General Election:ନୂଆଦିଲ୍ଲୀ: ନିର୍ବାଚନ ମାହୋଲ ପୂର୍ବରୁ ରାଜନୈତିକ ଦଳ ଗୁଡ଼ିକୁ ସୁପ୍ରିମ ଝଟକା। ଏଣିକି ଦେଶର କୌଣସି ରାଜନୈତିକ ଦଳ ମାଗଣା ଉପହାର ଘୋଷଣା କରିପାରିବେ ନାହିଁ। ମାଗଣା ଉପହାର ଘୋଷଣା କରିବା ପୂର୍ବରୁ ଗଠିତ କମିଟି ନିକଟରୁ ତର୍ଜମା କରିବେ ରାଜନୈତିକ ଦଳ ଗୁଡ଼ିକ। ଏଥିପାଇଁ ସୁପ୍ରିମ କୋର୍ଟ ଏକ କମିଟି ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ତେବେ ଏଭଳି ନିର୍ଦ୍ଦେଶ ଦେବ ପଛରେ ସୁପ୍ରିମକୋର୍ଟ କହିଛନ୍ତି କି ଏହି ମାଗଣା ପ୍ରତିଶୃତି ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ହେଉଛି ଆମ କରଦାତାଙ୍କ ଅଂଶବିଶେଷ। ଆଉ ଏହାର ଖର୍ଚ୍ଚ ସମ୍ପର୍କରେ ଜାଣିବା ପାଇଁ ଦେଶର ପ୍ରତିଟି ନାଗରିକ ଜାଣିବା ଜରୁରୀ ବୋଲି ସୁପ୍ରିମ କୋର୍ଟ ସୂଚନା ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଭୋଟ ହାତେଇବା ପାଇଁ ରାଜନୈତିକ ଦଳଗୁଡ଼ିକ ମାଗଣା ପ୍ରତିଶୃତିର ବର୍ଷା କରିଥାନ୍ତି। ତେବେ ଏହି ମାଗଣା ପ୍ରତିଶୃତି ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦଳ ଗୁଡ଼ିକ ଯାହା ବି 'ମାଗଣା' ପ୍ରତିଶୃତି ଘୋଷଣା କରିଥାନ୍ତି ବା କରିବାକୁ ଚିନ୍ତା କରନ୍ତି ତାହା ସମ୍ପର୍କରେ ଏହି କମିଟି ପ୍ରଥମେ ତର୍ଜମା କରିବ। କମିଟି ଅନୁମୋଦନ ପ୍ରଦାନ କରିବା ପରେ ରାଜନୈତିକ ଦଳ ଗୁଡ଼ିକ ତାହାକୁ କାର୍ଯ୍ୟକ୍ଷମ କରିବେ। ଏହି ନିଷ୍ପତ୍ତି ସାଂସଦ ଓ ବିଧାୟକ ପାଉଥିବା ବିଭିନ୍ନ ମାଗଣା ସେବା ଉପରେ ମଧ୍ୟ ଲାଗୁ ହେବ ବୋଲି ସୁପ୍ରିମକୋର୍ଟ ସୂଚନା ପ୍ରଦାନ କରିଛନ୍ତି।


ସାଂସଦ, ବିଧାୟକଙ୍କ ଆକାଉଣ୍ଟାଲ୍ ଏବଂ ପାର୍ଲାମେଣ୍ଟର କାର୍ଯ୍ୟକୁ ତଦାରଖ କରିବା ତଥା ବେନିୟମ କାର୍ଯ୍ୟକୁ ବିରୋଧ କରି ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିବାର ଅଧିକାର ଟିକସଦାତାଙ୍କ ପାଖରେ ରହିବା ଆବଶ୍ୟକ। ସମସ୍ତ "ସେବା" ପରେ ସେମାନେ ଟିକସଦାତାଙ୍କ ଦ୍ୱାରା ଦେୟ ପ୍ରଦାନ କରନ୍ତି। 


ସୂଚନାଯୋଗ୍ୟ ଏହି ମାଗଣା ସେବାକୁ ବିରୋଧ କରି ୨୦୨୨ ମସିହା ଅଗଷ୍ଟ ମାସ ୩ ତାରିଖରେ ସୁପ୍ରିମ କୋର୍ଟରେ ଏକ ଯାଚିକା ରୁଜୁ ହୋଇଥିଲା। ଯାହାର ଶୁଣାଣୀ କରି ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ଶାସକ ଦଳ, ବିରୋଧି ଦଳ, ନୀତି ଆୟୋଗ, ନିର୍ବାଚନ କମିଶନ, ଅର୍ଥ କମିଶନ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ। ସେହି ସମୟରେ ମୁଖ୍ୟ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଓ ଜଷ୍ଟିସ କ୍ରିଷ୍ଣା ମୁରାରୀ, ହୀମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣୀ କରି କେନ୍ଦ୍ର, ନିର୍ବାଚନ କମିଶନ, ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ ଶିବଲ ଓ ଯାଚିକାକର୍ତ୍ତାଙ୍କୁ ଏହା ଉପରେ ମତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ସରକାରୀ ଦଳ ଏହାକୁ କିଭଳି ଭାବେ ଦେଶରେ ଲାଗୁ କରିବେ ସେନେଇ ମଧ୍ୟ ସୁପ୍ରିମ କୋର୍ଟ ମତ ଲୋଡ଼ିଥିଲେ। 


Also Read: Weather Update: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ସମ୍ଭାବନା


Also Read: Puri News: ଜଗନ୍ନାଥ ଦର୍ଶନ ଲାଗି ଏଣିକି ଲାଗୁ ହେବ ଟିକେଟ୍‍, ଜାଣନ୍ତୁ କେବେଠୁ ?


Also Read: Gas Price: ପୁଣି ଖସିଲା ଗ୍ୟାସ ଦର, ଜାଣନ୍ତୁ ଆପଣ ସହରରେ କେତେ ରହିଛି ଗ୍ୟାସ ଦର