Goa illegal bar row: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ (Union Minister Smriti Irani) ନିଜ ଝିଅକୁ ନେଇ ଦିଆଯାଇଥିବା ବୟାନ ପ୍ରସଙ୍ଗରେ କଂଗ୍ରେସ ନେତା ପୱନ ଖେରା (Pawan Khera), ଜୟରାମ ରମେଶ (Jairam Ramesh), ନେତା ଡି’ସୁଜାଙ୍କୁ (Netta D Souza) ଏକା ସାଙ୍ଗରେ ଲିଗାଲ୍ ନୋଟିସ (legal notice) ପଠାଇଛନ୍ତି । ରିପୋର୍ଟ ଅନୁଯାୟୀ, ଇରାନୀ ନେତାମାନଙ୍କୁ ଲିଖିତ ଆକାରରେ ବିନା ସର୍ତ୍ତରେ କ୍ଷମା ମାଗିବାକୁ ଓ ତୁରନ୍ତ ତାଙ୍କ ଅଭିଯୋଗ ପ୍ରତ୍ୟାହାର କରିବାକୁ କହିଛନ୍ତି । ଗୋଟିଏ ଦିନ ପୂର୍ବରୁ ଶନିବାର ଦିନ ଇରାନୀ କଂଗ୍ରେସର ଅଭିଯୋଗ ଉପରରେ ଜବାବ ଦେଇ ଭୁଲର ପ୍ରମାଣ ଦେଖାଇବାକୁ କହିଥିଲେ ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ ଶନିବାର ଦିନ କଂଗ୍ରେସ ନେତା ପୱନ ଖେରା ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ମୃତି ଇରାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ସେ କହିଥିଲେ, "ସ୍ମୃତି ଇରାନୀଙ୍କ ୧୮ ବର୍ଷର ଝିଅଙ୍କ ନାମରେ ବାର ଚଲାଯାଉଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, 'ଆମେ ଦାବି କରୁଛୁ ଯେ ପ୍ରଧାନମନ୍ତ୍ରୀ ସ୍ମୃତି ଇରାନୀଙ୍କ ଇସ୍ତଫା ତୁରନ୍ତ ନିଅନ୍ତୁ । ଇରାନୀଙ୍କ ବିରୋଧରେ ହୋଇଥିବା ଏହି ଅଭିଯୋଗଗୁଡିକ ଦଲିଲ ନୁହେଁ ଯାହା ଆରଟିଆଇରୁ ନିଆଯାଇଛି । ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ଚାଲୁଥିବା ଏକ ବାରରେ ନକଲି ଲାଇସେନ୍ସ ଥିବା ଅଭିଯୋଗ ହୋଇଛି । ଏହି ସବୁ ବେଆଇନ ଭାବରେ ହୋଇଛି ।"


କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଶନିବାର ଦିନ ତାଙ୍କ ଝିଅ ଗୋଆରେ ଏକ ବେଆଇନ ବାର ଚଳାଉଛନ୍ତି ବୋଲି କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଇରାନୀ ଦାବି କରିଛନ୍ତି ଯେ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କ “୫,୦୦୦ ହଜାର କୋଟି ଟଙ୍କା ଲୁଟ୍” ଉପରେ ତାଙ୍କ ମାଆଙ୍କ ଟାର୍ଗେଟ କାରଣରୁ ଜଣେ କଲେଜ ଛାତ୍ରୀଙ୍କୁ (କେନ୍ଦ୍ର ମନ୍ତ୍ରୀଙ୍କ ଝିଅ) ଟାର୍ଗେଟ କରାଯାଇଛି । ଇରାନୀ କହିଛନ୍ତି ଯେ କଂଗ୍ରେସ ତାଙ୍କ ଝିଅର ଚରିତ୍ର ଉପରେ ଟାର୍ଗେଟ କରି ତାଙ୍କୁ ବଦନାମ କରିଛି । କୌଣସି ଭୁଲ୍ ଥିଲେ ପ୍ରମାଣ ଦେଖାଇବାକୁ ସେ ବିରୋଧୀ କଂଗ୍ରେସକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ ।


ସ୍ମୃତି ଇରାନୀ କହିଛନ୍ତି, "ପିସିରେ କଂଗ୍ରେସ ମୁଖପାତ୍ର ହସି ଯେଉଁ ଝିଅକୁ ଟାର୍ଗେଟ କରିଥିଲେ, ସେ ଜଣେ ସାଧାରଣ ଝିଅ, ଯିଏ ଏକ ସରଳ ଜୀବନ ବିତାଉଛନ୍ତି । ମୋର ୧୮ ବର୍ଷର ଝିଅ କଲେଜରେ ପଢ଼ନ୍ତି । କଂଗ୍ରେସ ୨୦୨୪ ବର୍ଷରେ ପୁଣିଥରେ ରାହୁଲ ଗାନ୍ଧୀଙ୍କୁ ଆମେଠି ପଠାନ୍ତୁ, ମୁଁ ପୁଣିଥରେ ଆମେଠିରେ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିବି ।"


ଏହା ବି ପଢ଼ନ୍ତୁ: ଲୋକସଭା ବାଚସ୍ପତିଙ୍କ ବିରୋଧ ଗମ୍ଭୀର ଆରୋପ ଆଣିଲେ ସଞ୍ଜୟ ରାଉତ; ଜାଣନ୍ତୁ ମାମଲା


ଏହା ବି ପଢ଼ନ୍ତୁ: Medicine Price: ଏହି ଗୁରୁତର ରୋଗର ଔଷଧ ମୂଲ୍ୟ କମ୍ କରିବାକୁ ଯାଉଛନ୍ତି ମୋଦି ସରକାର