Taiwan Earthquake: ରବିବାର ଦିନ ତାଇୱାନରେ ପୁଣି ଏକ ଭୂକମ୍ପର (Earthquake) ଝଟକା ଅନୁଭୂତ ହୋଇଛି। ଏହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର (Second Time) ପାଇଁ ଏଠାରେ ଏକ ଭୂକମ୍ପ ଆସିଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୭.୨ (7.2) କୁହାଯାଇଛି। ଆଉ ଏଥିରେ ୟୁଜିଙ୍ଗ ଜିଲ୍ଲା (Yujing District) ପ୍ରଭାବିତ ହୋଇଛି। ଏହାପୂର୍ବରୁ ଶନିବାର ମଧ୍ୟ ଏଠାରେ ଏକ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ଦକ୍ଷିଣ-ପୂର୍ବ ତାଇୱାନରେ ଆସିଥିବା ସେହି ଭୂକମ୍ପ ତୀବ୍ରତା ରହିଥିଲା ୬.୯ । ଏହାର ପ୍ରଭାବରେ ଏଠାରେ ଏକ କୋଠା ଭୁଶୁଡ଼ି ପଡ଼ିବା ସହିତ ରାସ୍ତା ଫାଟି ଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଭୂକମ୍ପ ଯୋଗୁଁ ଅନେକ ଘର ନଷ୍ଟ ହୋଇଯାଇଥିବା କୁହାଯାଉଛି। ଏହା ବ୍ୟତୀତ ଭୂକମ୍ପ ଯୋଗୁଁ ଟ୍ରେନର କିଛି କୋଚ୍ ଓଲଟିବାର ଘଟଣା ମଧ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଗତ ଦୁଇ ଦିନ ଧରି କ୍ରମାଗତ ଭାବରେ ଏଠାରେ ଭୂକମ୍ପର ଝଟକା ଆସୁଛି। ଏଠାରେ ଜଣାଇ ଦେଉଛୁ ଯେ, ୭.୨ ତୀବ୍ରତା ବିଶିଷ୍ଟ ଭୂକମ୍ପ ୟୁଜିଙ୍ଗ ଠାରୁ ୮୫ କିଲୋମିଟର ପୂର୍ବକୁ ଦ୍ବିପହର ପାଖାପାଖି ୧୨.୧୪ରେ ଆସିଥିଲା। 


କୁହାଯାଉଛି ଯେ, ଭୂକମ୍ପର ଆୟତନ ପ୍ରାୟ ୧୦ କିଲୋମିଟର ଥିଲା। ଏଥି ସହିତ ତାଇୱାନର ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ୟୁଲିର ଏକ କୋଠା ଭିତରୁ ଚାରି ଜଣଙ୍କୁ ଉଦ୍ଧାର କରାଯାଇଛି। ତାଇୱାନ ରେଳବାଇ ପ୍ରଶାସନ ଅନୁଯାୟୀ, ପୂର୍ବ ତାଇୱାନର ଡୋଙ୍ଗଲି ଷ୍ଟେସନରେ ଟ୍ରେନର ୬ଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ତେବେ ଏଥିରେ କେହି ହତାହତ ହୋଇନଥିବା ଅଗ୍ନିଶମ ବିଭାଗ କହିଛି। ଏଥି ସହିତ ପ୍ରାୟ ୬୦୦ ଲୋକ ସିନିକ୍ ଚିକ୍ ଏବଂ ଲିଉଶିଶ ମାଉଣ୍ଟେନ୍ ଅଞ୍ଚଳରେ ଫସି ରହିଛନ୍ତି। ଏଠାରେ ଅଗ୍ନିଶମ ବିଭାଗ ଅବରୋଧି ହୋଇଥିବା ରାସ୍ତାକୁ ଖୋଲିବାକୁ ଚେଷ୍ଟା କରୁଛନ୍ତି।


ଏଥି ସହିତ ଶନିବାର ସନ୍ଧ୍ୟାରେ ଦକ୍ଷିଣ ପୂର୍ବ ତାଇୱାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏକ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି ଧନଜୀବନ ନଷ୍ଟ ହୋଇଥିବା ଖବର ଆସିନାହିଁ। ତେବେ ଆମେରିକାର ଭୂତତ୍ତ୍ୱ ସର୍ବେ, ଭୂକମ୍ପର ତୀବ୍ରତା ୬.୬ ବୋଲି ସୂତନା ଦେଇଛି। ଆମେରିକାର ଭୂତତ୍ତ୍ୱ ସର୍ବେରେ କୁହାଯାଇଛି ଯେ, ଏହି ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର (୬.୨ ମାଇଲ୍) ଗଭୀରରେ ହୋଇଥିବା ବେଳେ ତାଇତୁଙ୍ଗ କାଉଣ୍ଟିର ଗୁଆନଶାନ ଟାଉନସିପ୍ ନିକଟରେ ଥିଲା।