Refrigerator Compressor Blast: ପଞ୍ଜାବ ଜଳନ୍ଧର ଠାରେ (Punjab Jalandhar) ଗତ ବିଳମ୍ବିତ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏହି ଅଘଟଣରେ ୩ ଶିଶୁଙ୍କ ସମେତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଘର ମାଲିକ ତଥା ବିଜେପି ନେତା ଯଶପାଲ ଘାଇ (୭୦), ବୋହୂ ରୁଚି (୪୦), ୧୪ ବର୍ଷୀୟ ମନଷା, ୧୨ ବର୍ଷୀୟ ଦିୟା ଓ ୧୦ ବର୍ଷିୟ ଅକ୍ଷୟ ରହିଥିଲେ। ଘଟଣା ସମୟରେ ଯଶପାଲଙ୍କ ବୃଦ୍ଧ ପତ୍ନୀ ବଲବୀର କୌର ପଡୋଶୀଙ୍କ ଘରକୁ ଯାଇଥିବାବେଳେ ସେ ଏହି ଅଘଟଣରୁ ବର୍ତ୍ତି ଯାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଏହି ଭୟଙ୍କର ଦୁର୍ଘଟଣା ଘଟିଛି ଜଳନ୍ଧର ଅବତାର ନଗର ୧୨ ନମ୍ବର ଗଳିରେ (Punjab Jaldhar Avtar Nagar Colony) । ଦୁର୍ଘଟଣା ସମୟରେ ପୁରା ପରିବାର ଡ୍ରଇଂ ରୁମରେ ବସି କ୍ରିକେଟ୍ ମ୍ୟାଚ୍ (Cricket Match) ଦେଖୁଥିଲେ। ଏହି ସମୟରେ ହଠାତ୍ ଘରର ଫ୍ରିଜରେ ବିସ୍ଫୋରଣ (Refrigerator Compressor Blast) ହୋଇଥିଲା। ଏହାପରେ ପୁରା ଘରେ ନିଆଁ ଲାଗିଯାଇଥିଲା। ଗ୍ୟାସର ଗନ୍ଧ ଏତେ ଶକ୍ତିଶାଳୀ ଥିଲା ଯେ ଘର ଭିତରେ ଥିବା ପରିବାର ସଦସ୍ୟମାନେ କିଛି ଭାବିବା ପୂର୍ବରୁ ଚେତାଶୂନ୍ୟ ହୋଇଯାଇଥିଲେ । ଫଳରେ ନିଆଁରେ ପୋଡି଼ ହୋଇ ଚାଲିଯାଇଥିଲା ୫ ଜୀବନ । ବିସ୍ଫୋରଣର ଶବ୍ଦ ଶୁଣିବା ପରେ ପଡ଼ୋଶୀମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଏନେଇ ଖବର ଦେଇଥିଲେ । ରେଫ୍ରିଜରେଟରର କମ୍ପ୍ରେସରରେ ବିସ୍ଫୋରଣ ହେବା ପରେ ଘରେ ସମେତ ଗଳି ମଧ୍ୟକୁ ଗ୍ୟାସ ବ୍ୟାପି ଯାଇଥିଲା। ଗ୍ୟାସ ଯୋଗୁଁ ପୁରା ଘରେ ନିଆଁ (Fire Mishap) ଲାଗିଯାଇଥିଲା । ଏହି ଅଗ୍ନିକାଣ୍ତ ଏତେ ଭୟଙ୍କର ଥିଲା ଯେ, ଏହାକୁ ନିୟନ୍ତ୍ରଣ କରିବା ନେଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ (Fire Brigade) ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଥିଲେ।


Also Read-laxmi Bus Scheme: ଏହି ଦିନ ମାଲକାନଗିରି ବଣ୍ତା ଘାଟିରୁ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ


Also Read-Bus Strike: ଆଲୋଚନା ପରେ ବି ଶୁଣିଲେନି ସରକାର, ମଙ୍ଗଳବାର ଠାରୁ ସାରା ରାଜ୍ୟରେ ବସ ଧର୍ମଘଟ


ତେବେ ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ଘଟଣାସ୍ଥଳରୁ ନମୁନା ସଂଗ୍ରହ ଲାଗି ‘ଫୋରେନ୍‌ସିକ୍‌ ଟିମ୍‌’ କୁ ଡକାଯାଇଥିବା କଥା ପୋଲିସ କହିଛି। ଏହି ଘଟଣାକୁ ନେଇ ଜଳନ୍ଧରର ଅତିରିକ୍ତ ଡେପୁଟି ପୁଲିସ କମିଶନର କହିଛନ୍ତି, ଜଳନ୍ଧରର ଅବତାର ନଗରସ୍ଥିତ ଏକ ଘରେ ବିସ୍ଫୋରଣ ଭଳି ଘଟଣା ଘଟିଥିବା ସୂଚନା ପାଇବା କ୍ଷଣି ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ। ବିସ୍ଫୋରଣର କାରଣ ଜାଣିବା ନିମନ୍ତେ ତଦନ୍ତ କରୁଛୁ। ଏଥିପାଇଁ ଆମେ ‘ଫୋରେନ୍‌ସିକ୍‌’ ବିଶେଷଜ୍ଞ ଟିମ୍‌ ଡକାଇଛି।