After Hamas Attack : ଗତ ୨୦୨୩ ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣର ଶିକାର ହୋଇଥିବା ଅନେକ ଇସ୍ରାଏଲୀୟ ଲୋକ ଏପର୍ଯ୍ୟନ୍ତ ନିଜର ଦୁଃଖ ଭୁଲି ପାରି ନାହାନ୍ତି। ଏହି ଆକ୍ରମଣ ଇସ୍ରାଏଲ ଲୋକଙ୍କ ଆତ୍ମବିଶ୍ୱାସକୁ ଥରାଇ ଦେଇଛି। ଇସ୍ରାଏଲ୍ ନାଗରିକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଭୟ ସୃଷ୍ଟି ହୋଇଛି। ଫଳରେ ‌ବହୁ ମହିଳା ନିଜ ପାଖରେ ବନ୍ଧୁକ ରଖି ହମାସ ବିରୋଧରେ ଲଢ଼ିବାକୁ ଚାହୁଛନ୍ତି।


COMMERCIAL BREAK
SCROLL TO CONTINUE READING

 ସୁରକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,ବନ୍ଧୁକ ଅନୁମତି ପାଇଁ ଆବେଦନ କରୁଥିବା ମହିଳାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।  ଆକ୍ରମଣ ପରଠାରୁ ମହିଳାମାନଙ୍କ ଦ୍ୱାରା ବନ୍ଧୁକ ଅନୁମତି ପାଇଁ ୪୨,୦୦୦ ଆବେଦନ କରାଯାଇଛି। ସେଥି ମଧ୍ୟରୁ ୧୮,୦୦୦କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ସଂଖ୍ୟା ଯୁଦ୍ଧ ପୂର୍ବରୁ ମହିଳାଙ୍କ ପାଖରେ ଥିବା ଲାଇସେନ୍ସ ସଂଖ୍ୟାଠାରୁ ତିନି ଗୁଣ ଅଧିକ। ଅନ୍ୟପଟେ ନାରୀବାଦୀ ଗୋଷ୍ଠୀ ପକ୍ଷରୁ ଏଭଳି ପ୍ରସଙ୍ଗକୁ ସମାଲୋଚନା କରାଯାଇଛି।


ଲାଇସେନ୍ସ ପାଇଁ ଆବେଦନଗୁଡ଼ିକ ବୃଦ୍ଧି ପାଇବାରେ ଲାଗିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାାନାହୁ ସରକାରଙ୍କ ଦକ୍ଷିଣପନ୍ଥୀ ସୁରକ୍ଷା ମନ୍ତ୍ରୀ ଇଟାମର ବେନ୍ ଗିଭର୍ କହିଛନ୍ତି। ବନ୍ଧୁକ ଆଇନ କୋହଳ କରାଯିବା ପରେ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲ ଅଧିକୃତ ୱେଷ୍ଟବ୍ୟାଙ୍କର ୧୫,୦୦୦ ରୁ ଅଧିକ ମହିଳାଙ୍କ ପାଖରେ ବନ୍ଧୁକ ରହିଛି। ସେଥିମଧ୍ୟରୁ ୧୦,୦୦୦ ମହିଳା ବାଧ୍ୟତାମୂଳକ ତାଲିମରେ ନାମ ଲେଖିଛନ୍ତି। 


ଇସ୍ରାଏଲର ନାଗରିକ ଗୋନେନ୍ ବର୍ତ୍ତମାନ ଅସ୍ତ୍ରଶସ୍ତ୍ର ତାଲିମ ନେଉଛନ୍ତି, ଯାହା ବନ୍ଧୁକ ଅନୁମତି ପାଇବା ବାଧ୍ୟତାମୂଳକ ଅଟେ। ଏକ ପ୍ରଶିକ୍ଷଣ ଅଧିବେଶନ ପରେ ସେ କହିଛନ୍ତି ଯେ ଅକ୍ଟୋବର ୭ ଆମ ସମସ୍ତଙ୍କୁ ଟାର୍ଗେଟ କରାଯାଇଥିଲା ଏବଂ ମୁଁ ଆଉ ଆଶ୍ଚର୍ଯ୍ୟ ହେବାକୁ ଚାହେଁ ନାହିଁ। ତେଣୁ ମୁଁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଛି।


୭ ଅକ୍ଟୋବରରେ, ଗାଜା ଅଞ୍ଚଳକୁ ଶାସନ କରୁଥିବା ଉଗ୍ରବାଦୀ ସଂଗଠନ ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ହମାସ ଯୋଦ୍ଧାମାନେ ଇସ୍ରାଏଲରେ ପ୍ରବେଶ କରିଥିଲେ। ଏହି ଆକ୍ରମଣରେ ୧୧୯୪ ଇସ୍ରାଏଲ୍ ନିହତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ ଥିଲେ। ହମାସ ଉଗ୍ରବାଦୀମାନେ ମହିଳା ଏବଂ ଶିଶୁମାନଙ୍କୁ ମଧ୍ୟ ଛାଡି ନ ଥିଲେ। ଏହା ସହିତ ସେମାନେ ପ୍ରାୟ ୨୫୦ ଇସ୍ରାଏଲୀୟଙ୍କୁ ବନ୍ଧକ ଭାବରେ ନେଇଥିଲେ।


ଏହି ଆକ୍ରମଣ ପରେ ଇସ୍ରାଏଲ ଗାଜା ଷ୍ଟ୍ରିପରେ ଏକ ବଡ଼ ଧରଣର ସାମରିକ ଅପରେସନ ଆରମ୍ଭ କରିଥିଲା, ଯାହା ଏବେବି ଜାରି ରହିଛି | ଗାଜା ଷ୍ଟ୍ରିପରେ ହମାସର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ପ୍ରତିଶୋଧ ପରାୟଣ ଆକ୍ରମଣରେ ଏହି ଅଞ୍ଚଳରେ ଅତି କମରେ ୩୭,୪୩୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ ରହିଛନ୍ତି