ମହାରାଷ୍ଟ୍ରର ଚର୍ଚ୍ଚିତ ଲୋକସଭା ସାଂସଦ ନବନୀତ ରାଣା ଉଦ୍ଧବ ଠାକରେଙ୍କ ବୟାନକୁ ନେଇ ମୁହଁ ଖୋଲିଛନ୍ତି l କିଛି ଦିନ ତଳେ  ଉଦ୍ଧବ କହିଥଲେ ଯେ ଯାହାକୁ ହନୁମାନ ଚାଲିଶା ପଢିବାରେ ଅଛି ତ ସେମାନେ କାଶ୍ମୀର ଚାଲି ଯାଆନ୍ତୁ lଏହାକୁ ଚାଲେଞ୍ଜ ଦେଇ ନବନୀତ କହିଛନ୍ତି ଯେ ସେ ନିଜେ ଯାଇ କାଶ୍ମୀରରେ ହନୁମାନ ଚାଳିଶା ପାଠ କରିବେ lକାଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ, ଭାରତ କୌଣସି ନାଗରିକ କାଶ୍ମୀରରେ ହନୁମାନ ଚାଳିଶା ପାଠ କରିପାରିବେ lଏକ ଜାତୀୟ ଗାନ ମାଧ୍ୟମକୁ ସାକ୍ଷାତକାରରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ବର୍ଷିଛନ୍ତି ଓ କହିଛନ୍ତି l ତେବେ ମୁଖ୍ୟମନ୍ତ୍ରୀଙ୍କର  ରାଜ୍ୟପ୍ରତି ଅନେକ ଦାୟିତ୍ୱ ରହିଛି, ଓଉରାଙ୍ଗାବାଦ ଏକ ରାଲିରେ ରାଜ୍ୟର ସମସ୍ୟା ଉପରେ ଆଲୋଚନା ନକରି, ହନୁମାନ ଚାଳିଶା  ଉପରେ ରାଜନୀତି କରୁଛନ୍ତି ଓ କାଶ୍ମୀରରେ ହନୁମାନ ଚାଳିଶା ପଡିବା ପାଇଁ ମୋତେ କାଶ୍ମୀର ଯିବା ପାଇଁ  ଚାଲେଞ୍ଜ ଦେଇଛନ୍ତି ବୋଲି ନବନୀତ କହିଛନ୍ତି l ଏହାକୁ ମୁ ସ୍ୱୀକାର କରୁଛି ବୋଲି ସେ କହିଛନ୍ତି l


COMMERCIAL BREAK
SCROLL TO CONTINUE READING

ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ଔରାଙ୍ଗାବାଦ ଏକ ରାଲିରେ କହିଥିଲେ କି ମନ୍ଦିର ଯିବା ତ ଥା ହନୁମାନ ଚାଳିଶା ପଢିବା କିଛି ଆବଶ୍ୟକ ନାହିଁ lଉଦ୍ଧବଙ୍କ ଏହି ବୟାନ କୁ ନେଇ  ନବନୀତ କହିଛନ୍ତି ଯେ, ହିନ୍ଦୁତ୍ୱ କୁ ନେଇ ରାଜନୀତି କରୁଥିବା ଦଳ ଏପରି ବୟାନ ରଖିବା କେତେ ସମଚିନ ଅଟେ ?ଅନ୍ୟପଟେ କାଶ୍ମୀର ରେ ହେଉଥିବା ଅନଅରକିଲିଂ କୁ ନବନୀତ ଜଣେ ସ୍ୱାଧୀନ ସାଂସଦ ଭାବରେ ସେ ମୋଦି ସରକାରଙ୍କୁ ସମର୍ଥନ ମଧ୍ୟ ଦେଇଛନ୍ତି lଆହୁରି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଦେଶର ସୁରକ୍ଷା କଥା ଚିନ୍ତା କରୁଛନ୍ତି , କାଶ୍ମୀର ପ୍ରସଙ୍ଗରେ ସରକାରଙ୍କ ପଦ କ୍ଷେପ କୁ ସେ ସ୍ୱାଗତ କରୁଛନ୍ତି l


ସୁତରାଂ ଏଠାରେ ଆମେ କହିରଖିବାକୁ ଚାହୁଁ ଯେ, କିଛିଦିନ ତଳେ ନବନୀତ ଉଦ୍ଧବ ଠାକରେଙ୍କ ମାତୋଶ୍ରୀ ରେ ହନୁମାନ ଚାଳିଶା ପଢିବାକୁ ନେଇ ଘୋଷଣା ପରେ ଏକ ବଡ ବିବାଦ  ଉପୁଜିଥିଲା lଯେଉଁଥିରେ ମହାରାଷ୍ଟ୍ର ପୋଲିସ ନବନୀତ ଏବଂ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା lଏହାପରେ ମହାରାଷ୍ଟ୍ର ରାଜନୀତିର ପାରା ପୁରା ଉପରକୁ ଚଢି ଯାଇଥିଲା lଏହାପରେ ପରେ 13 ଦିନ ଜେଲ୍ରରେ ରହିବା ପରେ କୋର୍ଟ ଏମାନଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ l ସୁତରାଂ ନବନୀତଙ୍କ ଏହି ବୟାନ ପରେ ଉଦ୍ଧବଙ୍କ କଣ ପ୍ରତିକ୍ରିୟା ରହିବ ଦେଖିବାକୁ ବାକି ରହିଲା l