Gharial Smuggling: ଚୋରାଚାଲାଣ କରାଯାଉଥିବା ଅନେକ ବେଆଇନ ସାମଗ୍ରୀ ବିମାନ ବନ୍ଦରରେ ହେଉଥିବା ଯାଞ୍ଚ ବେଳେ ଧରା ପଡ଼ିଯାଇଥାଏ। ସେଠାରେ ଲାଗିଥିବା ଲଗେଜ୍ ସ୍କାନର ଏପରି ଅନେକ ବେଆଇନ ଜିନିଷ ଯାଞ୍ଚ ବେଳେ ଧରି ନେଇଥାଏ। ଏଭଳି ସାମଗ୍ରୀକୁ ବ୍ୟାଗ ମଧ୍ୟରେ ରଖାଯାଏ କିମ୍ବା ଅନ୍ୟ କୌଣସି ଜିନିଷ ଭିତରେ ଲୁଚଇ ରଖାଯାଉ। ହେଲେ ଏହା ଯାଞ୍ଚ ବେଳେ ନିଶ୍ଚୟ ଧରାପଡେ। ସଦ୍ୟ ଏପରି ଏକ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏକ ଘଡ଼ିଆଳ ଚୋରାଚାଲାଣ କରିବା ବେଳେ ଜଣେ ବ୍ୟକ୍ତିଙ୍କୁ ମାଡ଼ି ବସିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ। ସମ୍ପକ୍ତ ବ୍ୟକ୍ତି ଜଣଙ୍କ ଏକ ଘଡ଼ିଆଳକୁ ନିଜ ବ୍ୟାଗ ମଧ୍ୟରେ ଲୁଚାଇ ରଖିଥିଲେ।


COMMERCIAL BREAK
SCROLL TO CONTINUE READING

ଜର୍ମାନୀ ମ୍ୟୁନିଚ୍ ବିମାନ ବନ୍ଦରରେ (Munich International Airport Germany) ଘଟିଯାଇଛି ଏଭଳି ଘଟଣା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତି ଏକ ଘଡ଼ିଆଳକୁ ସୁଟକେସ (Gharial in Suitcase) ମଧ୍ୟରେ ଲୁଚାଇ ରଖିଥିଲେ। ହେଲେ ବିମାନ ବନ୍ଦରରେ ଲାଗିଥିବା ଲଗେଜ୍ ସ୍କାନର (Airport Luggage Scanner) ତାଙ୍କ କାରନାମାର ପର୍ଦ୍ଦାଫାଶ କରି ଦେଇଥିଲା। ଏନେଇ କୁହାଯାଉଛି ଯେ ବ୍ୟକ୍ତି ଜଣକ ଏହାକୁ ଜର୍ମାନୀରୁ ସିଙ୍ଗାପୁର (Germany to Singapore) ଅଭିମୁଖେ ନେଇ ଯାଉଥିଲେ। ତାଙ୍କ ସୁଟକେସରେ ପ୍ରାୟ ଏକ ମିଟର ଲମ୍ବା ଘଡ଼ିଆଳ (Gharial) ରହିଥିବାର ଜଣାପଡ଼ିଥିଲା। ସେ ଚୋରା ଚାଲାଣ କରିବା ଉଦ୍ଦେଶ୍ୟରେ ଘଡ଼ିଆଳକୁ ନେଇ ଯାଉଥିଲେ।


ମ୍ୟୁନିଚ୍ ବିମାନ ବନ୍ଦର ଅଧିକାରୀ (Munich Airport Authority) ଏକଥା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ଚୋରାଚାଲାଣ ବେଳେ ସେ ଘଡ଼ିଆଳକୁ ଏପରି ବାନ୍ଧି ରଖିଥିଲେ ଯେପରି ଏହା ମରିଯାଇଥିଲା। ହେଲେ ଯାଞ୍ଚ ବେଳେ ଏହା ଜୀବନ୍ତ ଅବସ୍ଥାରେ ବାହାରକୁ ଆସି ଯାଇଥିଲା। ଏହି ଘଟଣା ପରେ ଅଧିକାରୀ ତୁରନ୍ତ ଉଦ୍ଧାରକାରୀ ଦଳକୁ ଡାକିଥିଲେ। ଘଡ଼ିଆଳକୁ ସୁଟକେସ ମଧ୍ୟରୁ ବାହାର କରି ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏହା ମଧ୍ୟ କୁହାଯାଉଛି ଯେ ଘଡ଼ିଆଳ ଚୋରାଚାଲାଣ କରୁଥିବା ଅଭିଯୁକ୍ତ ଜଣକ ଆମେରିକୀୟ ବାସିନ୍ଦା।


ଘଡ଼ିଆଳ ଚୋରାଚାଲାଣ କରାଯିବା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେରା କରାଯାଉଛି। ଚୋରା ଚାଲାଣକାରୀ ଏପରି ଧଳା ଘଡ଼ିଆଳ କାରବାରରୁ (White Gharial Smuggling) ୫୦-୬୦ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। ବର୍ତ୍ତମାନ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ଜୀବନ୍ତ ଘଡ଼ିଆଳ କେତେ ଦିନ ସୁଟକେସ ମଧ୍ୟରେ ବନ୍ଦ ହୋଇ ରହିଥିଲା ତାହା ଜଣା ପଡିନାହିଁ। କେବଳ ଏତିକି ନୁହେଁ ଅଭିଯୁକ୍ତ ତାଙ୍କ ଦେହରେ ଏକ ଟେପ ବାନ୍ଧି ରଖିଥିଲେ। ହେଲେ ଯାଞ୍ଚ ବେଳେ ଲଗେଜ୍ ସ୍କାନର ତାଙ୍କ କାରନାମାକୁ ଧରି ନେଇଥିଲା।


Also Read: Kerala: ଶାକାହାରୀ କୁମ୍ଭୀରର ମୃତ୍ୟୁ, ୭୦ ବର୍ଷ ଧରି କରୁଥିଲା ଏହି କାମ


ଥଣ୍ଟିଆ କୁମ୍ଭୀର ବା ଘଡ଼ିଆଳ କୁମ୍ଭୀର ଗାଭିଆଲିଡାଏ ପରିବାରର କୁମ୍ଭୀର। ଏହି କୁମ୍ଭୀରକୁ କିଛି ସ୍ଥାନରେ ମାଛଖିଆ କୁମ୍ଭୀର ନାମରେ ଜଣାଶୁଣା। ବିଗତ ୭୦ ବର୍ଷରେ ଥଣ୍ଟିଆ କୁମ୍ଭୀରଙ୍କ ସଂଖ୍ୟା ଅତିମାତ୍ରାରେ ହ୍ରାସ ପାଇଥିବାରୁ ବିଲୁପ୍ତପ୍ରାୟ ଜୀବ ଭାବେ ବିବେଚନା କରାଯାଏ। ଅନ୍ୟ କୁମ୍ଭୀରମାନଙ୍କ ତୁଳନାରେ ଥଣ୍ଟିଆ କୁମ୍ଭୀରର ଶରୀରର ଦୈର୍ଘ୍ୟ ଅଧିକ। ଏମାନଙ୍କ ସର୍ବାଧିକ ଲମ୍ବ ପ୍ରାୟ ୬.୨୫ ମିଟର୍ ଅର୍ଥାତ ୨୦.୫ ଫୁଟ୍ ହୋଇପାରେ। ବୟସ୍କ ଥଣ୍ଟିଆ କୁମ୍ଭୀରର ହାରାହାରି ଦୈର୍ଘ୍ୟ ୩.୫-୪.୫ ମିଟର୍ ଅର୍ଥାତ ୧୧-୧୫ ଫୁଟ୍ ହୋଇଥାଏ। ୧୧୦ ଗୋଜିଆ ତଥା ପରସ୍ପରକୁ ଲାଗି ରହିଥିବା ଦାନ୍ତ ତଥା ଲମ୍ବା ଥଣ୍ଟ ପରି ମୁହିଁ ଏମାନଙ୍କୁ ମାଛ ଧରିବାରେ ସୁବିଧା ହୁଏ। ମାଛ ଏମାନଙ୍କ ପ୍ରମୁଖ ଖାଦ୍ୟ। ଅଣ୍ଡିରା ଥଣ୍ଟିଆ କୁମ୍ଭୀରର ଥଣ୍ଟ ଆଗରେ ଏକ ପିଣ୍ଡୁଳା ରହିଥାଏ।  ଯାହା ଏକ ଛୋଟ ମାଟିପାତ୍ର ଅର୍ଥାତ ହାଣ୍ଡି ପରି ଦେଖାଯାଏ। ହିନ୍ଦୀ ଭାଷାରେ ହାଣ୍ଡି ମାଠିଆ ଆଦିକୁ ଘଡ଼ା ବୋଲି କହିଥାନ୍ତି। ଏହି ଶବ୍ଦରୁ ଥଣ୍ଟିଆ କୁମ୍ଭୀର ନାମ ଘଡ଼ିଆଳ ରଖାଯାଇଛି।