Imran Khans Video Message: ପାକିସ୍ତାନ ପୋଲିସ ପକ୍ଷରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଜାରି ରହିଛି ଉଦ୍ୟମ। ପିଟିଆଇ ନେତା ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଲାହୋର ସ୍ଥିତ ବାସଭବନରେ ପହଞ୍ଚିଛି ପୋଲିସ। ଅନ୍ୟପଟେ ଇମ୍ରାନ ଖାନଙ୍କ ସମର୍ଥକ ତାଙ୍କୁ ଗିରଫ କରିବା ପାଇଁ ପାକିସ୍ତାନ ପୋଲିସ ପକ୍ଷରୁ କରାଯାଉଥିବା ଉଦ୍ୟମକୁ ଅବରୋଧ କରିଛନ୍ତି। ଏହି ସମୟରେ ଇମ୍ରାନ ଖାନ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଯେଉଁଥିରେ ପିଟିଆଇ ନେତା ଜଣଙ୍କ ନିଜର ଅଧିକାର ପାଇଁ ଲଢେଇ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ନିଜର ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ପିଟିଆଇ ନେତା ଇମ୍ରାନ ଖାନ କହିଛନ୍ତି, "ଯଦି ମୁଁ ଜେଲ ଯାଏ କିମ୍ବା ସେମାନେ ମୋତେ ମାରି ଦିଅନ୍ତି, ତାହେଲ ଆପଣ ଆପଣଙ୍କ ଅଧିକାର ପାଇଁ ଲଢେଇ କରିବେ। "  ଦୁର୍ନୀତି ମାମଲାରେ ପିଟିଆଇ ନେତା ଇମ୍ରାନ ଖାନ ଗିରଫ କରିବା ପାକିସ୍ତାନ ପୋଲିସ ପକ୍ଷରୁ ଜାରି ରହିଛି ପ୍ରୟାସ। ଅନ୍ୟପଟେ ଏହି ଗିରଫଦାରୀକୁ ରୋକିବାରେ ଲାଗି ପଡ଼଼ିଛନ୍ତି ପିଟିଆଇ ସମର୍ଥକ। ଇମ୍ରାନ ଖାନଙ୍କ ଗିରଫ କରିବାକୁସ ଆସିବା ଇମ୍ରାନ ଖାନଙ୍କ ସମର୍ଥକଙ୍କ ସହ ମୁହାଁମୁହିଁ ହୋଇଥିଲା ପାକିସ୍ତାନ ପୋଲିସ। ଏହି ସମୟରେ ପିଟିଆଇ ସମର୍ଥକ ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ଏହାର ଜବାବ ଦେବାକୁ ଯାଇ ପାଣିମାଡ଼ କରିଥିଲା ପୋଲିସ। 



ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଲୋକଙ୍କୁ ସମ୍ବୋଧିତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି, "ମୋତେ ଗିରଫ କରିବାକୁ ପୋଲିସ ମୋ ପାଖରେ ଆସି ପହଞ୍ଚିଗଲାଣି। ସେମାନେ ଭାବୁଛନ୍ତି ଯେ ଯଦି ଇମ୍ରାନ ଖାନ ଜେଲ ଚାଲିଯାଏ, ତାହେଲେ ଲୋକ ଶୋଇ ପଡ଼ିବେ। ହେଲେ ଆପଣ ସେମାନଙ୍କୁ ଭୁଲ ବୋଲି ପ୍ରମାଣିତ କରନ୍ତୁ। ଆପଣ ପ୍ରମାଣ କରନ୍ତୁ ପାକିସ୍ତାନୀ ଏ ପର୍ଯ୍ୟନ୍ତ ଜୀବିତ ଅଛନ୍ତି। " 



ପିଟିଆଇ ନେତା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, "ଆପଣଙ୍କୁ ଆପଣଙ୍କର ଅଧିକାର ପାଇଁ ଲଢେଇ କରିବାକୁ ହେବ। ଅଧିକାର ପାଇଁ ଆପଣଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିବ। ଭଗବାନ ଇମ୍ରାନ ଖାନଙ୍କୁ ସବୁକିଛି ଦେଇଛି। ମୁଁ ଆପଣଙ୍କ ଲଢେଇ ଲଢୁଛି। ମୁଁ ସାରା ଜୀବନ ଯୁଦ୍ଧ କରିସାରିଛି ଏବଂ ଜାରି ରଖିବି। ହେଲେ ଯଦି ମୋ ସହିତ କିଛି ଘଟେ,  ଯଦି ସେମାନେ ମୋତେ ଜେଲ ପଠାନ୍ତି କିମ୍ବା ମୋତେ ହତ୍ୟା କରନ୍ତି, ତାହେଲେ ଆପଣଙ୍କୁ ପ୍ରମାଣ କରିବାକୁ ହେବ ଯେ ଆପଣ ଇମ୍ରାନ ଖାନ ବିନା ମଧ୍ୟ ଲଢେଇ କରିପାରିବେ। ଆପଣଙ୍କୁ ପ୍ରମାଣ କରିବାକୁ ହେବ ଯେ ଆପଣ ଦାସତ୍ୱ ନିୟମକୁ କେବେ ଗ୍ରହଣ କରିବେ ନାହିଁ। ପାକିସ୍ତାନ ଜିନ୍ଦାବାଦ। "


କ୍ରିକେଟ ଖେଳାଳୀରୁ ରାଜନେତା ପାଲଟିଥିବା ଇମ୍ରାନ ଖାନ ତୋଷାଖାନା ଦୁର୍ନୀତି ମାମଲାରେ ଅଭିଯୁକ୍ତ ଅଛନ୍ତି। ଏହି ୭୦ ବର୍ଷୀୟ କିମ୍ବଦନ୍ତୀ କ୍ରିକେଟର ଜଣଙ୍କ ନିଜର ବୟାନ ପାଇଁ ପାକିସ୍ତାନ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି। ଗତ ବର୍ଷ ଅକ୍ଟୋବରରେ ପାକିସ୍ତାନର ନିର୍ବାଚନ ଆୟୋଗ ତାଙ୍କୁ ପ୍ରଧାନମନ୍ତ୍ରୀ ରହିଥିବା ସମୟରେ ବିଦେଶୀ ଅତିତିଙ୍କ ଠାରୁ ମିଳିଥିବା ଉପହାର ବିକ୍ରି କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ।


ଏହା ପରେ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଅଦାଲତରେ ମାମଲା ଦାଏର କରାଯାଇଥିଲା। ଅଦଲତରେ ହାଜର ନହେବା ପରେ କୋର୍ଟ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲେ। ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର ନେତୃତ୍ୱ ନେଉଥିବା ଇମ୍ରାନ ଖାନ ପାକିସ୍ତାନ ସଂସଦରେ ଅସ୍ଥା ଭୋଟ୍ ହରାଇବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଥିଲା। ପ୍ରଧାନମନ୍ତ୍ରୀ ପଦରୁ ଯିବା ପରେ ଦେଶରେ ଏକ ସାନି ନିର୍ବାଚନ କରିବାକୁ ଦାବି କରିଥିଲେ। ହେଲେ ତାଙ୍କର ଏହି ଦାବି ତାଙ୍କ ଉତ୍ତରାଧିକାରୀ ଶେହବାଜ ସରିଫଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି।