Gujarat Assembly Election: ୨୦୨୧ କ୍ୟାବିନେଟ ପରିବର୍ତ୍ତନ ସହ ଧାର୍ଯ୍ୟ ହୋଇଥିଲା ଯେ, କଟିବ ଏମାନଙ୍କ ଟିକେଟ୍

ଗୁଜୁରାଟ ନିର୍ବାଚନ: ଗୁଜୁରାଟର ରାଜନୈତିକ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ଯେତେବେଳେ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଙ୍କଠାରୁ ଆରମ୍ଭ କରି ପୂରା କ୍ୟାବିନେଟରେ ବଡ଼ ପରିବର୍ତ୍ତନ କରିଥିଲା, ସେତେବେଳଠାରୁ ହିଁ ଦଳ ୨୦୨୨ ନିର୍ବାଚନ ପାଇଁ ପ୍ରସ୍ତୁତି କରିଥିଲା। ନେତାଙ୍କୁ ଜାତି ସମୀକରଣ ଆଧାରରେ କ୍ୟାବିନେଟରେ ମଧ୍ୟ ସ୍ଥାନ ସ୍ଥିର କରାଯାଇଥିଲା। ଏବଂ ଯେଉଁ ମାନଙ୍କ ଟିକେଟ କଟିଲା ତାହା ବି ସେବେଠାରୁ ସ୍ପଷ୍ଟ ହୋଇସାରିଥିଲା।
ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତ କରୁଛନ୍ତି ସବୁ ଦଳ। ଏହାମଧ୍ୟରେ ଆଜି ବିଜେପି ଏହାର ପ୍ରର୍ଥୀ ଘୋଷଣା କରିଛି। ଯେଉଁଥିରେ ଅନେକ ବଡ଼ ବଡ଼ ନେତାଙ୍କ ଟିକେଟ କଟିଛି। ଆଗରୁ କୁହାଯାଉଥିଲା ୩୦ରୁ ୩୫ନେତାଙ୍କ ଟିକେଟ କଟିବ। ଆଉ ଏବେ ଲିଷ୍ଟ ଆସିବା ପରେ ତାହା ସ୍ପଷ୍ଟ ହୋଇଛି। ତେବେ ଏହି କ୍ରମରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ରହିଛନ୍ତି। ତାଙ୍କର ଟିକେଟ କଟାଯାଇଛି। ସେହିପରି ଗୁଜୁରାଟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିନ ଭୋଇ ପଟେଲଙ୍କର ଟିକେଟ କଟିଛି। ଏହା ବ୍ୟତୀତ ବହୁ ପୂର୍ବତନ ମନ୍ତ୍ରୀ ମାନଙ୍କର ବି ଟିକେଟ କଟିଛି। ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ତିନି ଡଜନରୁ ଅଧିକ ତତ୍କାଳୀନ ବିଧାୟକଙ୍କର ଟିକେଟ୍ କାଟିଛି। କହିବାକୁ ଗଲେ ଆଜି ବିଜେପି ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, କିନ୍ତୁ ବାସ୍ତବତା ହେଉଛି ଗାନ୍ଧୀ ନଗରରୁ ୧୪ ମାସ ପୂର୍ବରୁ ଦଳ ଏହାର ପ୍ରକ୍ରିୟା ଆରମ୍ଭ କରିଥିଲା। ତେବେ ଆଗରୁ ଗୃହରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏହା ପରେ ଗୁଜୁରାଟ ଏବଂ ବିଜେପିର କେନ୍ଦ୍ରୀୟ ନେତାମାନେ ଏକାଠି ହୋଇ ୨୦୨୨ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ଆଜି ପ୍ରାର୍ଥୀଙ୍କ ତାଲିକା ଆସିବା ପରେ କୌଣସି ବି ବଡ଼ ନେତା ବିଦ୍ରୋହ କରିନଥିଲେ। ତେବେ ସବୁଠାରୁ ବଡ଼ କଥା ହେଉଛି ଗୁଜୁରାଟରେ ୨୦୨୧ ଅଗଷ୍ଟ ମାସରେ ମନ୍ତ୍ରୀମଣ୍ଡଳରେ ହୋଇଥିଲା ବଡ଼ ପରିବର୍ତ୍ତନ। ଯାହାକୁ କି ୨୦୨୨ ପାଇଁ ବିଜେପିର ପ୍ରସ୍ତୁତି ବୋଲି କୁହାଯାଇଥିଲା। କାରଣ ମୁଖ୍ୟମନ୍ତ୍ରୀ ବି ବଦଳିଥିଲେ ଓ ସମ୍ପୂର୍ଣ୍ଣ କ୍ୟାବିନେଟ ବି ବଦଳିଥିଲା। ଗୁଜୁରାଟ ବିଜେପି ସହ ଜଡିତ ବରିଷ୍ଠ ନେତାମାନେ କହିଛନ୍ତି ଯେ ଯେତେବେଳେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ସେପ୍ଟେମ୍ବରରେ ଇସ୍ତଫା ଦେଇଥିଲେ, ସେତେବେଳେ କେହି କିଛି ବୁଝି କିଛି କଳ୍ପନା ଜଳ୍ପନା କରିବା ଆଗରୁ ପୁଣି ଉପ-ମୁଖ୍ୟମନ୍ତ୍ରୀ ବି ଇସ୍ତଫା ଦେଇଥିଲେ, ଏବଂ ପରେ ପୂରା କ୍ୟାବିନେଟ ବଦଳିଯାଇଥିଲା।
ଗୁଜରାଟର ଜଣେ ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ବିଶ୍ଳେଷକ ଓମ୍ବାଇ ଡାଭେ କହିଛନ୍ତି ଯେ, ବଡ ନେତାଙ୍କୁ ଆକସ୍ମିକ ହଟାଇବା ଦ୍ୱାରା ବିଧାନସଭା ନିର୍ବାଚନରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିଜେପି ଜାଣିଥିଲା। ବୋଧହୁଏ ଏହି କାରଣରୁ ପ୍ରଥମ ଥର ବିଧାୟକ ହୋଇଥିଲେ ମଧ୍ୟ ପଟିଦାର ସମ୍ପ୍ରଦାୟର ଜଣେ ବଡ଼ ନେତା ଭୁପେନ୍ଦ୍ର ପଟେଲଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ କରାଇଥିଲା। ସେ କହିଛନ୍ତି ଯେ ସେପ୍ଟେମ୍ବର ୨୦୨୧ରୁ ବିଧାନସଭା ନିର୍ବାଚନରେ ଟିକେଟ୍ ପରିବର୍ତ୍ତନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଥିଲା।
ତେବେ ବିଶ୍ଲଷଣଙ୍କର କହିବା କଥା ଯେ, ଗୁଜୁରାଟରେ କୌଣସି ବ୍ୟକ୍ତି ନୁହନ୍ତି, ବରଂ ବିଜେପିର ଚିହ୍ନ ପଦ୍ମ ନିର୍ବାଚନ ଲଢେ। ଯଦି ଓଡ଼ିଶା କଥା କହିବା ଯେଉଁପରି ଭାବରେ ଏଠାରେ ବିଜେଡିର ଶଙ୍ଖ ଚିହ୍ନ ହିଁ ଜିତିବାକୁ ଯଥେଷ୍ଟ ସମାନ ଭାବରେ ଗୁଜୁରାଟରେ ବି ବିଜେପିର ସ୍ଥିତି ଏପରି।
ଗୁଜୁରାଟ ବିଜେପିରେ ସଂଗଠନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଜଣେ ବରିଷ୍ଠ ନେତା କହିଛନ୍ତି ଯେ ପ୍ରାର୍ଥୀ ବଦଳାଇବା କିମ୍ବା ପରିବର୍ତ୍ତନ କରିବା ବିଜେପିରେ ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ। ଉକ୍ତ ନେତା କହିଛନ୍ତି ଯେ ୨୦୧୭ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସମାନ କାର୍ଯ୍ୟ କରିଥିଲା। କିନ୍ତୁ ଗୁଜରାଟରେ ବିଜେପି ସରକାର ଗଠନ ହୋଇଥିଲା। ସେ କହିଛନ୍ତି ଯେ ବିଜେପିରେ ନିର୍ବାଚନ ବ୍ୟକ୍ତି ନୁହେଁ, ପଦ୍ମଫୁଲ ନିର୍ବାଚନ ଲଢ଼େ। ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ନେତାମାନଙ୍କର ନିର୍ବାଚନରେ ଟିକେଟ କଟିଛି ସେମାନଙ୍କୁ ସଂଗଠନରେ ଅନ୍ୟାନ୍ୟ ଦାୟିତ୍ୱ ଦିଆଯିବା ପାଇଁ ସ୍ଥିର କରାଯାଇଛି।