budget for pension: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟରେ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଆୟକର ଭରିବା ବେଳେ ପେନ୍‌ସନ୍‌ଭୋଗୀଙ୍କୁ ମିଳୁଥିବା ୧୫ ହଜାର ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ସରକାର ବଢ଼ାଇ ଦେଇଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରୁ ସେମାନଙ୍କୁ ୨୫ ହଜାର ଟଙ୍କା ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଳିବ । ଏଥିରେ କୋଟି କୋଟି ପେନସନ୍‌ଭୋଗୀ ଉପକୃତ ହେବେ ବୋଲି ଜଣାପଡ଼ିଛି।
 
ଅନ୍ୟପଟେ ବଜେଟ ସମୟରେ ଅର୍ଥମନ୍ତ୍ରୀ ଆୟକର ସ୍ଲାବ୍‌ରେଟ୍‌ରେ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଥିବା ୩ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ଛାଡ଼ ଅପରିବର୍ତ୍ତିତ ରହିଛି । ଅର୍ଥାତ ୩ ଲକ୍ଷ ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ିବ ନାହିଁ । 


COMMERCIAL BREAK
SCROLL TO CONTINUE READING

୧-୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ହେଉଛି ଛାଡ଼


୨-୩ ଲକ୍ଷରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ହାର ୫%


୩-୭ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ହାର ୧୦%


୪-୧୦ଲକ୍ଷରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ହାର ୧୫%


୫-୧୨ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ହାର ୨୦%


୬-୧୫ ଲକ୍ଷରୁ ଅଧିକ ଆୟ ଉପରେ ଟ୍ୟାକ୍ସ ହାର ୩୦% ରହିଛି ।
ଏହା ଆର୍ଥିକ ବର୍ଷ ୨୦୨୪-୨୫ ବର୍ଷରୁ ଲାଗୁ ହେବ ।