ନୂଆଦିଲ୍ଲୀ: ଇସଲାମିକ ମୌଳବାଦ (Islamic Fundamentalism)କବଳରୁ ଦେଶକୁ ହଟାଇବା ଲାଗି କଠୋର ପଦକ୍ଷେପ ଗ୍ରହଣ କରିଛି ୟୁରୋପୀୟ ଦେଶ ଫ୍ରାନ୍ସ (France)। ଏହି ଘଟଣାରେ ଫ୍ରାନ୍ସ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ପାକିସ୍ତାନ (Pakistan)ଭଳି ମୁସଲିମ ଅଧ୍ୟୁଷିତ ଦେଶରେ (Muslim Dominated Country)ବିରୋଧ କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ଇସଲାମିକ ମୌଳବାଦ ପ୍ରସଙ୍ଗ ଫ୍ରାନ୍ସ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରି ପାକିସ୍ତାନର ରାଜଧାନୀ ଇସଲାମାବାଦ (Islamabad TLP Protest)ଠାରେ ଆନ୍ଦୋଳନ ଚଳାଇଛି ମୁସଲିମ କଟ୍ଟରପନ୍ଥୀ ସଙ୍ଗଠନ (Muslim Extremist Group)ତେହେରିକ ଇ ଲବାକ ପାକିସ୍ତାନ-ଟିଏଲପି (Tehreek e Labbaik Pakistan-TLP)। ଟିଏଲପି ପକ୍ଷରୁ ଚାଲିଥିବା ଆନ୍ଦୋଳନ ଆଗରେ ଅସହାୟ ହୋଇ ଉଠିଛନ୍ତି ଦେଶରେ କ୍ଷମତାସୀନ ପ୍ରଧାନମନ୍ତ୍ରୀ ଇମରାନ ସରକାର (PM Imran Khan Govt)।  


ଏପରିକି ଟିଏଲପି ପକ୍ଷରୁ ରଖାଯାଇଥିବା ଦାବି ପୂରଣ କରିବାକୁ ସମ୍ମତି ଜଣାଇଛି ଇମରାନ ସରକାର। ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ (French Ambassador)ବହିଷ୍କାର କରିବାକୁ ଦାବି କରିଛି ଏହି ସଙ୍ଗଠନ।  


ପାକିସ୍ତାନ ସରକାରଙ୍କ ପକ୍ଷରୁ ଟିଏଲପି ସଙ୍ଗଠନକୁ ଦିଆଯାଇଥିବା ଜବାବ ଅନୁସାରେ ଖୁବ ଶୀଘ୍ର ଆଇନ ପ୍ରଣୟନ କରାଯିବ। ଯାହା ଦ୍ୱାରା ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରାଯାଇପାରିବ। ଏହା ସହ ପାକିସ୍ତାନ କୌଣସି ରାଷ୍ଟ୍ରଦୂତଙ୍କୁ (Pakistani Ambassador)ଫ୍ରାନ୍ସ ପଠାଇବ ନାହିଁ। କେବଳ ଏତିକି ନୁହେଁ ସରକାରୀ ସ୍ତରରେ ଫ୍ରାନ୍ସ ଉତ୍ପାଦ (French Product)ମଧ୍ୟ ବର୍ଜନ କରାଯିବ। ଆନ୍ଦୋଳନ ସମୟରେ ଗିରଫ ହୋଇଥିବା ଟିଏଲପି କର୍ମକର୍ତ୍ତାଙ୍କୁ ସୁରକ୍ଷିତ ଭାବେ ମୁକ୍ତ କରିବାକୁ ମଧ୍ୟ ଇମରାନ ସରକାର ରାଜି ହୋଇଛନ୍ତି।


ଫ୍ରାନ୍ସରେ ଇସଲାମ ଧର୍ମର ପ୍ରତିଷ୍ଠାତା (Founder of Islam)ପୈଗମ୍ବର ମହମ୍ମଦଙ୍କ (Prophet Muhammad)ଉପରେ ପ୍ରକାଶିତ କାର୍ଟୁନ୍‌କୁ ନେଇ ଉଠିଥିବା ବିବାଦ କାରଣରୁ ଫ୍ରାନ୍ସ ବିରୁଦ୍ଧରେ ପାକିସ୍ତାନରେ ଆନ୍ଦୋଳନ ଚାଲିଛି। ବିଗତ ୨ ଦିନ ଧରି ଟିଏଲପିର ଶହ ଶହ ସମର୍ଥକ ରାଜଧାନୀ ଇସଲାମାବାଦକୁ ଘେରାବନ୍ଦୀ କରି ରଖିଛନ୍ତି। ଏପରିକି ଏ  ମାମଲାରେ ଇମରାନ ସରକାରଙ୍କ ମନ୍ତ୍ରୀ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କ ଆଗରେ ନତମସ୍ତକ ହୋଇ ସମସ୍ତ ଦାବିକୁ ଚୁପଚାପ୍ ଗ୍ରହଣ କରିଛନ୍ତି।


ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ବ୍ରିଗେଡିୟର୍ ଆର ଏଜାଜ ଶାହା ଏବଂ ଧର୍ମ ବ୍ୟାପାର ମନ୍ତ୍ରୀ ନୁର-ଉଲ-ହକ କାଦ୍ରି ଉଭୟ ପକ୍ଷ ମଧ୍ୟରେ ହୋଇଥିବା  ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିରେ ଏହା ସ୍ପଷ୍ଟ ହୋଇଛି ଯେ ଟିଏଲପିର ସମସ୍ତ ଦାବିକୁ ପାକିସ୍ତାନ ସରକାର ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଚାରି ଦଫାର ଏହି ଚୁକ୍ତିନାମା ଅନୁସାରେ ପାକିସ୍ତାନ ସରକାର ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ସଂସଦରେ ବହିଷ୍କାର କରିବା ଲାଗି ୩ ମାସ ମଧ୍ୟରେ ଆଇନ ପ୍ରଣୟନ କରିବେ।



ଫ୍ରାନ୍ସ ବିରୁଦ୍ଧରେ ପ୍ରଦର୍ଶନ କରିବା ନାମରେ ଟିଏଲପି ଇସଲାମାବାଦ ସହରକୁ ବନ୍ଧକ ରଖିବାରେ ସଫଳ ହୋଇଛି। ଯାହା ଫଳରେ ଏଠାରେ ମୋବାଇଲ୍ ନେଟୱାର୍କ ବ୍ୟାହତ ହେବା କାାରଣରୁ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଥିଲା। ବିକ୍ଷୋଭକାରୀଙ୍କ ଉଗ୍ର ମନୋଭାବ କାରଣରୁ ଇସଲାମାବାଦକୁ ଯାଉଥିବା ରାସ୍ତାକୁ ବନ୍ଦ କରିବାକୁ ପଡିଥିଲା। ପାକିସ୍ତାନର ଏହି  ମୌଳିବାଦୀ ଗୋଷ୍ଠୀ ଚାହୁଁଥିଲେ ଇମରାନ ସରକାର ଫ୍ରାନ୍ସ ବିରୋଧରେ କିଛି କଠୋର ପଦକ୍ଷେପ ନିଅନ୍ତୁ। ସେମାନଙ୍କର ଏହି ଯୋଜନା ସଫଳ ହୋଇଛି।