Gujarat Man Traveling Abroad On Fake Passports: ବିଦେଶ ଭ୍ରମଣ କରିବା ଲାଗି ଅନେକ ଅନୁମତି ନେବାକୁ ପଡ଼ିଥାଏ। ବିଦେଶ ଯାତ୍ରା ପାଇଁ ଭିସା ଏବଂ ପାସପୋର୍ଟ ଭଳି 
ଆବଶ୍ୟକୀୟ ଦସ୍ତାବିଜ ଦରକାର ପଡିଥାଏ। ହେଲେ ଏହି ଦସ୍ତାବିଜ ପାଇବା ପାଇଁ ଅନେକ ଆଇନଗତ ପ୍ରକ୍ରିୟା ଅତିକ୍ରମ କରିବାକୁ ପଡିଥାଏ। ହେଲେ ଗୁଜୁରାଟର ଜଣେ ୩୨ ବର୍ଷୀୟ ବ୍ୟକ୍ତି ଯେଉଁ ଉପାୟରେ ବିଦେଶ ଯାତ୍ରା କରିଛନ୍ତି ତାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।


COMMERCIAL BREAK
SCROLL TO CONTINUE READING

ନକଲି ପାସପୋର୍ଟ ବ୍ୟବହାର କରି ୩ ଦେଶ ଭ୍ରମଣ କରିଥିବା ଜଣେ ଯୁବକଙ୍କୁ ମୁମ୍ବାଇ ଠାରେ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ଗୁଜୁରାଟ ଖେଡା ଜିଲ୍ଲାର ବାସିନ୍ଦା ମୁଜୀବ ହୁସୈନ୍ ବୋଲି ଜଣାପଡିଛି। ମୁଜିବ ହୁସେନ୍‌ ବିଗତ ୫ ବର୍ଷ ମଧ୍ୟରେ ଏକ ନକଲି ପାସପୋର୍ଟ ନେଇ ତିନୋଟି ଦେଶ ଭ୍ରମଣ କରିଥିବାର ଅଭିଯୋଗ ହୋଇଛି।


ଗିରଫଦାରୀ ପରେ ଅଭିଯୁକ୍ତ ମୁଜିବ ହୁସୈନ୍ କହିଛି ଯେ, ଗତ ୨୦୧୦ ବର୍ଷରେ ସେଛାତ୍ର ଭିସା ନେଇ ବ୍ରିଟେନ ଯାତ୍ରା କରିଥିଲା। ଭିସା ସମାପ୍ତ ହେବା ପରେ ସେଠାରେ ସେ ବେଆଇନ ଭାବେ କାମ କରୁଥିଲେ। ସହର ପୋଲିସ ଷ୍ଟେସନ ଅଧିକାରୀ କହିଛନ୍ତି, ଗତ ୨୦୧୮ ବର୍ଷରେ ସେ ପର୍ତ୍ତୁଗାଲ ଯାତ୍ରା କରିବାରେ ସଫଳ ହୋଇଥିଲେ। ଯେଉଁଠାରେ ସେ ଜଣେ ଏଜେଣ୍ଟ ସହାୟତାରେ ପାସପୋର୍ଟ ପାଇଥିଲା। ଏହି ପାସପୋର୍ଟ ବ୍ୟବହାର କରି ସେ ଏକ ଭାରତୀୟ ଭିସା ପାଇଥିଲା। ତାକୁ ମିଳିଥିବା ଭିସା ଏବଂ ପାସପୋର୍ଟ କରି ୩ ଥର ସ୍ୱଦେଶ ଦେଶ ତଥା ଫ୍ରାନ୍ସ ଯାତ୍ରା କରିଥିଲା ମୁଜୀବ ହୁସୈନ୍।


ପୋଲିସ ଅଧିକାରୀ କହିଛନ୍ତି ଯେ ଫେବୃଆରୀ ୧ ତାରିଖ ବୁଧବାର ଅପରାହ୍ନ ସମୟରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ମୁଜିବ ହୁସୈନଙ୍କୁ ଅଟକ ରଖିଥିଲେ ଇମିଗ୍ରେସନ ଅଧିକାରୀ। ମୁଜିବ ନିଜେ ବିମାନ ବନ୍ଦରରେ ନିଜର ପର୍ତ୍ତୁଗୀଜ୍ ପାସପୋର୍ଟ ଦାଖଲ କରିଥିଲେ। ଯେଉଁଥିରେ ମୁଜୀବ ହୁସୈନ ନାମ ସୁଲତାନ ଫକୀର ମହମ୍ମଦ ଲେଖାଯାଇଥିଲା। ଏହା ସହିତ ଯେତେବେଳେ ସୀମା ଶୁଳ୍କ ଅଧିକାରୀ ତଥ୍ୟ ଯାଞ୍ଚ କରିଥିଲେ, ସେତେବେଳେ ସେମାନେ ଜାଣିବାକୁ ପାଇଥିଲେ ଯେ ପର୍ତ୍ତୁଗାଲ ସରକାର ମୁଜୀବ ହୁସୈନ୍ ବିରୋଧରେ ଏକ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିଲେ।


ଜାରି ଲୁକ୍ ଆଉଟ୍ ସର୍କୁଲାର ଜରିଆରେ କୁହାଯାଇଛି ଯେ ଜଣେ ବ୍ୟକ୍ତି ଗତ ୨୦୧୮ ବର୍ଷରେ ଏକ ନକଲି ପରିଚୟ ବ୍ୟବହାର କରି ଏକ ନକଲି ପାସପୋର୍ଟ ପାଇଥିଲେ। ଯେତେବେଳେ ପୋଲିସ ଏବଂ ଇମିଗ୍ରେସନ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିର ଯାତ୍ରା ବିବରଣୀ ଯାଞ୍ଚ କରିଥିଲେ, ସେତେବେଳେ ଜଣାପଡ଼ିଥିଲା ଯେ ବ୍ୟକ୍ତି ଜଣଙ୍କ ୨୦୨୯, ୨୦୨୦, ୨୦୨୨ ବର୍ଷରେ ଭାରତ ଗସ୍ତ କରିଥିଲେ। ସେହି ଏକ ନକଲି ପାସପୋର୍ଟ ସହାୟତାରେ ଲଣ୍ଡନ ଯାକ୍ରା କରିଥିଲେ।


ଅଧିକାରୀ ଜଣକ କହିଛନ୍ତି ଯେ ଆମେ ପର୍ତ୍ତୁଗାଲ, ବ୍ରିଟେନ ଏବଂ ଫ୍ରାନ୍ସ ଅଧିକାରୀଙ୍କ ସହ କଥା ହେବୁ। ବିଗତ ୫ ବର୍ଷ ଧରି ମୁଜୀବ ହୁସୈନ୍ ଏକ ନକଲି ପାସପୋର୍ଟରେ ଯାତ୍ରା କରିଥିଲେ ତାହା ଜାଣିବା ପାଇଁ ଆମେ ପର୍ତ୍ତୁଗାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛୁ। ମୁଜୀବ ହୁସୈନ୍ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା ଅଧିନରେ ନକଲି ଦସ୍ତାବିଜର ଅସାଧୁ ବ୍ୟବହାର ଏବଂ ଜାଲିଆତି ତଥା ପାସପୋର୍ଟ ଆଇନ ୧୯୩୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି।