ନୂଆଦିଲ୍ଲୀ: ହରିୟାଣା (Haryana) ର ବାହାଦୂରଗଡରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଆନ୍ଦୋଳନକାରୀ ମହିଳା ଚାଷୀ (Women Farmers) ଙ୍କୁ ଦଳି ଦେଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି ଯେ ମହିଳାମାନେ ରାସ୍ତାର ମଝିରେ ଥିବା ଡିଭାଇଡର୍ ଉପରେ ବସି ଘରକୁ ଫେରିବା ପାଇଁ ଅଟୋକୁ ଅପେକ୍ଷା କରୁଥିଲେ, ସେତେବେଳେ ଏକ ଦ୍ରୁତଗାମୀ ଟ୍ରକ୍ ଡିଭାଇଡର୍ ଉପରକୁ ଚଢ଼ି ଯାଇଥିଲା । ଫଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।


COMMERCIAL BREAK
SCROLL TO CONTINUE READING

ଝଞ୍ଜର ରାସ୍ତାରେ ଫ୍ଲାଏ ଓଭର ତଳେ ଘଟିଛି ଦୁର୍ଘଟଣା


ସୂଚନା ମୁତାବକ ଯେ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନିଜଣ ମହିଳା ବୃଦ୍ଧ ଥିଲେ । ତିନି ମହିଳାଙ୍କ ମଧ୍ୟରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଡାକ୍ତରଖାନାରେ ଚିକିତ୍ସା ସମୟରେ ଜଣେ ମହିଳା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏଥି ସହିତ ଦୁର୍ଘଟଣାରେ ଅନ୍ୟ ତିନିଜଣ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଝଞ୍ଜର ରୋଡରେ ଥିବା ଫ୍ଲାଏ ଓଭର ତଳେ ଏହି ଦୁର୍ଘଟଣା ଘଟିଛି ।


ମହିଳାମାନେ ଘରକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରୁଥିଲେ


ସୂଚନା ମିଳିଛି ଯେ ଆନ୍ଦୋଳନକାରୀ ମହିଳା କୃଷକମାନେ ଘରକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରୁଥିଲେ । ଏହି ମହିଳାମାନେ ପଞ୍ଜାବର ମାନସା ଜିଲ୍ଲାର ବାସିନ୍ଦା ଥିଲେ । ଏହି ହାଇ ସ୍ପିଡ୍ ଟ୍ରକ୍ ଧୂଳିରେ ପରିପୂର୍ଣ୍ଣ ଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାଇ ହୋଇଯାଇଥିଲେ, ଯାହାର ସନ୍ଧାନ ଚାଲିଛି ।


ଏହା ବି ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି; ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୭୩୩ ସଂକ୍ରମିତ


ଏହା ବି ପଢ଼ନ୍ତୁ:-ଆର୍ୟନ ଖାନ ମାମଲାରେ ସାକ୍ଷୀ କେ.ପି ଗୋସାଭି ଗିରଫ


ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍


ଏହା ବି ପଢ଼ନ୍ତୁ:-ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଲେ ଦେଇଥାଏ ଧନ ଲାଭର ସଙ୍କେତ