restrictions on the import of gold jewellery : ସୁନା ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର। ଫ୍ରି ଟ୍ରେଡ୍ ଏଗ୍ରୀମେଣ୍ଟ ସହଯୋଗୀ ଦେଶ ୟୁନାଇଟେଡ୍ ଆରବ ଏମିରାଟ୍ସକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦେଶରୁ ସୁନା ଅଳଂକାର ସମେତ ଅନ୍ୟ ସାମଗ୍ରୀ ଆମଦାନୀରେ ମଙ୍ଗଳବାର ପ୍ରତିବନ୍ଧକ ଲଗାଯାଇଛି। ତେବେ ସୁନା ଆମଦାନୀରେ ଅହେତୁକ ବୃଦ୍ଧି ଯୋଗୁ ଏହି ପ୍ରତିବନ୍ଧକ ଲଗାଯାଇଛି।


COMMERCIAL BREAK
SCROLL TO CONTINUE READING

ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ(ଡିଜିଏଫ୍‌ଟି) ପକ୍ଷରୁ ବିବୃତ୍ତ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ,ସୁନା ଅଳଙ୍କାର, ମୋତି,ହୀରା, ଓ ମୂଲ୍ୟବାନ ପଥର ଖଚିତ ସୁନା ଏବଂ ଏହାର ଅନ୍ୟାନ୍ୟ ସାମଗ୍ରୀ ଆମଦାନୀ ମାଗଣା କ୍ୟାଟେଗୋରୀରୁ ପ୍ରତିବନ୍ଧକ କ୍ୟାଟେଗୋରିରେ ରଖାଗଲା।


ସୁନା ଆମଦାନୀ ମଧ୍ୟରେ ଅଳଙ୍କାର ସାମଗ୍ରୀ ଆମଦାନୀ ୩୦ ଗୁଣା ବଢ଼ିଛି। ବର୍ଷକ ତଳେ ୫୧.୫୧ ମିଲିଅନ୍ ଡଲାର ସୁନା ସାମଗ୍ରୀ ଆମଦାନୀ ହୋଇଥୂବା ବେଳେ ୨୦୨୪ରେ ଏହା ୩୦ ଗୁଣା ବଢ଼ି ୧.୫୫ ବିଲିଅନ ଡଲାର ହୋଇଛି। ଇଣ୍ଡୋନେସିଆ(୩୪୧.୯ ମିଲିଅନ), ତାଞ୍ଜାନିଆ(୧୦୭.୨ ମିଲିଅନ) ଏବଂ ଥାଇଲାଣ୍ଡ(୩୫.୯ ମିଲିଅନ)ରୁ ଅଧୂକ ସୁନା ଅଳଙ୍କାର ସାମଗ୍ରୀ ଆମଦାନୀ ଅଧୂକ କରାଯାଇଛି।


ତେବେ ପ୍ରତିବନ୍ଧକ ଲାଗିଥିବା ଅନ୍ୟ ୪ ସାମଗ୍ରୀ- ମୋତି ଖଚିତ ସୁନା, ହୀର ଖଚିତ ସୁନା, ଅନ୍ୟ ମୂଲ୍ୟବାନ ଓ ସେମି ମୂଲ୍ୟବାନ ଖଚିତ ସୁନା ଅଳଙ୍କାର ୨୦୨୪ରେ ମୋଟ ଆମଦାନୀ ୫୪୩.୪ ମିଲିଅନ ଡଲାର ହୋଇଥିବା ବେଳେ  ବାଣିଜ୍ୟ ବିଭାଗ ୱେବ୍‌ସାଇଟ୍‌ରେ ୨୦୨୩ରେ ଡାଟା ଉପଲବ୍ଧ ନା ନାହିଁ।


ହୀରା ଖଚିତ ସୁନା ଅଳଙ୍କାର ମୋଟ ଆମଦାନୀ ୪୭୮.୪ ମିଲିଅନରୁ ଆମେରିକାରୁ ସର୍ବାଧୂକ ୧୭୦.୪ ମିଲିଅନ ଆମଦାନୀ ହୋଇଛି। ଏହାପଛକୁ ୟୁନାଇଟେଡ୍ ଆରବ ଏମିରାଟ୍ପରୁ ୧୩୯.୩ ମିଲିଅନ ଡଲାର ଆମାଦାନୀ କରାଯାଇଛି। ଅହେତୁକ ଆମଦାନୀ ପରିଲଖୂତ ହେବା ପରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏବଂ କାହିଁକି ଆମଦାନୀ ଏତେ ବଢ଼ିଲା ତାର ସମୀକ୍ଷା କରାଯିବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।


ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହିସବୁ ସାମଗ୍ରୀ ଆମଦାନୀକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇ ନାହିଁ । ବରଂ ଆମଦାନୀକୁ ଅଧକା ତଦନ୍ତ ସାପେକ୍ଷା କରାଯିବ। ଅଧୂକ ତଦାରଖ କରି ଆମଦାନୀକୁ ଅନୁମତି ଦିଆଯିବ। ତେବେ ୟୁଏଇରୁ ଆମଦାନୀ ହେଉଥିବା ସୁନା ଅଳଙ୍କାର ଉପରେ ପରେ ପ୍ରତିବନ୍ଧକ ଲଗାଯିବ ନାହିଁ। କାରଣ ଏହି ଦେଶ ସହିତ ଭାରତ ୨୦୨୨ ମେ ଠାରୁ ଫ୍ରି ଟ୍ରେଡ୍ ଏଗ୍ରୀମେଣ୍ଡରେ ଚୁକ୍ତିବଦ୍ଧ ବୋଲି ସରକାର କହିଛନ୍ତି।