Economic Survey 2023-24 : ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ପନିପରିବା ମୂଲ୍ୟରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳୁଛି। ଏହାର ସିଧାସଳଖ ପ୍ରଭାବ  ରୋଷେଇଘରେ ଦେଖିବାକୁ ମିଳିଛି। ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫିତି ବଢି ୫.୦୮ ପ୍ରତିଶତରେ ପହଞ୍ଚଥିଲା। ତେବେ ସରକାରଙ୍କ ଅର୍ଥନୈତିକ ସର୍ଭେ କହିବା ଅନୁସାରେ ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣରେ ଅଛି । କେବଳ ଏତିକି ନୁହେଁ, ଭାରତରେ ଦୁନିଆର ଅନ୍ୟ ସବୁ ଦେଶ ତୁଳନାରେ ଖୁଚୁରା ମୁଦ୍ରାସ୍ପିତି କମ ରହିଛି।


COMMERCIAL BREAK
SCROLL TO CONTINUE READING

ଅର୍ଥନୈତିକ ସର୍ଭେ ଅନୁସାରେ କରୋନା ମହାମାରୀ ଏବଂ ଏହା ପରବର୍ତ୍ତୀ ଭୂ- ରାଜନୈତିକ ଉତ୍ତେଜନା ଦରବୃଦ୍ଧି ମୋର୍ଚ୍ଚାରେ ଅଧିକ ଆହ୍ବାନ ସୃଷ୍ଟି କରିଛି। ମହାମାରୀ କାରଣରୁ ଜରୁରୀ ସାମଗ୍ରୀର ମୂଲ୍ୟବୃଦ୍ଧି ଭାରତକୁ ଅଧିକ ପ୍ରଭାବିତ କରିଛି । ଏହାର ପରିଣାମ, ଆର୍ଥକ ବର୍ଷ ୨୨ ଏବଂ ଆର୍ଥିକ ବର୍ଷ ୨୩ରେ ମୁଖ୍ୟ ଖାଉଟି ସାମଗ୍ରୀ ଏବଂ ସେବାରେ ମୂଲ୍ୟ ବୃଦ୍ଧିର ଚାପ ଦେଖିବାକୁ ମିଳିଛି ।


ତେବେ  ଗତ ଦୁଇ ବର୍ଷରେ ପ୍ରତିକୂଳ ସ୍ଥିତି କାରଣରୁ ଖାଦ୍ୟ ମୂଲ୍ୟରେ ପ୍ରଭାବ ପଡ଼ିଛି । ଏହି ଘଟଣା ଯୋଗୁଁ ଆର୍ଥିକ ବର୍ଷ ୨୩ ଏବ ଆର୍ଥକ ବର୍ଷ ୨୪ରେ ଦରବୃଦ୍ଧି ଦେଖିବାକୁ ମିଳିଛି ।ତେବେ ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ମୁଦ୍ରା ନୀତି ଏବଂ କ୍ୟାଲିବ୍ରିଟେଡ୍ ବାଣିଜ୍ୟ ନୀତି ଉପାୟ ସହ ମଜଭୁତ ଉତ୍ପାଦନ ବୃଦ୍ଧି କରି ଆର୍ଥକ ବର୍ଷ ୨୪ରେ ମୁଖ୍ୟ ମୁଦ୍ରାସ୍ପିତକୁ ୪ ବର୍ଷର ସର୍ବନିମ୍ନ ସ୍ତରକୁ ଆଣିବାରେ ସହାୟକ ହେଲା। ସ୍ବାଭାବିକ ମୌସୁମୀ ଅନୁମାନ ଏବଂ ପ୍ରମୁଖ ଆମଦାନୀ ସାମଗ୍ରୀର ବୈଶ୍ରୟିକ ମୂଲ୍ୟର ନମନୀୟତା ଭାରତୀୟ ରିଜର୍ଭ ବ୍ୟାଙ୍କ ଏଵଂ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ଦ୍ବାରା ଭାରତ ପାଇଁ କରାଯାଇଥିବା ପୂର୍ବାନୁମାନ ଦରବୃଦ୍ଧି ନିୟନ୍ତ୍ରଣ ରହିବା ଅନୁମାନକୁ ବଳ ଦେଉଛି।


ଏହା ବ୍ୟତୀତ ମଧ୍ୟମରୁ ଦୀର୍ଘ ଅବଧିରେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ମୂଲ୍ୟ ନିରୀକ୍ଷଣ ସଂସ୍ଥା ସହ ଡ଼ାଲି ଏବଂ ଖାଇବା ତେଲ ପରି ଆବଶ୍ୟକ ଖାଦ୍ୟ ପଦାର୍ଥର ଘରୋଇ ଉତ୍ପାଦନକୁ ବଢାଇବା ପାଇଁ ଅଧିକ ବଳ ଦିଆଯିବ । ଭାରତ ବର୍ତ୍ତମାନ ସମୟରେ ଏହି ସବୁ ସାମଗ୍ରୀର ଆମଦାନୀ ଉପରେ ନିର୍ଭର ଅଛି ।


ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସାରା ଦୁନିଆର ବ୍ୟାଙ୍କ ସୁଧହାର ବଢାଇଛନ୍ତି । ଭାରତର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ମୁଦ୍ରାସ୍କୃତି ନିୟନ୍ତ୍ରଣ ପାଇଁ ଅନେକ ନିଷ୍ପତ୍ତି ନେଇଛି । ଏହାର ପ୍ରଭାବ ମଧ୍ୟ ପଡ଼ିଛି । ଆଇଏସ୍ଏଫର ଡାଟା ଅନୁସାରେ ଭାରତର ମୁଦ୍ରାସ୍କୃତି ହାର ୨୦୨୨ ଏବଂ ୨୦୨୩ରେ ବୈଦ୍ଧିକ ହାରାହାରି ଏବଂ ଇଏମଡିଟି ତୁଳନାରେ କମ ରହିଛି ।


୨୦୨୩ରେ ଭାରତର ମୁଦ୍ରାସ୍କୃତି ହାର ୨ରୁ ୬ ପ୍ରତିଶତ ସୀମା ଭିତରେ ଥିଲା । ଆମେରିକା, ଜର୍ମାନୀ ଏବଂ ଫ୍ରାନ୍ସ ପରି ବିକଶିତ ଦେଶର ଅର୍ଥବ୍ୟବସ୍ଥା ତୁଳନାରେ, ଭାରତରେ ରେ ୨୦୨୧-୨୦୨୩ର ତ୍ରୈବାର୍ଷିକ ହାରାହାରି ଦରବୃଦ୍ଧିରେ ଉତ୍ଥାନ-ପତନ ସବୁଠୁ କମ ଥିଲା ।