FSSAI on Basmati Rice: ବାସମତି ଚାଉଳର ସୁଗନ୍ଧ ଏବଂ ସୁନାମ ବଜାୟ ରଖିବା ପାଇଁ ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ପ୍ରଥମ ଥର ପାଇଁ ନିୟାମକ ମାନକ କାର୍ଯ୍ୟକାରୀ କରିଛି। 
ଏହି ନୂତନ ନିୟମ ଚଳିତ ବର୍ଷ ଅଗଷ୍ଟ ପହିଲାରୁ କାର୍ଯ୍ୟକାରୀ ହେବ।


COMMERCIAL BREAK
SCROLL TO CONTINUE READING

ନିୟମ ଅନୁଯାୟୀ ବାସୁମତି ଚାଉଳର ସୁଗନ୍ଧକୁ ବଜାୟ ରଖାଯିବା। କୌଣସି ପ୍ରକାରର କୃତ୍ରିମ ରଙ୍ଗର ପଲିସ୍ ଏବଂ ନକଲି ସୁଗନ୍ଧ ବାସମତି ଚାଉଳରେ ବ୍ୟବହାର କରାଯାଇ ପାରିବ ନାହିଁ। ଦେଶରେ ବିକ୍ରି ହେଉଥିବା ଏବଂ ରପ୍ତାନୀ ହେଉଥିବା ଉଭୟ ପ୍ରକାରର ଚାଉଳ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ। ବ୍ରାଉନ୍ ବାସମତି ଚାଉଳ, ମିଲ୍ ବାସୁମତି ଚାଉଳ ଏବଂ ସିଝା ବାସୁମତି ଚାଉଳ ଉପରେ ଏହି ନିୟମ ପ୍ରଯୁଜ୍ୟ ହେବ। ଏହା ବ୍ୟତୀତ ଚାଉଳର ହାରାହାରି ଆକାର, ରାନ୍ଧିବା ପରେ ଚାଉଳର ଅବସ୍ଥା, ଚାଉଳରେ ଆର୍ଦ୍ର ୟୁରିକ୍ ଏସିଡ୍ ପରିମାଣ ପରିମାଣ ମଧ୍ୟ ସ୍ଥିର ହୋଇଛି।


ବାସୁମତି ଚାଉଳର ସବୁଠାରୁ ବଡ ରପ୍ତାନୀକାରୀ ଦେଶ ହେଉଛି ଭାରତ। ଏହି ଚାଉଳ ଭାରତରୁ ଆମେରିକା, ଇରାନ, ୟମେନ ସମେତ ଅନ୍ୟ ଦେଶକୁ ରପ୍ତାନୀ କରାଯାଇଥାଏ। ଚଳିତ ବର୍ଷ ଭାରତର ବାସୁମତି ଚାଉଳ ରପ୍ତାନୀ ୧୨.୬ ନିୟୁତ ଟନକୁ ବୃଦ୍ଧି ପାଇଛି। ଭିଏତନାମ ଦ୍ୱିତୀୟ ସ୍ଥାନରେ ରହିଛି। ଯାହା ଭାରତର ମାତ୍ର ଅଧା ରପ୍ତାନୀ କରିଥାଏ। ଥାଇଲ୍ୟାଣ୍ଡ, ପାକିସ୍ଥାନ, ଚୀନ୍, ଆମେରିକା ଏବଂ ବର୍ମା ମଧ୍ୟ ଚାଉଳ ରପ୍ତାନି କରିଥାନ୍ତି। ହେଲେ ବିଶ୍ୱରେ ଯେତିକି ପରିମାଣର ଚାଉଳ ରପ୍ତାନୀ ହୋଇଥାଏ ତାହାର ଦୁଇ-ତୃତୀୟାଂଶ ଭାରତରୁ ଯାଇଥାଏ। 


ହେଲେ ବର୍ତ୍ତମାନ ବଜାରର ଲାଭ ବୃଦ୍ଧି କରିବାକୁ, ବାସୁମତି ଚାଉଳରେ ଅନ୍ୟ ଚାଉଳ ଅପମିଶ୍ରଣ କରିବା ଏବଂ ଚାଉଳର ଚମକ ଏବଂ ସୁଗନ୍ଧ ବୃଦ୍ଧି ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ଆସୁଥିଲା। ଯାହା ଭାରତର ରପ୍ତାନୀ ଉପରେ ପ୍ରଭାବ ପକାଇପାରେ। ଏହାକୁ ନଜରରେ ରଖି ଭାରତ ସରକାରଙ୍କ (Govt of India) ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (Food Safety and Standards Authority of India) ଏଫଏସଏସଏଆଇ (FSSAI) ଏହାର ମାନକ ସ୍ଥିର କରିଛି।


ବାସୁମତି ଚାଉଳ ହିମାଳୟ ପାଦଦେଶର ସମତଳ ଭୂମିରେ ଉତ୍ପାଦିତ ହୋଇଥାଏ। ଏହି ଚାଉଳ ପଞ୍ଜାବ, ହରିୟାଣା, ହିମାଚଳ, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମ ଉତ୍ତରାଖଣ୍ଡ ଏବଂ ଜାମୁ କାଶ୍ମୀର ଆଦି ରାଜ୍ୟରେ ଚାଷ କରାଯାଏ। ଦେଶର ଉତ୍ତର ଭାଗରେ ଅବସ୍ଥିତ ଗାଙ୍ଗେୟ ସମତଳ ଅଞ୍ଚଳର ଜଳ, ମୃତ୍ତିକା, ବାୟୁ ଏବଂ ତାପମାତ୍ରା ହେତୁ ବାସୁମତି ଚାଉଳର ଗୁଣ ଅନ୍ୟ ଚାଉଳ ଅପେକ୍ଷା ଭଲ ବୋଲି ବିବେଚନା କରାଯାଏ। ବାସୁମତିକୁ ଚାଉଳର ରାଣୀ ବୋଲି ମଧ୍ୟ କୁହାଯାଏ। 


ଭାରତ ପ୍ରତିବର୍ଷ ପ୍ରାୟ ୩୦ ହଜାର କୋଟି ଟଙ୍କା ମୂଲ୍ୟର ବାସୁମତି ଚାଉଳ ରପ୍ତାନୀ କରିଥାଏ। ୟୁରୋପୀୟ ସଂଘ ପାଖରେ ବାସମତି ଚାଉଳ ପାଇଁ ଭୌଗୋଳିକ ମାନ୍ୟତା ହାସଲ କରିବା ପାଇଁ ଭାରତ ଆବେଦନ କରିଛି। ଯଦିଓ ପାକିସ୍ତାନ ଏହାକୁ ନିଜ ଦେଶର ଚାଉଳ ଭାବେ ବିବେଚନା କରେ ଏବଂ ଜିଆଇ ଟ୍ୟାଗ୍ ପାଇଁ ମଧ୍ୟ ଆବେଦନ କରିଛି। ଗତବର୍ଷ ଜାନୁଆରୀରେ ପାକିସ୍ତାନ ଶୀଘ୍ର ନିଜ ଦେଶରେ ଭୌଗୋଳିକ ମାନ୍ୟତା ଆଇନ ଆଣି ପ୍ରଥମେ ସ୍ୱଦେଶୀ ଜିଆଇ ଟ୍ୟାଗ୍ ହାସଲ କରିଥିଲା ଏବଂ ୟୁରୋପୀୟ ସଂଘ ପାଖ ଭାରତ ପକ୍ଷରୁ କରାଯାଉଥିବା ଦାବିକୁ ଚ୍ୟାଲେଞ୍ଜ କରିଥିଲା।


କେତେକ ୟୁରୋପୀୟ ଦେଶ ଉନବିଂଶ ଶତାବ୍ଦୀରେ ଜିଆଇ ଟ୍ୟାଗ୍ ଟ୍ୟାଗ୍ ଆରମ୍ଭ କରିଥିଲେ। ଏପରି କରିବା ପଛରେ ଏକ କାରଣ ଥିଲା। ତାହା ହେଉଛି ଯଦି ସେମାନଙ୍କ ଦେଶରେ କିଛି ଫସଲ ଉତ୍ପାଦିତ ହେଉଛି ତାହେଲେ ଏହାକୁ ସେହି ଦେଶର ବୋଲି ମାନ୍ୟତା ମିଳିବ। ବିଂଶ ଶତାବ୍ଦୀରେ ଫ୍ରାନ୍ସ ଏହାର ମଦକୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ କରି ଥିଲା। ଅନେକ ଦେଶ ପ୍ରଥମେ ସେମାନଙ୍କ ନିଜ ଜିନିଷକୁ ଜିଆଇ ଟ୍ୟାଗ୍ ଦେବା ଆରମ୍ଭ କରିଥିଲେ। ହେଲେ ଏବେ ଆନ୍ତର୍ଜାତୀୟ ଜିଆଇ ଟ୍ୟାଗ ପାଇବା ପାଇଁ ବିଶ୍ୱ ବାଣିଜ୍ୟ ସଙ୍ଗଠନ କିମ୍ବା ୟୁରୋପୀୟ ସଂଘ ପାଖରେ ଆବେଦନ କରିବାକୁ ହେବ। ଜିଆଇ ଟ୍ୟାଗ୍ ପାଇବା ପଛର ଉଦ୍ଦେଶ୍ୟ ହେଉଛି କୌଣସି ଜିନିଷର ଗୁଣବତ୍ତା ବଜାୟ ରଖିବା ଏବଂ ନକଲି ଦାବିକୁ ରୋକିବା। ସମସ୍ତ ଦାବି ମଧ୍ୟରେ ବାସୁମତି ଚାଉଳରେ ଅନ୍ୟ ଚାଉଳ ଅପମିଶ୍ରଣ ହେଉଥିବାର ଖବର ଆସୁଛି। ଯାହା କୌଣସି ଦେଶର ଭାବମୂର୍ତ୍ତି ଏବଂ ଆନ୍ତର୍ଜାତୀୟ ବଜାରରେ ଏହାର ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରୁଛି। ଏହାକୁ ଏଡାଇବା ପାଇଁ ଭାରତ ଏହି ପଦକ୍ଷେପ ନେଇଛି।