Xi Jinping On Gujarat Bridge Collapse: ଗୁଜୁରାଟର ମୋରବି ସହରରେ ବ୍ରିଜ ଭୁଶୁଡ଼ିବା କାରଣରୁ ୧୩୫ ଜଣଙ୍କ ମୃତ୍ୟୁକୁ ନେଇ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ (Xi Jinping) ସମବେଦନା ଜଣାଇଛନ୍ତି । ମଙ୍ଗଳବାର ଦିନ (ଅକ୍ଟୋବର ୧) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Draupadi Murmu) ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (Prime Minister Narendra Modi) ପଠାଯାଇଥିବା ଏକ ସମବେଦନା ବାର୍ତ୍ତାରେ ସେ କହିଛନ୍ତି ଯେ ଏହି ଖବର ଶୁଣି ସେ ଚକିତ ହୋଇଯାଇଛନ୍ତି । ଚୀନ୍‌ର ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି ଜିନହୁଆ ଅନୁଯାୟୀ ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ବାର୍ତ୍ତାରେ ଏହି ଦୁର୍ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଏଜେନ୍ସି ଅନୁଯାୟୀ, ଚୀନ୍ ସରକାର ଓ ଲୋକମାନଙ୍କ ତରଫରୁ ସି ଜିନପିଙ୍ଗ ଲୋକଙ୍କ ମୃତ୍ୟୁକୁ ନେଇ ଗଭୀର ସମବେଦନା ଜଣାଇଛନ୍ତି ଓ ସେମାନଙ୍କ ପରିବାର ଏବଂ ଆହତମାନଙ୍କୁ ସମବେଦନା ଜଣାଇଛନ୍ତି ।


ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବ୍ୟତୀତ ଚୀନ୍ ପ୍ରଧାନମନ୍ତ୍ରୀ ଲି କ୍ୱିଙ୍ଗ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମବେଦନା ଜଣାଇଛନ୍ତି । ଚୀନର ରାଜ୍ୟ ପରାମର୍ଶଦାତା ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ମଧ୍ୟ ନିଜ ଭାରତୀୟ ପ୍ରତିପକ୍ଷ ଏସ ଜୟଶଙ୍କରଙ୍କୁ ମୋରବିରେ ଘଟିଥିବା ଦୁର୍ଘଟଣା ସମ୍ପର୍କରେ ସମବେଦନା ଜଣାଇଛନ୍ତି । ୱାଙ୍ଗ ଏହି ଦୁର୍ଘଟଣାରେ ମୃତ୍ୟୁକୁ ନେଇ ସମବେଦନା ଜଣାଇବା ସହ ପୀଡିତ ଓ ଆହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।


ଏହି ଦୁର୍ଘଟଣା ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, "ଆଜି ଆମର ହୃଦୟ ଭାରତ ସହିତ ଅଛି । ସମଗ୍ର ଆମେରିକା ଗୁଜୁରାଟର ଲୋକଙ୍କ ସହ ଅଛନ୍ତି ଓ ବ୍ରିଜ ଭୁଶୁଡ଼ିବା କାରଣରୁ ପ୍ରାଣ ହରାଇଥିବା ପରିବାର ପ୍ରତି ଗଭୀର ସମବେଦନା । ଆମେ ପ୍ରିୟଜନଙ୍କୁ ହରାଇଛୁ । ଆମେରିକା ଓ ଭାରତ ଅପରିହାର୍ଯ୍ୟ ଅଂଶୀଦାର, ଆମର ନାଗରିକମାନେ ଏକ ଗଭୀର ବନ୍ଧନ ବାନ୍ଧି ହୋଇଛନ୍ତି । ଏହି କଷ୍ଟ ସମୟରେ ଆମେ ଭାରତୀୟଙ୍କ ସହ ଛିଡା ହେବୁ ଓ ସମର୍ଥନ ଜାରି ରଖିବୁ ।"


ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ମଧ୍ୟ ଗୁଜୁରାଟର ମୋରବି ସହରରେ ହୋଇଥିବା ବ୍ରିଜ୍ ଦୁର୍ଘଟଣାରେ ଗଭୀର ସମବେଦନା ଜଣାଇବା ସହ ମୃତ୍ୟୁ ତଥା ଆହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମିଳିତ ଜାତିସଂଘର ସେକ୍ରେଟେରୀ କହିଛନ୍ତି, "ମୋରବି ସେତୁ ଭୁଶୁଡ଼ିବାର ଦୁଃଖଦ ଖବର ଦେଖି ଦୁଃଖିତ। " ଗୁଟେରସ୍ ପୀଡିତଙ୍କ ପରିବାର ତଥା ଭାରତ ସରକାରଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।


କହିରଖୁଛୁ ଯେ ସୌରାଷ୍ଟ୍ରର ମୋରବି ଟାଉନରେ ଏକ ଶତାବ୍ଦୀରୁ ଅଧିକ ଦିନର ପୁରୁଣା ସେତୁ ବ୍ୟାପକ ମରାମତି ପରେ ଦୁର୍ଘଟଣାର ପାଞ୍ଚ ଦିନ ପୂର୍ବେ ଜନସାଧାରଣଙ୍କ ପାଇଁ ଖୋଲାଯାଇଥିଲା । ରବିବାର ଦିନ ସନ୍ଧ୍ୟାରେ ଏହା ଉପରେ ଅତ୍ୟଧିକ ଭିଡ଼ ଥିବାରୁ ସେତୁ ଭାଙ୍ଗି ଯାଇଥିଲା ଓ ଏପର୍ଯ୍ୟନ୍ତ ୧୩୫ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।


ଏହା ବି ପଢ଼ନ୍ତୁ: PM Modi: ମୋରବିରେ ପହଞ୍ଚିଲେ ମୋଦି: ସ୍ଥିତି ପରଖିଲେ, ଆହତଙ୍କୁ ଭେଟିବେ