How Can become Miss India News In Odia : ଦେଶକୁ ଏକ ନୂଆ ବିୟୁଟି କ୍ୱିନ ମିଳିଯାଇଛି। ଫେମିନା ମିସ୍ ଇଣ୍ଡିଆ ୨୦୨୨ ଘୋଷଣା କରାଯାଇଛି, କର୍ଣ୍ଣାଟକର ସିନି ଶେଟ୍ଟି ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ୍ ହାତେଇଛନ୍ତି। ବର୍ତ୍ତମାନ ସେ କେବଳ ସୋସିଆଲ ମିଡିଆରେ ଅଭିନନ୍ଦନ ପାଉନାହାଁନ୍ତି, ବରଂ ତାଙ୍କ ନାମରେ ସବୁଆଡେ ଚର୍ଚ୍ଚା ହେଉଛି। ଏପରି ପରିସ୍ଥିତିରେ, ଯଦି ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠିଛି ଯେ ମିସ୍ ଇଣ୍ଡିଆର ଏହି ଟାଇଟଲ୍ ର ଅର୍ଥ କ’ଣ, ମିସ୍ ଇଣ୍ଡିଆ କିପରି ହେବ, ଯୋଗ୍ୟତା କ’ଣ ଏବଂ ମିସ୍ ଇଣ୍ଡିଆ ହେବା ପରେ କ’ଣ ହାସଲ ହୁଏ, ତେବେ ସେ ସବୁର ଉତ୍ତର ଆଜି ଆମେ ଆପଣଙ୍କୁ ଦେବୁ । 


COMMERCIAL BREAK
SCROLL TO CONTINUE READING

ମିସ୍ ଇଣ୍ଡିଆ ବା ଫେମିନା ମିସ୍ ଇଣ୍ଡିଆ ହେଉଛି ଭାରତର ନ୍ୟାସନାଲ ବିଉଟି ପେଜେଣ୍ଟ ଟାଇଟଲ ଅଟେ। ପ୍ରତିବର୍ଷ ଫେମିନା ଗ୍ରୁପ୍ ଏହି ପ୍ରତିଯୋଗିତା ଆୟୋଜନ କରିଥାଏ । ଏହା ମାଧ୍ୟମରେ ମିସ୍ ୱାର୍ଲ୍ଡ ପରି ଇଣ୍ଟରନ୍ୟାସନାଲ ବିଉଟି ପେଜେଣ୍ଟ ଦେଶକୁ ପ୍ରତିନିଧିତ୍ୱ କରୁଥିବା ପ୍ରତିଯୋଗୀମାନେ ମନୋନୀତ ହୋଇଥାନ୍ତି । କୋଲକାତାର ପ୍ରମିଲା ପ୍ରଥମ ମିସ୍ ଇଣ୍ଡିଆ ହୋଇଥିଲେ। ସେ ୧୯୪୭ ରେ ଏହି ଟାଇଟଲ୍ ଜିତିଥିଲେ । ଏହାକୁ ସ୍ଥାନୀୟ ଗଣମାଧ୍ୟମ ଦ୍ୱାରା ଆୟୋଜନ କରାଯାଇଥିଲା । ୧୯୬୪ ମସିହାରେ ପ୍ରଥମ ଥର ପାଇଁ ଫେମିନା ମିସ୍ ଇଣ୍ଡିଆ ଆୟୋଜିତ ହୋଇଥିଲା । ମହାରାଷ୍ଟ୍ରର ମେହେର କାଷ୍ଟେଲିନୋ ପ୍ରଥମ ଫେମିନା ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ । ଏହା ପରେ ସେ ୧୯୬୪ ମସିହାରେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲେ।


ମିସ୍ ଇଣ୍ଡିଆ ହେବାକୁ କ'ଣ ଦରକାର ଯୋଗ୍ୟତା ?


  • ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେବାକୁ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ୍ ।

  • ସେହିପରି ଉଚ୍ଚତା ୫ ଫୁଟ ୩ ଇଞ୍ଚ ହୋଇଥିଲେ ଆପଣ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।

  • ଆପଣଙ୍କ ପାଖେ ଭାରତୀୟ ପାସପୋର୍ଟ ରହିଥିବା ମଧ୍ୟ ଜରୁରୀ ।

  • ଏହି ପ୍ରତିଯୋଗିତାରେ ଭାଗ ନେବାକୁ ହେଲେ ସିଙ୍ଗଲ ବା ଅବିବାହିତ ହେବା ଜରୁରୀ


ମିସ୍ ଇଣ୍ଡିଆ କମ୍ପିଟିସନ୍ ଜିତିବାକୁ ହେଲେ ଏହିସବୁ କାମ ଜରୁରୀ


  • ମିସ୍ ଇଣ୍ଡିଆ ହେବାକୁ ହେଲେ କେବଳ ସୌନ୍ଦର୍ଯ୍ୟ ଆବଶ୍ୟକ ନୁହେଁ, ଏହାସହ କରେଣ୍ଟ ଅଫେୟାର୍ସ ଉପରେ ସମ୍ପୂର୍ଣ୍ଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

  • କମ୍ୟୁନିକେସନ ସ୍କିଲ୍ ବହୁତ ଭଲ ହୋଇଥିବା ଆବଶ୍ୟକ। 

  • ଏହାସହ ନିଜ ମଧ୍ୟରେ କନଫିଡେଣ୍ଟ୍ସ ରହିବା ବି ଜରୁରୀ । 

  • ଏଥିପାଇଁ ଆପଣଙ୍କୁ ମିସ୍ ଇଣ୍ଡିଆର ଅଫିସିଆଲ୍ ସାଇଟ୍ ଯିବାକୁ ପଡିବ।

  • ପଞ୍ଜୀକରଣ ଫର୍ମରେ ପଚରାଯାଇଥିବା ସମସ୍ତ ବିବରଣୀ ପୂରଣ କରନ୍ତୁ ।

  • ଏଥିରେ ଆପଣ ନିଜର ତିନୋଟି ଭିଡିଓ ମଧ୍ୟ ଅପଲୋଡ କରିବାକୁ ପଡି଼ବ । 

  • ଗୋଟିଏ ପରିଚୟ, ଦ୍ୱିତୀୟ ରାମ୍ପୱାକ୍, ତୃତୀୟ ପ୍ରତିଭାକୁ ନେଇ ଭିଡିଓ ଦେବାକୁ ପଡ଼ିବ।

  • ଏହା ସହିତ, ଏହିପରି ଏକ କ୍ଲୋଜ ଅପ୍ ଫଟୋ ମଧ୍ୟ ଅପଲୋଡ କରିବାକୁ ପଡି଼ବ। 

  • ଏହାସହ ବର୍ଥ ପ୍ଲେସ, କରେଣ୍ଟ ଷ୍ଟେଟ୍, ନେଟିବ୍ ଷ୍ଟେଟ ସହ ଜଡିତ ଦସ୍ତାବିଜ୍ ଅପଲୋଡ କରିବାକୁ ପଡ଼ିବ।


ଏହାପରେ ସମସ୍ତ ଟର୍ମ ଓ କଣ୍ଡିସନ ବଟନ ଉପରେ କ୍ଲିକ କରିବାକୁ ପଡ଼ିବ । ଏହାପରେ ରେଜିଷ୍ଟ୍ରେସନର ସମସ୍ତ କାମପୂରା ହେବ। 


କଣ ମିଳିଥାଏ ମିସ ଇଣ୍ଡିଆ ଜିତିବା ପରେ
ମିସ୍ ଇଣ୍ଡିଆ ଟାଇଟଲ୍ ଜିତିବା ପରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଥାଏ। ଏହା ବ୍ୟତୀତ ଜାତୀୟ ତଥା ଆନ୍ତର୍ଜାତୀୟ ଗଣମାଧ୍ୟମରେ କଭରେଜ୍ ମଧ୍ୟ ମିଳିଥାଏ। 


କେବେ ହୋଇଥାଏ ଆୟୋଜନ
ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତା ପ୍ରତିବର୍ଷ ଜୁନ୍ ମାସ ପାଖାପାଖି ଆୟୋଜିତ ହୋଇଥାଏ ।