ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ (Bihar Assembly Poll 2020) ଲାଗି ଅକ୍ଟୋବର ୨୮ ତାରିଖ ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । କୋରୋନା ସଂକଟ ବେଳେ ମତଦାନ କରିବାକୁ ନେଇ ମତାଦାତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ଏବଂ ଲୋକେ ନିର୍ଭୟରେ ଗଣତନ୍ତ୍ରର ଏହି ମହାନ ପର୍ବକୁ ପାଳନ କରିଥିଲେ। ଏହି ସମୟରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। 


COMMERCIAL BREAK
SCROLL TO CONTINUE READING

ପ୍ରଥମ ପର୍ଯ୍ୟାୟ ମତାଦନ ଅନୁଷ୍ଠିତ ହେବା ପରେ ଏନଡିଏ (NDA) ମେଣ୍ଟର ସହଯୋଗୀ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା-ହାମ (HAM-Hindustani Awami Morcha) ଅଧ୍ୟକ୍ଷ ଜିତନରାମ ମାଞ୍ଝି (Jitan Ram Manjhi) ଏକ ବଡ ବୟାନ ଦେଇଛନ୍ତି। ଏନେଇ ସେ କହିଛନ୍ତି  ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ମୋଟ ୭୧ଟି ଆସନ ମଧ୍ୟରୁ ଏନଡିଏ ୫୦ଟି ସିଟ୍ ହାତେଇବ। ଏନଡିଏ ସମ୍ପୂର୍ଣ୍ଣ ଶକ୍ତିଶାଳୀ ଏବଂ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହିତ ବିହାରରେ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି।


ପ୍ରଥମ ପର୍ଯ୍ୟାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି ମଧ୍ୟ ମତଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅନେକ ଦଳର ରାଜନେତା ବିହାରବାସୀଙ୍କୁ ମତଦାନ କରିବାକୁ ନିବେଦନ କରିଥିଲେ। ଅନ୍ୟପକ୍ଷେ ଏହି ନିର୍ବାଚନରେ ବିରୋଧି ପକ୍ଷଙ୍କୁ ​​ଶବ୍ଦବାଣ ମାରିବାରେ ଲାଗିଛନ୍ତି ବିଭିନ୍ନ ଦଳ। ଉଭୟ ଏନଡିଏ-ମେହାମେଣ୍ଟ ଏବଂ ଏହାର ନେତା ପରସ୍ପରକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାରେ ଲାଗିଛନ୍ତି।


ଏକ ସାଧାରଣ ସଭାରେ ହାମ ଅଧ୍ୟକ୍ଷ ମାଞ୍ଝି କହିଛନ୍ତି ୨୦୨୦ ନିର୍ବାଚନ ଏକ ବଡ ଆହ୍ୱାନ। ଆପଣ ଏହି ନିର୍ବାଚନକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିବାକୁ ହେବ। ଗୋଟିଏ ପଟେ ବିରୋଧି (ମହାମେଣ୍ଟ) ଅଛନ୍ତି ଯେଉଁମାନେ ଦୁର୍ଗନ୍ଧ ବିସ୍ତାର କରି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି। ଅନ୍ୟପଟେ ଆମ ମେଣ୍ଟ ଏନଡିଏ ରହିଛି ଯିଏ ବିକାଶକୁ ପ୍ରସଙ୍ଗ ଭାବେ ଗ୍ରହଣ କରି ନିର୍ବାଚନ ଲଢୁଛି।