daring rescue : ୱାୟନାଡ ଭୂସ୍ଖଳନର ୫ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ୪ ଜଣ ଶିଶୁ
Forest officials save tribal family : କେରଳ ୱାୟନାଡର ଭୂସ୍ଖଳନ ରେସକ୍ୟୁ ଅଭିଯାନ ପଞ୍ଚମ ଦିନରେ ପହଞ୍ଚିଛି ।ଏବେ ୬ ଜଣ ଶିଶୁଙ୍କୁ ଜୀବନ୍ତ ଭାବେ ଉଦ୍ଧାର କରାଯାଇଛି ।
Wayanad daring rescue : କେରଳର ୱାୟନାଡରେ ଦେଖାଦେଇଥିବା ଭୟଙ୍କର ଭୂସ୍ଖଳନର ରେସକ୍ୟୁ ଅଭିଯାନ ଏହା ମଧ୍ୟରେ ପଞ୍ଚମ ଦିନରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଭୂସ୍ଖଳନ ମୃତ୍ୟୁସଂଖ୍ୟା ୩୪୦ରେ ପହଞ୍ଚିଥିବା ବେଳେ ଏବେ ବି ୨୦୦ ଜଣ ନିଖୋଜ ରହିଥିବା ଆନୁଷ୍ଠାନିକ ଭାବେ କୁହାଯାଇଛି । ତେବେ ଏହା ମଧ୍ୟରେ କେରଳର ଜଙ୍ଗଲରୁ ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି । ଝଡ଼, ତୋଫାନ, ବର୍ଷା, ମାଟି, କାଦୁଆ, ଭଗ୍ନ ଗୃହ ଭିତରୁ ଅନେକ ମୃତଦେହକୁ ଉଦ୍ଧାରକାରୀ ଟିମ୍ ଉଦ୍ଧାର କରୁଥିବା ବେଳେ ଏବେ ୬ ଜଣ ଶିଶୁଙ୍କୁ ଜୀବନ୍ତ ଭାବେ ଉଦ୍ଧାର କରାଯାଇଛି ।
ୱାୟନାଡରେ ବନ ଅଧିକାରୀଙ୍କ ଦ୍ୱାରା ୮ ଘଣ୍ଟାର କଠିନ ସଂଘର୍ଷ ପରେ ଏକ ଆଦିବାସୀ ବସ୍ତିରୁ ୬ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏହି ରେସକ୍ୟୁ ଅଭିଯାନକୁ ମୁଖ୍ୟମନ୍ତ୍ରୀ ପିନାରାଈ ବିଜୟନ ପ୍ରଶଂସା କରିବା ସହ ସଙ୍କଟ ସମୟରେ ଏହା ପ୍ରକୃତ ବଳିଦାନ ବୋଲି କହିଛନ୍ତି । ଆମେ ଏକତ୍ର ହୋଇ ପୁନନିର୍ମାଣ କରିବା ଓ ମଜବୁତ ହୋଇ ଆଗକୁ ଯିବା ବୋଲି ସେ କହିଛନ୍ତି ।
ରେସକ୍ୟୁ ହୋଇଥିବା ଆଦିବାସୀ ସମ୍ପ୍ରଦାୟର ଶିଶୁଙ୍କ ମଧ୍ୟରେ ୪ ବର୍ଷର ୪ ଜଣ ଶିଶୁ ରହିଥିଲେ । ୱାୟନାଡର ପାନିୟା ସମ୍ପ୍ରଦାୟର ଏହି ପରିବାର ଏକ ପାହାଡ଼ ଗୁମ୍ଫା ଭିତରେ ଫଶି ରହିଥିଲା । ସେଠାରେ ଏକ ଗଭୀର ଖାଈ ରହିଥିବାରୁ ସେହି ସ୍ଥାନକୁ ପହଞ୍ଚିବାକୁ ବନ କର୍ମଚାରୀଙ୍କୁ ସାଢ଼େ ୪ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା ।
ଗତ ୧ ତାରିଖ ଦିନ ବନ କର୍ମଚାରୀମାନେ ଜଣେ ମା’ ଓ ତାଙ୍କର ଏକ ୪ ବର୍ଷର ଶିଶୁକୁ ବୁଲୁଥିବାର ଦେଖିଥିଲେ । ଏହାପରେ ପଚରାଉଚରା କରିବା ପରେ ସେମାନଙ୍କର ଅନ୍ୟ ୩ ଶିଶୁ ଓ ସେମାନଙ୍କର ପିତା ମଧ୍ୟ ଗୁମ୍ଫାରେ ଫଶି ରହିଥିବା ଜଣାପଡ଼ିଥିଲା । ସାଧାରଣ ଭାବେ ଉକ୍ତ ଆଦି ସମ୍ପ୍ରଦାୟ ବାହାର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତି ନାହିଁ । ସେମାନେ ବନଜାତ ସାମଗ୍ରୀ ଉପରେ ନିର୍ଭର କରିବା ସହ ତାହାକୁ ସ୍ଥାନୀୟ ବଜାରରେ ବିକ୍ରି କରି ଚାଉଳ କିଣିଥାନ୍ତି ।
ଭୂସ୍ଖଳନ ହେବା କାରଣରୁ ସେମାନେ କୌଣସି ଭୋଜନ ପ୍ରାପ୍ତ କରିବାକୁ ଅସମର୍ଥ ଥିଲେ । ବହୁତ ବୁଝାସୁଝା କରିବା ପରେ ଶିଶୁମାନଙ୍କର ପିତା ତାଙ୍କର ପରିବାରକୁ ଅନ୍ୟ ସ୍ଥାନକୁ ନେବାକୁ ରାଜି ହୋଇଯାଇଥିଲେ । ଏହାପରେ ବନ କର୍ମଚରୀମାନେ ରସି ଓ କପଡ଼ା ଶିଶୁମାନଙ୍କୁ ବାନ୍ଧି ସୁରକ୍ଷିତ ଭାବେ ନେଇଆସିଥିଲେ । ଏହି କଠିନ ସଂଘର୍ଷ ସମୟର କିଛି ଫଟୋ ବନ ବିଭାଗ ପକ୍ଷରୁ ଜାରି କରାଯାଇଛି।