ଜଗଦୀଶ୍ ବାରିକ୍, ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି (Mehul Choksi) ଭାରତକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଆଣ୍ଟିଗୁଆ ଓ ବାରବୁଡାର ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନେ (Gaston Browne) କହିଛନ୍ତି ଯେ ଡୋମିନିକାରୁ  (Dominica) ଆଣ୍ଟିଗୁଆ ଆଣିବା ପରିବର୍ତ୍ତେ ଚୋକସିଙ୍କୁ ସିଧାସଳଖ ଭାରତ ପଠାଯାଇପାରେ । ସେ କହିଛନ୍ତି ଯେ ଯଦି ସବୁକିଛି ଠିକ୍ ହୁଏ ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଚୋକସି ଭାରତରେ ଥିବେ । ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିବା ମେହୁଲ ଚୋକସି ଡୋମିନିକାର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗଙ୍କ (CID) ଅଧୀନରେ ଅଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଜୁନରେ ହେବାକୁ ଯାଉଛି ଅନେକ ବଡ ପରିବର୍ତ୍ତନ! ଆପଣଙ୍କ ପକେଟ ଉପରେ ପଡିବ ସିଧାସଳଖ ପ୍ରଭାବ


ଭାରତ ସହିତ ନିରନ୍ତର ଯୋଗାଯୋଗରେ ବ୍ରାଉନ୍


କୂଟନୈତିକ ସମ୍ବାଦଦାତା ସିଦ୍ଧନ୍ତ ସିବଲଙ୍କ ସହ ସ୍ୱତନ୍ତ୍ର ଆଲୋଚନାରେ ଆଣ୍ଟିଗୁଆ ଓ ବାରବୁଡାର ପ୍ରଧାନମନ୍ତ୍ରୀ ଗଷ୍ଟନ୍ ବ୍ରାଉନେ (Gaston Browne) କହିଛନ୍ତି ଯେ ସେ ଭାରତ ସରକାର ଓ ଡୋମିନିକା ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ମେହୁଲ ଚୋକସିଙ୍କୁ ଆଣ୍ଟିଗୁଆକୁ ଫେରାଇ ଆଣିବା ପରିବର୍ତ୍ତେ ତାଙ୍କୁ ସିଧାସଳଖ ଭାରତ ପଠାଇବାକୁ ଯୋଜନା ରହିଛି । ସେ କହିଛନ୍ତି ଯେ ଡୋମିନିକା ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଓ ଯଦି ସବୁ କିଛି ଠିକ୍ ହୁଏ ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଭାରତରେ ଚୋକସି ଭାରତରେ ଥିବେ ।


ଅଧିକ ପଢ଼ନ୍ତୁ:-ସର୍ବାଧିକ କେତେ ବର୍ଷ ବଞ୍ଚିପାରିବେ ଆପଣ? ବଡ଼ ଖୁଲାସା କଲେ ବୈଜ୍ଞାନିକ
 
'ପଠାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ'


ଗେଷ୍ଟନ୍ ବ୍ରାଉନ୍ ଆହୁରି ମଧ୍ୟ କହିଛନ୍ତି ଯେ ସେ ଡୋମିନିକା ସରକାର ଓ ସେଠାରେ ଥିବା ଆଇନ ବିଭାଗକୁ ଆଣ୍ଟିଗୁଆକୁ ପଠାଯିବା ପରିବର୍ତ୍ତେ ସିଧାସଳଖ ଭାରତକୁ ପଠାଇବାକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ପୂର୍ବରୁ ସ୍ପଷ୍ଟ କରିସାରିଛୁ ଯେ ଯଦି ମେହୁଲ ଚୋକସି ଦେଶ ଛାଡି ପଳାନ୍ତି ତେବେ ତାଙ୍କ ନାଗରିକତ୍ୱ ଛଡ଼ାଇ ନିଆଯିବ । ତେଣୁ ବର୍ତ୍ତମାନ ତାଙ୍କୁ ଭାରତ ପଠାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।  ନାଗରିକ ଭାବରେ ତାଙ୍କର କୌଣସି ଆଇନଗତ ଅଧିକାର ନାହିଁ। 


ଅଧିକ ପଢ଼ନ୍ତୁ:-ପୁରୁଷଙ୍କୁ କୋରୋନା ହେବାର ଆଶଙ୍କା ଅଧିକ! ଏହା ହେଉଛି କାରଣ...


୨୦୧୮ ଠାରୁ ଆଣ୍ଟିଗୁଆରେ ଥିଲେ


ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ସ୍କାମରେ ଅଭିଯୁକ୍ତ ମେହୁଲ ଚୋକସି ହଠାତ୍ ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିଲେ । ଏହା ପରେ ଇଣ୍ଟରପୋଲ ତାଙ୍କୁ ଧରିବା ପାଇଁ 'ୟେଲୋ ନୋଟିସ' ଜାରି କରିଥିଲା । ଚୋକସି ଆଣ୍ଟିଗୁଆ ଓ ବାରବୁଡାର ନାଗରିକତ୍ୱ ନେବା ପରେ ୨୦୧୮ ଠାରୁ ଏଠାରେ ରହିଆସୁଥିଲେ । ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଇଣ୍ଟରପୋଲ ୟେଲୋ ନୋଟିସ ଜାରି କରେ । ତାଙ୍କୁ ଶେଷ ଥର ପାଇଁ ରବିବାର ଦିନ ତାଙ୍କ କାରରେ ରାତ୍ରୀ ଭୋଜନ ପାଇଁ ଆଣ୍ଟିଗୁଆ ଓ ବାରବୁଡାରେ ଯାଉଥିବାର ଦେଖାଯାଇଥିଲା । ଚୋକସିଙ୍କ କାର ମିଳିବା ପରେ ତାଙ୍କ କର୍ମଚାରୀମାନେ ନିଖୋଜ ଥିବା ଖବର ଦେଇଥିଲେ ।