Tamil Nadu Flood Rescue Operation: ତିନି ଦିନ ଲଗାତର ଧରି ପ୍ରବଳ ବର୍ଷା ଜାରି ରହିଛି । ବର୍ଷା କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଭାସୁଛି ତାମିଲନାଡୁ (Tamil Nadu Flood)। ପ୍ରବଳ ବର୍ଷା ହେତୁ ବନ୍ୟା ସ୍ଥିତି ଉପୁଜିଛି।  ଜଳବନ୍ଦୀରେ ଜୀବନ ବିତାଉଛନ୍ତି ଲୋକେ। ଏବେ ସୁଧା ବର୍ଷା କାରଣରୁ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।  ପାଖାପାଖି ୭୫,୦୦୦ ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ୍ କ୍ୟାମ୍ପକୁ ପଠାଯାଇଛି । ଏବଂ ସେମାନଙ୍କୁ  ୮୫ ହଜାର ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରାଯାଇଛି ।ଏବେ ବି ବହୁ ଲୋକେ ପାଣିଘେରରେ ଫସି ରହିଛନ୍ତି।  NDRF ଏବଂ SDRFବ୍ୟତୀତ ଭାରତୀୟ ସେନା ମଧ୍ୟ ପହଞ୍ଚି ଉଦ୍ଧାର କରୁଛନ୍ତି। ଏବଂ ବାୟୁସେନା ହେଲିକପ୍ଟର ଯୋଗେ ବନ୍ୟା ପୀଡି଼ତଙ୍କୁ ଖାଦ୍ୟ ସାମଗ୍ରୀ ପହଞ୍ଚା ଯାଉଛି। ଏବେ ସୁଧା ୧୦ ଟନ୍ ରିଲିଫ୍ ସାମଗ୍ରୀ ବିତରଣ କରାଯାଇଥିବା ଜଣାପଡିଛି। 


COMMERCIAL BREAK
SCROLL TO CONTINUE READING

 



ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ତିରୁନଭେଲି ଏବଂ ଥୁଥୁକୁଟି ଜିଲ୍ଲା ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏକାଧିକ ଗାଁରେ ଏବେ ପାଣିଘେରରେ ରହିଛି। ତିରୁନଭେଲି ଅଂଚଳରେ ଯୋଗାଯୋଗ ଏକପ୍ରକାର ରହିଥୁବା ବେଳେ ଥୁଥୁକୁଡୁରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଏପରିକି ବନ୍ୟାର ତାଣ୍ତବ ଯୋଗୁଁ ଥୁଥୁକୁଡି ବିମାନ ବନ୍ଦରରେ ବିମାନ ଚଳାଚଳା ବାତିଲ ହୋଇଛି। ବିଭିନ୍ନ ସ୍ଥାନରେ ରେଳ ଧାରଣା ପ୍ରଭାବିତ ହୋଇଛି। ଫଳରେ ରେଳ ଚଳାଚଳକୁ ସାମୟିକ ପାଇଁ ସ୍ଥଗିତ ରଖାଯାଇଛି। 


ତାମିଲନାଡୁ ମୁଖ୍ୟ ଶାସନ ସଚିବ ଶିବ ଦାସ ମୀନା (Tamil Nadu State Chief Secretary Shivdas Meena) କହିଛନ୍ତି ଯେ,  ବର୍ଷା ହେତୁ ତିରୁନଭେଲି ଏବଂ ଥୁଥୁକୁଟି ଜିଲ୍ଲାରେ ଦଶ ଜଣଙ୍କର ମୃତ୍ୟୁ ଘଟିଛି। କାନ୍ଥ ଭୁଶୁଡ଼ିବା କାରଣରୁ ଅଧିକାଂଶ ଲୋକଙ୍କର ଜୀବନ ଯାଇଥିବା ଜଣାପଡିଛି। (Kayalpattinam) କାୟାଲପାଟ୍ଟିନମ୍ ରେ ୩୦ ଘଣ୍ଟା ମଧ୍ୟରେ ୧.୧୮୬ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ବେଳେ  ଏବଂ ତିରୁଚେନ୍ଦୁର(Tiruchendur)ରେ ୯୨୧ ମିଲିମିଟର ବର୍ଷା ହୋଇଛି। ସଚିବ କହିଛନ୍ତି ଯେ ,ଉଦ୍ଧାର ଓ ରିଲିଫ କାର୍ଯ୍ୟରେ, ବାୟୁସେନା, ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ସମେତ କେନ୍ଦ୍ର ତଥା ରାଜ୍ୟ ସରକାରୀ ଏଜେନ୍ସିର ପ୍ରାୟ ୧୩୪୩ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। 'ଏପର୍ଯ୍ୟନ୍ତ ୧୬୦  ରିଲିଫ୍ କ୍ୟାମ୍ପରେ ୧୭,୦୦୦ ଲୋକଙ୍କୁ ରଖାଯାଇଛି। ପରିସ୍ଥିତି ଉପରେ ନଜର ରଖାଯାଇଛି । ବନ୍ୟା ସ୍ଥିତି ଗମ୍ଭୀର ଥିବାରୁ ଅଧିକାଂଶ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି