ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟରେ ହ୍ରାସ-ବୃଦ୍ଧି ଲାଗି ରହିଛି । ଯାହାର ପ୍ରଭାବ ଭାରତର ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଆଜି ଅର୍ଥାତ ଗୁରୁବାର ଦେଶରେ ୧୦ ଗ୍ରାମ ସୁନା ଦର(Gold Rate)ରେ ୧୫୦ ଟଙ୍କା ହ୍ରାସ ପାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ(Gold Price) ୫୨,୨୫୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୫୨,୪୦୦ ଟଙ୍କା ଥିଲା । ସେହିପରି ଦେଶରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୫୦ ଟଙ୍କା ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ଦର ୫୧,୨୫୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୫୧,୪୦୦ ଟଙ୍କା ଥିଲା ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କଂଗ୍ରେସରେ ହିଁ ସୋନିଆ ବନାମ ରାହୁଲ କଳି !


ଅନ୍ୟପଟେ ଆଜି ଦେଶରେ ରୁପା ମୂଲ୍ୟ(Silver Price)ରେ ବୃଦ୍ଧି ଘଟିଛି । ଆଜି ରୁପା ଦରରେ ୨୦୦୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୫,୦୦୦ ଟଙ୍କା ଥିଲା ।


ଅଧିକ ପଢ଼ନ୍ତୁ:-ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ଏହି ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର


ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର(Bhubaneswar)ରେ ସୁନା ମୂଲ୍ୟ(Gold Rate)ରେ ବୃଦ୍ଧି ଘଟିଛି । ଆଜି ସୁନା ମୂଲ୍ୟରେ ୮୨୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୫୫,୫୦୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୫୪,୬୮୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ମଧ୍ୟ ୯୨୦ ଟଙ୍କା ବଢିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୦୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫୦,୧୩୦ ଟଙ୍କା ରହିଥିଲା ।


ଅଧିକ ପଢ଼ନ୍ତୁ:-LIC ଅଛି ତ ହୋଇଯାଆନ୍ତୁ ସାବଧାନ ! ନ ହେଲେ ବୁଡ଼ି ଯାଇପାରେ ଆପଣଙ୍କ ଟଙ୍କା


ଆଜି ଭୁବନେଶ୍ୱରରେ ମଧ୍ୟ ରୁପା ଦର(Silver Price)ରେ ବୃଦ୍ଧି ଘଟିଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୨୦୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୦୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୫,୦୦ ଟଙ୍କା ଥିଲା ।