Vikramaditya Singh : ହିମାଚଳ ପ୍ରଦେଶର ପୂର୍ବତନ ସିଏମ ବିରଭଦ୍ରା ସିଂଙ୍କ ପୁଅ ତଥା କଂଗ୍ରେସ ବିଧାୟକ ବିକ୍ରମାଦିତ୍ୟ ସିଂଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। ଏହି ମାମଲା ପତ୍ନୀଙ୍କୁ ନିର୍ଯାତନା ତଥା ଘରୋଇ ହିଂସା ମାମଲାରେ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ରାଜସ୍ଥାନର ଉଦୟପୁର ସ୍ଥାନୀୟ ଅଦାଲତରେ ଏହି ମାମଲାର ବିଚାର ଚାଲିଛି ଏବଂ ୧୪ ଡିସେମ୍ବର ଆର୍ଥାତ ବୁଧବାର ଦିନ ଏହି ମାମଲାର ଶୁଣାଣି ହେବ। ବର୍ତ୍ତମାନ ପର୍ଯ୍ୟନ୍ତ, ହିମାଚଳ କ୍ୟାବିନେଟ ଦୈଡରେ ବିକ୍ରମାଦିତ୍ୟ ସିଂଙ୍କ ପାଇଁ ଏହା ଏକ ବଡ ପ୍ରତିବନ୍ଧକ ସାଜିଛି। 


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ଶିମଲା ଗ୍ରାମୀଣ ବିଧାୟକ ବିକ୍ରମାଦିତ୍ୟ ସିଂଙ୍କ ପତ୍ନୀ ସୁଦର୍ଶନ ଚାନ୍ଦବାଟ ଉଦୟପୁର (ରାଜସ୍ଥାନ) କୋର୍ଟରେ ତାଙ୍କ ସ୍ୱାମୀ ଏବଂ ପରିବାର ସଦସ୍ୟଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ୧୭ ଅକ୍ଟୋବର ୨୦୨୨ ରେ କରାଯାଇଥିଲା। ୧୭ ନଭେମ୍ବର ୨୦୨୨ ରେ ହୋଇଥିବା ପ୍ରଥମ ଶୁଣାଣିରେ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଉଦୟପୁର କୋର୍ଟ ବିକ୍ରମାଦିତ୍ୟ ସିଂ, ଶାଶୁ ପ୍ରତୀଭା ସିଂ, ନଣନ୍ଦ ଅପରାଜିତା, ନଣନ୍ଦେଇ ଅଙ୍ଗଦ ସିଂ ଏବଂ ଚଣ୍ଡିଗଡ଼ର ଜଣେ ଝିଅଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ବୁଧବାର (ଡିସେମ୍ବର 14) ଉଦୟପୁର କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।


ଅଭିଯୋଗ କ’ଣ?


ପାରିବାରିକ କଳହରେ ମହିଳା ସୁରକ୍ଷା ଆଇନର ଧାରା ୨୦ ଅନୁଯାୟୀ ବିକ୍ରମଦିତ୍ୟ ସିଂଙ୍କ ପତ୍ନୀ ସୁଦର୍ଶନା କୋର୍ଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହୋଇଛି ଯେ, ବିବାହର କିଛି ଦିନ ପରେ ଶାଶୁଘରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଇଥିଲା।  ଶାଶୁଘରେ ତାଙ୍କୁ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେବା ସହ ଅଧିକ ଯୌତୁକ ମଧ୍ୟ ଦାବି କରିଥିଲେ ବୋଲି କହିଛନ୍ତି ବିକ୍ରମାଦିତ୍ୟଙ୍କ ପତ୍ନୀ । ଏହାସହ ଅଭିଯୋଗକାରୀ କୋର୍ଟରେ ଆବେଦନ କରିଛନ୍ତି ଯେ, ତାଙ୍କୁ ଅଲଗା ରହିବା ପାଇଁ ଏକ ଘର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯିବା ଉଚିତ। ବିକ୍ରମାଦିତ୍ୟ ସିଂ ମାର୍ଚ୍ଚ ୨୦୧୯ ରେ ମେୱର ରାଜବଂଶର ରାଜକୁମାରୀ ସୁଦର୍ଶନା ଚନ୍ଦୱାଟଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା ଏବଂ ଉଭୟ ଦୀର୍ଘ ଦିନ ଧରି ଅଲଗା ରହୁଥିଲେ । ସେପଟେ, ବିକ୍ରମାଦିତ୍ୟ ସିଂ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ ସମଗ୍ର ମାମଲା ହେଉଛି ପରିବାରର। ବର୍ତ୍ତମାନ ବିକ୍ରମାଦିତ୍ୟ ସିଂ ତାଙ୍କ ମାତା ପ୍ରତୀଭା ସିଂଙ୍କ ସହ ଦିଲ୍ଲୀ ଯାଇଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ବିକ୍ରମାଦିତ୍ୟ ସିଂ ହିମାଚଳ ପ୍ରଦେଶର  ସିଏମ୍ ବିରଭଦ୍ରା ସିଂଙ୍କ ପୁଅ ଏବଂ ଦ୍ୱିତୀୟ ଥର ପାଇଁ ଶିମଲାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। 


 ଏହାବି ପଢନ୍ତୁ  : India China Standoff: କାହିଁକି ତୱାଙ୍ଗ ଠାରେ ଭାରତୀୟ ସେନାକୁ ଫସାଇ ରଖିବାକୁ ଚାହୁଁଛି ଚୀନ? ଜାଣନ୍ତୁ ଏହାର ଉଦ୍ଦେଶ୍ୟ


 ଏହାବି ପଢନ୍ତୁ  : India China Dispute: ସେହି ୪ ନିଷ୍ପତ୍ତି, ଯେଉଁଥିପାଇଁ ଭାରତ ବିରୋଧରେ ଲଢୁଛି ଚୀନ