Donald Trump threaten India: ଭାରତକୁ(India) କଡ଼ା ଚେତାବନୀ ଦେଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald trump) । ଟ୍ରମ୍ପ କହିଛନ୍ତି ଯେ ମୁଁ ଯଦି ଆଗକୁ ରାଷ୍ଟ୍ରପତି ହୁଏ ତେବେ ଭାରତରୁ ଆମଦାନୀ ହେଉଥିବା ଜିନିଷ ଉପରେ ଅଧିକ ଟ୍ୟାକ୍ସ ଲଗାଯିବ। କେବଳ ଏତିକି ନୁହେଁ ଆମେରିକାର ଉତ୍ପାଦନ ହାରଲେ ଡେଭିଡସନ୍ ବାଇକ୍ ଉପରେ ଲଗାଯାଉଥିବା ଟ୍ୟାକ୍ସ କଥା ମଧ୍ୟ କହିଛନ୍ତି ଟ୍ରମ୍ପ।


COMMERCIAL BREAK
SCROLL TO CONTINUE READING

୨୦୨୪ ରାଷ୍ଟ୍ରପତି ନର୍ବାଚନରେ ସେ ଯଦି ବିଜୟ ହାସଲ କରି ନିଜ ରାଷ୍ଟ୍ରପତି(President) ପଦବୀ ପୁଣି ଥରେ ଫେରି ପାଆନ୍ତି ତାହାଲେ ହାରଲେ ଡେଭିଡସନ୍ ବାଇକ ଉପରେ ଭାରତ ଲଗାଇଥିବା ଟ୍ୟାକ୍ସ ଭଳି ଭାରତର ବିଭିନ୍ନ ପ୍ରଡକ୍ଟ ଉପରେ ସେ ମଧ୍ୟ ଟ୍ୟାକ୍ସ ଲଗାଇବେ ବୋଲି ଧମକ ଦେଇଛନ୍ତି । ଏଥି ସହିତ ଯେ କହିଛନ୍ତି ଯେ, ଯଦି ଭାରତ ଆମେରୀକିୟ ଉତ୍ପାଦନ ଉପରେ ଟ୍ୟାକ୍ସ ଲଗାଉଛି ଏଭଳି ପରିସ୍ଥିତିରେ କିପରି ଆମେ ଭାରତ ସହ ବିଜନେସ୍ କରିବୁ । ଭାରତ ଆମ ଉପରେ ୧୦୦ ପ୍ରତିଶତ, ୧୫୦ ପ୍ରତିଶତ ଏବଂ ୨ଶହ ପ୍ରତିଶତ ଟ୍ୟାକ୍ସ ଲଗାଉଛି। ଭାରତ ତାର ମୋଟର ସାଇକେଲ ବିନା କୌଣସି ଟ୍ୟାକ୍ସରେ ଆମ ଦେଶରେ ବିକ୍ରି କରୁଛି। ମାତ୍ର ଆମ କଥା ଆସିଲେ ଭାରତ ମାତ୍ରାଧିକ ଟ୍ୟାକ୍ସ(Tax) ଲଗାଉଛି । ଏଥିପାଇଁ ଆମ ବାଇକ୍ କେହି କିଣିବାକୁ ପସନ୍ଦ କରୁନାହାନ୍ତି । ଯେଉଁଥି ପାଇଁ ଟ୍ରମ୍ପ ରାଷ୍ଟ୍ରପତି ହେଲେ ଅଧିକରୁ ଅଧିକ ଟ୍ୟାକ୍ସ ଲଗାଇବେ ବୋଲି ସେ କହିଛନ୍ତି ।'ଫକ୍ସ ବିଜନେସ୍ ନ୍ୟୁଜ୍'ର ଲ୍ୟାରି କୁଡଲୋଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ ଭାରତର ଟିକସ ହାର ଉପରେ ପ୍ରଶ୍ନ କରି ଏହି ସବୁ ମନ୍ତବ୍ୟ ଦେଇଛନ୍ତି।


ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ୱେବସାଇଟରେ ଲେଖିଛନ୍ତି, 'ମୁଁ ଜାଣେ ମୁଁ କିଏ, ମୋର ରାଷ୍ଟ୍ରପତି କାର୍ଯ୍ୟକାଳ କେତେ ସଫଳ ହୋଇଛି। ସେଥିପାଇଁ ମୁଁ ଯୁକ୍ତି କରିବି ନାହିଁ । ପୂର୍ବତନ ରାଷ୍ଟ୍ରପତିଙ୍କ ମୁଖପାତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି ଯେ ସେ ପ୍ରତ୍ୟେକ ପ୍ରାଥମିକ ବିତର୍କକୁ ନେଇ ଆଲୋଚନା କରିବାକୁ ଯୋଜନା କରୁଛନ୍ତି ନା ସେ ଏହି ବିତର୍କକୁ ଏଡ଼ାଇ ଦେବା ପାଇଁ ଯୋଜନା କରୁଛନ୍ତି। ବିକାଶ ବିଷୟରେ ଜ୍ଞାନ ଥିବା ଜଣେ ବ୍ୟକ୍ତି ରବିବାର କହିଛନ୍ତି ଯେ ଟ୍ରମ୍ପ ଏବଂ ତାଙ୍କ ଦଳ ରିପବ୍ଲିକାନ୍ ନ୍ୟାସନାଲ କମିଟିକୁ ସେମାନଙ୍କ ଯୋଜନା ବିଷୟରେ ଜଣାଇ ନାହାଁନ୍ତି। ଏହି ସମୟରେ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀମାନେ ବିତର୍କରେ ଭାଗ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି।


Also Read: Dengue Cases: ରାଜ୍ୟରେ ବଢ଼ି ଚାଲିଛି ଡେଙ୍ଗୁ ରୋଗ, ଡାକ୍ତରଖାନାରେ ମିଳୁନି ବେଡ୍