ନୂଆଦିଲ୍ଲୀ: IDBI Bank: ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ (Air India) ପରେ ଏବେ ଆଇଡିବିଆଇ ବ୍ୟାଙ୍କ (IDBI Bank) ବିକ୍ରୟ କରିବାକୁ ମୋଦି ସରକାର (Modi Government) ପ୍ରସ୍ତୁତ ହେଉଛନ୍ତି । ବାସ୍ତବରେ, କେନ୍ଦ୍ର ସରକାର (Central Government) ବର୍ତ୍ତମାନ IDBI ବ୍ୟାଙ୍କର ଅଂଶଧନ ବିକ୍ରୟ ପାଇଁ ରୋଡ ଶୋ' ଅର୍ଥାତ ଓପନ୍ ଅଫର ଆୟୋଜନ କରୁଛନ୍ତି । ସୋମବାର ସଂସଦରେ ଏହି ସୂଚନା ଦିଆଯାଇଛି ।


COMMERCIAL BREAK
SCROLL TO CONTINUE READING

ଲୋକସଭାରେ ଏକ ଲିଖିତ ଉତ୍ତରରେ ଅର୍ଥ ରାଜ୍ୟମନ୍ତ୍ରୀ ଭାଗବତ କରଦ (Minister of State (MoS) for Finance Bhagwat Karad) କହିଛନ୍ତି ଯେ, ଏକ୍ସପ୍ରେସନ୍ ଅଫ୍ ଇଣ୍ଟର୍ସ (EoI) ପ୍ରଦାନ କରିବା ପୂର୍ବରୁ ନିବେଶକଙ୍କ ଆଗ୍ରହକୁ ଆକଳନ କରିବା ପାଇଁ ରୋଡ୍ ଶୋ ଆୟୋଜନ କରାଯାଉଛି ।


ପିଟିଆଇର ଖବର ଅନୁଯାୟୀ, ସରକାର ଆସନ୍ତା ମାସ ଶେଷ ସୁଦ୍ଧା IDBI ବ୍ୟାଙ୍କରେ ନିଜର ଅଂଶଧନ ବିକ୍ରୟ ପାଇଁ ଆଗ୍ରହ ପତ୍ର ଆମନ୍ତ୍ରିତ କରିବାର ଯୋଜନା କରୁଛନ୍ତି । ଏଠାରେ କହି ରଖୁଛୁ ଯେ,  NSE ରେ IDBI ବ୍ୟାଙ୍କର ସେୟାର ୪.୪୩ ପ୍ରତିଶତ ବଢ଼ି ୪୪.୭୫ ଟଙ୍କାରେ ବନ୍ଦ ହୋଇଛି ।


ଅଧିକ ପଢ଼ନ୍ତୁ:-କେବଳ ଆପଣାନ୍ତୁ ଏହି ୫ଟି ଉପାୟ ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! ବିନା ଟେନସନରେ ଚଲାନ୍ତୁ ଏସି-କୁଲର୍


ଅଧିକ ପଢ଼ନ୍ତୁ:-ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର! କେନ୍ଦ୍ର ସରକାର କଲେ ବଡ଼ ଘୋଷଣା


ଅଧିକ ପଢ଼ନ୍ତୁ:-ଋଷ କେବେ ବ୍ୟବହାର କରିବ ପରମାଣୁ ଅସ୍ତ୍ର? ଜବାବ ରଖିଲେ ସରକାରୀ ମୁଖପାତ୍ର


 


ରିପୋର୍ଟ ଅନୁଯାୟୀ, ସରକାର ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ପରିଚାଳନା ନିୟନ୍ତ୍ରଣ ସହିତ ବ୍ୟାଙ୍କରେ ପ୍ରାୟ ୨୬% ଅଂଶଧନ ବିକ୍ରୟ କରିବାକୁ ସରକାର ବିଚାର କରିପାରନ୍ତି । ତା’ପରେ ସରକାର ଏହାର ସମସ୍ତ ଅଂଶ ବିକ୍ରି କରିବାକୁ ବିଚାର କରିବେ । ଅର୍ଥନୈତିକ ବ୍ୟାପାର ଉପରେ କ୍ୟାବିନେଟ୍ କମିଟି ଗତ ବର୍ଷ ମେ ମାସରେ ଆଇଡିବିଆଇ ବ୍ୟାଙ୍କରେ ରଣନୈତିକ ନିବେଶ ଓ ପରିଚାଳନା ନିୟନ୍ତ୍ରଣ ସ୍ଥାନାନ୍ତର ପାଇଁ ନୀତିଗତ ଅନୁମୋଦନ ଦେଇଥିଲା ।


ସରକାର ଓ LIC ପାଖରେ IDBI ବ୍ୟାଙ୍କର ୯୪% ରୁ ଅଧିକ ଇକ୍ୱିଟି ରହିଛି । LIC ପାଖରେ ୪୯.୨୪ ପ୍ରତିଶତ ଅଂଶଧନ ଥିବାବେଳେ ବ୍ୟାଙ୍କର ୪୫.୪୮ ପ୍ରତିଶତ ଅଂଶଧନ ସରକାର ପାଖରେ ଅଛି । ଅଣ-ପ୍ରୋମୋଟର୍ ଅଂଶଧନ ୫.୨୯% ଅଛି ।