Delhi Blast Update:ଅଶାନ୍ତ ହୋଇପଡ଼ିଛି ଦେଶର ରାଜଧାନୀ । ଗୋଟେ ପଟେ କୃଷକ ଆନ୍ଦୋଳନରେ ଅଶାନ୍ତି ଦେଖାଦେଇଥିବା ବେଳେ ବର୍ତ୍ତମାନ ବଡ଼ ଖବର ଆସି ପହଞ୍ଚୁଛି । ସନ୍ଧ୍ୟା ୫. ୧୧ ମିନିଟରେ ବିସ୍ଫୋରଣ ସମ୍ପର୍କିତ ଖବର ପୋଲିସ ପାଖର ପହଞ୍ଚିଥିଲା। ଏହି IED ବିସ୍ଫୋରଣ ଦିଲ୍ଲୀସ୍ଥିତ  ଇସ୍ରାଏଲ ଦୂତାବାସ ନିକଟରେ ହୋଇଛି । ବିସ୍ଫୋରଣରେ ୪ ରୁ ୫ଟି ଗାଡି଼ର କାଚ ଭାଙ୍ଗି  ଚୁରମାର ହୋଇଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି।  


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀରେ ହୋଇଥିବା ବିସ୍ଫୋରପଣକୁ ଦେଖି ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଖୋଦ ରାଜଧାନୀ ଦିଲ୍ଲୀରେ ସରକାରୀ କାର୍ଯ୍ୟାଳୟ, ଦୂତାବାସ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକର ସୁରକ୍ଷା ବୃଦ୍ଧି କରାଯାଇଛି। ଏକ ପ୍ରେସ ବିଜ୍ଞପ୍ତିରେ ଇସ୍ରାଏଲ ବିଦେଶମନ୍ତ୍ରୀ ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କବାଦୀ ଘଟଣା ବୋଲି କହିଛନ୍ତି। ଦିଲ୍ଲୀ ପୋଲିସ ଔରଙ୍ଗଜେବ ରୋଡ ଏବଂ ଅବଦ୍ଦୁଲ କଲାମ ରୋଡରେ ଥିବା CCTV କ୍ୟାମେରା ଗୁଡିକର ଯାଞ୍ଚ କରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଅନୁମାନ କରାଯାଉଛି।


  • ଦିଲ୍ଲୀର ଔରଙ୍ଗଜେବ ରୋଡରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ

  • ବିସ୍ଫୋରଣରେ ବ୍ୟବହୃତ IED କାରରେ ଅଣାଯାଇଥିବା ସନ୍ଦେହ

  • କମ କ୍ଷମତା ସମ୍ପନ୍ନ ଏହି ବିସ୍ଫୋରଣରେ କେହି ମୃତାହତ ହେବାର ସୂଚନା ନାହିଁ 

  • ଅବଦୁଲ କଲାମ ରୋଡର ଫୁଟପାଥରେ ଘଟିଥିଲା ବିସ୍ଫୋରଣ 

  • ଫୁଟପାଥ୍ ତଳେ ଥିବା ଫୁଲକୁଣ୍ଡରେ ଲୁଚାଇ ରଖାଯାଇଥିଲା IED  

  • ଔରଙ୍ଗଜେବ ରୋଡରେ ଅବସ୍ଥିତ ଇସ୍ରାଏଲ ଦୂତାବାସ 

  • ବିସ୍ଫୋରଣ ସ୍ଥଳରୁ ଦୂତାବାସର ଦୂରତା ମାତ୍ର ୧୫୦ ମିଟର 

  • ଅବଦୁଲ କଲାମ ରୋଡର କୋଠି ନଂ ୬ ନିକଟରେ ବିସ୍ଫୋରଣ ସୂଚନା

  • ଦିଲ୍ଲୀ ପୋଲିସକୁ ସନ୍ଧ୍ୟା ସମୟ ୫ଟା ୧୧ ମିନିଟ୍ ସମୟରେ ବିସ୍ଫୋରଣ ସମ୍ପର୍ତ ଖବର ପହଞ୍ଚିଲା 

  • ବିସ୍ଫୋରଣ ପ୍ରଭାବରେ ଘଟଣାସ୍ଥଳରେ ୪ରୁ୫ ଟି ଗାଡ଼ିର କାଚ ଭାଙ୍ଗି ଚୁରମାର୍

  • ଘଟଣାସ୍ଥଳରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ

  • ଘଟଣାସ୍ଥଳକୁ ସିଲ କରି ତଦନ୍ତ ଚଳାଇଛି ଦିଲ୍ଲୀ ପୋଲିସ 



ତେବେ ବିସ୍ଫୋରଣରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ପହଞ୍ଚିପାରିନାହିଁ ।