରେ ପ୍ରାୟ ୪୦ରୁ ୪୫ ଜଣ ଲୋକ ରହିଥିବା ଆଶଙ୍କା କରାଯାଉଛି। 


ବର୍ତ୍ତମାନ ହୋଟେଲରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଗୋଟିଏ ପରିବାର ରୁମ୍ ନମ୍ବର ୨୧୪ରେ ଫସି ରହିଥିବା ସୂଚନା ରହିଛି। ଗୋଟିଏ କୋଠରୀରେ ଦୁଇଜଣ ଲୋକ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ହୋଟେଲର ଚତୁର୍ଥ ମହଲାରେ କେବଳ ବାର ଅଛି। କଟର ସାହାଯ୍ୟରେ ହୋଟେଲର କାଚକୁ କାଟି ଲୋକମାନଙ୍କୁ ବାହାର କରାଯାଉଛି। ଉଦ୍ଧାର ପରେ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଉଛି। ସକାଳ ପ୍ରାୟ ୬ଟା ବେଳେ ହୋଟେଲରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ସୁରକ୍ଷା ଜନିତ ଆଲାରାମ ବାଜିବା ପରେ ଲୋକମାନେ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିବାକୁ ପାଇଥିଲେ। 


ଏଠାରେ କହି ରଖୁ କି ଏହି ନିଆଁ ହୋଟେଲର ତୃତୀୟ ମହଲାରେ ଲାଗିଥିଲା। ଚାହୁଁ ଚାହୁଁ ସମଗ୍ର ହୋଟେଲରେ ନିଆଁ ବ୍ୟାପିଯାଇଥିଲା। ହୋଟେଲ କର୍ମଚାରୀମାନେ ଅଗ୍ନିଶମ ବିଭାଗକୁ ସଙ୍ଗେ ସଙ୍ଗେ ସୂଚନା ପ୍ରଦାନ କରିଥିଲେ। ଖବର ପାଇଁ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ୨୦ଟି ଦମକଳ ଗାଡ଼ି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। 


କୁହାଯାଉଛି ଯେ ହୋଟେଲ ଲେଭାନା ସୁଟ୍ ଲୋକଭର୍ତି ରହିଥିଲା। ହୋଟେଲ ଭିତରେ ଫସି ରହିଥିବା ଲୋକଙ୍କୁ ବାହାରକୁ ଆଣିବା ପାଇଁ ଏକମାତ୍ର ବିକଳ୍ପ ହେଉଛି ୱିଣ୍ଡୋ ପ୍ୟାନ ଭାଙ୍ଗିବା। ଏଭଳି ପରିସ୍ଥିତିରେ ୱିଣ୍ଡୋର ଗ୍ଲାସ କାଟିବା ପାଇଁ ଏକ ମେସିନର ବ୍ୟବହାର କରାଯାଇଛି।