ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଗୁଟଖା ଖାଇବା ନିଶା କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ, ମାମଲା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଛି । ପତ୍ନୀ ସ୍ୱାମୀଙ୍କ ପକେଟରୁ ଗୁଟଖା ଚୋରି କରି ଖାଉଥିଲେ । ଯେତେ କହିବା ପରେ ମଧ୍ୟ ସେ ଗୁଟଖା ଖାଇବା ଅଭ୍ୟାସ ଛାଡୁନଥିଲେ । ତେଣୁ ମାମଲା ଅଧିକ ଖରାପ ହୋଇଥିଲା । ସ୍ୱାମୀଙ୍କ ବାରମ୍ବାର ମନା କରିବା ସତ୍ତ୍ୱେ ବି ପତ୍ନୀ ଗୁଟକା ନିଶା ଛାଡ଼ି ନଥିଲେ ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଏହି ଦମ୍ପତ୍ତି ମାତ୍ର ୨ ବର୍ଷ ତଳେ ଅର୍ଥାତ ୨୦୨୨ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ପ୍ରଥମେ ଉଭୟେ ହସ ଖୁସିରେ ଜୀବନ ବିତାଉଥିଲେ । ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ହୋଇଛନ୍ତି । ସ୍ୱାମୀ ଏକ ଘରୋଇ କମ୍ପାନୀରେ କାମ କରନ୍ତି ଏବଂ ସେ ଗୁଟଖା ଖାଇବାରେ ଅଭ୍ୟସ୍ତ ବୋଲି ସ୍ତ୍ରୀ କହିଛନ୍ତି । କାମରୁ ଫେରିବା ପରେ ମଧ୍ୟ ସେ ଘରେ ଗୁଟଖା ଷ୍ଟକ୍ ରଖୁଥିଲେ । ପତ୍ନୀ ମଧ୍ୟ ରାଗରେ ଗୁଟଖା ଖାଇବା ଆରମ୍ଭ କରିଥିଲେ କିନ୍ତୁ ଧୀରେ ଧୀରେ ତାହା ତାଙ୍କର ନିଶା ହୋଇଗଲା ।


ପତ୍ନୀ ଯେତେବେଳେ ସ୍ୱାମୀଙ୍କ ପକେଟରୁ ଗୁଟଖା ବାହାର କରି ଖାଇବା ଆରମ୍ଭ କଲେ ସେତେବେଳେ ସ୍ୱାମୀ ରାଗିଯାଇଥିଲେ । ଏହି ମାମଲାରେ ଦୁହିଁଙ୍କ ମଧ୍ୟରେ ଅନେକ ଥର ଝଗଡା ମଧ୍ୟ ହୋଇଥିଲା । ସ୍ୱାମୀଙ୍କ ସହ ଝଗଡା ପରେ କ୍ରୋଧରେ ପତ୍ନୀ ନିଜ ବାପଘରକୁ ଚାଲି ଯାଇଥିଲେ । ବାପ ଘରେ ପହଞ୍ଚିବା ପରେ ପତ୍ନୀ ନିଜ ସ୍ୱାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ।


ପୋଲିସ ଏହି ମାମଲା ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ପରେ ପରିବାର ପରାମର୍ଶ କେନ୍ଦ୍ରକୁ ପଠାଇଛି। କାଉନସେଲିଂ ସମୟରେ ସ୍ୱାମୀ କହିଛନ୍ତି ଯେ, ତାଙ୍କ ପତ୍ନୀ ତାଙ୍କ ପକେଟରୁ ଗୁଟଖା ଚୋରି କରନ୍ତି । ସେ ଅନେକ ଥର ମନା କରିଥିଲେ ମଧ୍ୟ ସେ ଶୁଣି ନାହାନ୍ତି । ତେବେ ପରାମର୍ଶଦାତା ଡକ୍ଟର ସତୀଶ ଖୀରୱାର ଉଭୟଙ୍କୁ ସମ୍ପୂର୍ଣ୍ଣ ଭାବେ ଗୁଟଖା ଛାଡିବାକୁ ପରାମର୍ଶ ଦେଇଥିଲେ । ଶେଷରେ ଦମ୍ପତ୍ତି ଗୁଟଖା ନ ଖାଇବାକୁ ପ୍ରତିଜ୍ଞା କରିଥିଲେ ଏବଂ ଆପୋଷ ବୁଝାମଣା ହୋଇଥିଲା । ଡକ୍ଟର ସତୀଶ ଖୀରୱର କହିଛନ୍ତି ଯେ, ତମାଖୁ ଏବଂ ମଦ୍ୟପାନର ନିଶା ପରିବାରରେ ସବୁଠୁ ବଡ଼ ଅସନ୍ତୋଷର କାରଣ ବର୍ତ୍ତମାନ ପାଲଟିଛି।


Also Read- Lucky Zodiac Sign: ୩ ଅକ୍ଟୋବରରେ ବୁଦ୍ଧାଦିତ୍ୟ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ


Also Read- Navaratri 2024: ଦେବୀ ଦୁର୍ଗାଙ୍କର ୯ଟି ରୂପର ମହତ୍ୱ, ଜାଣନ୍ତୁ କାହାଠୁ ମିଳେ କେଉଁ ବରଦାନ