BSF held Rohingyas at Indo Bangla Border: ପୂର୍ବୋତ୍ତର ଭାରତସ୍ଥିତ ଭାରତ-ବାଂଲାଦେଶ ସୀମାରେ ସୀମା ସୁରକ୍ଷା ବଳ କର୍ମଚାରୀଙ୍କୁ ଅନୁପ୍ରବେଶକାରୀ ଏବଂ ରୋହିଙ୍ଗ୍ୟା ମୁସଲମାନଙ୍କ ସହ ମୁକାବିଲା କରିବାକୁ ପଡୁଛି। ନିକଟରେ ବିଏସ୍ଏଫ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଜରିଆରେ ଦର୍ଶାଯାଇଛି ଯେ ଗତ ବର୍ଷ ଦେଶର ୨ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ-ତ୍ରିପୁରା ସହ ସଂଯୁକ୍ତ ଭାରତ-ବାଂଲାଦେଶ ସୀମାରେ ପ୍ରାୟ ୫୦୦ ଅନୁପ୍ରବେଶକାରୀ ଧରାପଡିଛନ୍ତି।  ସେମାନଙ୍କ ମଧ୍ୟରୁ ୮୯ ଜଣ ରୋହିଙ୍ଗ୍ୟା ମୁସଲମାନ ରହିଥିବା ଜଣାପଡିଛି। ଯେଉଁମାନଙ୍କୁ ସୀମା ପାର ଅପରାଧରେ ସମ୍ପୃକ୍ତ ରହିଥିବା ଅଭିଯୋଗରେ ଗିରଫ କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଏହି ରିପୋର୍ଟ ଅନୁଯାୟୀ, ମେଘାଳୟ ସୀମାରେ ଧରାପଡ଼ିଥିବା ୧୩୨ ଅନୁପ୍ରବେଶକାରୀଙ୍କ ମଧ୍ୟରୁ ୩୦ ରୋହିଙ୍ଗ୍ୟା, ୪୧ ବାଂଲାଦେଶୀ ଏବଂ ୬୧ ଜଣ ଭାରତୀୟ ନାଗରିକ ରହିଛନ୍ତି। ଯେଉଁମାନେ ଏକ କିମ୍ବା ଏହା ଠାରୁ ଅଧକ ସୀମା ପାର ଅପରାଧରେ ସମ୍ପୃକ୍ତ ରହିଥିବା ଜଣାପଡିଛି। ମେଘାଳୟ ସୀମାରେ ସୀମା ସୁରକ୍ଷା ବଳ () ବିଏସ୍ଏଫ୍ () ଦ୍ୱାରା କରାଯାଇଥିବା ବିଭିନ୍ନ ଅପରେସନ୍ ସମୟରେ ସେମାନଙ୍କୁ ଗିରଫ କରାଯାଇଥିଲା। ଏହା ସହିତ ତ୍ରିପୁରା ସୀମାରେ କରାଯାଇଥିବା ବିଭିନ୍ନ ଅପରେସନ ସମୟରେ ବିଏସ୍ଏଫ୍ ୩୬୯ ଅନୁପ୍ରବେଶକାରୀଙ୍କୁ ଧରିଥିଲା। ସେମାନଙ୍କ ମଧ୍ୟରୁ ୫୯ ଜଣ ରୋହିଙ୍ଗ୍ୟା ଧରାପଡିଥିଲେ। ସୀମାରୁ ଧରାପଡ଼ିଥିବା ସମସ୍ତ ଲୋକଙ୍କ ମଧ୍ୟରେ ୧୬୦ ଜଣ ଭାରତୀୟ ଏବଂ ୧୫୦ ଜଣ ବାଂଲାଦେଶୀ ନାଗରିକ ରହିଥିବା ଜଣାପଡ଼ିଛି। 


ରୋହିଙ୍ଗ୍ୟା ହେଉଛନ୍ତି ଗୋଟିଏ ଜାତି, ଯେଉଁମାନେ ମୁଖ୍ୟତ ଇସଲାମ ଧର୍ମକୁ ଅନୁସରଣ କରିଥାନ୍ତି। ପଡୋଶୀ ମ୍ୟାନମାରର ରାଖାଇନ୍ ପ୍ରଦେଶ ହେଉଛି ସେମାନଙ୍କର ମୂଳ ବାସସ୍ଥାନ। ଗତ ୨୦୧୭ ବର୍ଷରେ ଯେତେବେଳେ ମ୍ୟାନମାର ସେନା ରୋହିଙ୍ଗ୍ୟା ମୁସଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସେତେବେଳେ ୭ ଲକ୍ଷ ୪୦ ହଜାରରୁ ଅଧିକ ରୋହିଙ୍ଗ୍ୟା ମୁସଲିମ ସେମାନଙ୍କ ଜୀବନ ରକ୍ଷା କରିବା ପାଇଁ ମ୍ୟାନମାର ଛାଡ଼ି ବାଂଲାଦେଶ ପଳାଇଥିଲେ। ଅନୁମାନ କରାଯାଏ ସେତେବେଳେ ମ୍ୟାନମାରରେ ୧୪ ଲକ୍ଷ ରୋହିଙ୍ଗ୍ୟା ବସବାସ କରୁଥିଲେ।


ବିଏସଏଫ ରିପୋର୍ଟ ଜରିଆରେ କୁହାଯାଇଛି ଯେ ଗତ ବର୍ଷ ସୀମା ସୁରକ୍ଷା ବଳ କର୍ମଚାରୀ ମେଘାଳୟରେ ଅନେକ ଚୋରା ଚାଲାଣ ଉଦ୍ୟମକୁ ପଣ୍ଡ କରିଥିଲେ। ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ବିପୁଳ ପରିମାଣର ନିଷିଦ୍ଧ ସାମଗ୍ରୀ, ଗାଇ ଗୋରୁ, ଅସ୍ତ୍ରଶସ୍ତ୍ର, ଗୁଳି, ଡ୍ରଗ୍ସ ଏବଂ ନିଶା ଦ୍ରବ୍ୟ ଜବତ କରିଥିଲେ। ସୀମାରେ ବିଏସଏଫ ମୋଟ ୨୧ କୋଟି ୪୧ ଲକ୍ଷ ୧୦ ହଜାର ୬୭ ଟଙ୍କାର ବିଭିନ୍ନ ସାମଗ୍ରୀ ଜବତ କରିଛି। ଯେଉଁଥିରେ ୫ କୋଟି ୫୫ ଲକ୍ଷ ୯୦ ହଜାର ୮୦୦ ଟଙ୍କାର ଗାଈଗୋରୁ, ୧୨ ଲକ୍ଷ ୬୬ ହଜାର ୭୧୭ ଟଙ୍କାର ମଦ, ୫୧ ଲକ୍ଷ ୯୦ ହଜାର ୨୮୦ ଟଙ୍କାର ୟାବା ଟାବଲେଟ, ୧୫ ଲକ୍ଷ ୧୭ ହଜାର ୪୦୧ ଟଙ୍କାର ଫେନ୍ସିଡିଲ୍ ଟ୍ୟାବଲେଟ, ୨ ଲକ୍ଷ ୬୭ ହଜାର ଟଙ୍କାର ଗଞ୍ଜେଇ, ୮୭ ହଜାର ୫୦୦ ଚଙ୍କାର ଏଫଆଇସିଏନ,  ୧୭  ଲକ୍ଷ ୫୭ ହଜାର ୭୪୮ ଟଙ୍କାର ସୁନା ରହିଛି। 


ମେଘାଳୟ ବ୍ୟତୀତ ତ୍ରିପୁରା ସୀମାରେ ବିଏସଏଫ ସଫଳତାର ସହ ୧୮୧୩ ଗାଈଗୋରୁଙ୍କୁ ଉଦ୍ଧାର କରିବା ସହ ୫୮ କୋଟି ୩୪ ଲକ୍ଷ ୭୫ ହଜାର ୬୧୮ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ଜବତ କରିଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୬୬ ହଜାର ୬୦୮ ବୋତଲ ଫେନ୍ସୋଡିଲ, ୧୮ ହଜାର ୬୮୫ କିଲୋଗ୍ରାମ ଗଞ୍ଜେଇ, ୧ ଲକ୍ଷ ୧୪ ୬୫୮  ୟାବା ଟାବଲେଟ, ୮୬.୨୫୨ ଗ୍ରାମ ସୁନା, ୧୦୦ ଗ୍ରାମ ରୂପା, ୧୫୧୩.୩୮ ଗ୍ରାମ ବ୍ରାଉନ ସୁଗାର, ହତିଆ ଏବଂ ଗୁଳିଗୋଳା, ୪୮ ଲକ୍ଷ ୩୫ ହଜାର ୮୫୩  ବାଂଲାଦେଶୀ ମୁଦ୍ରା ଜବତ କରାଯାଇଛି। ତ୍ରିପୁରା ରାଜ୍ୟରେ ୬୪୪.୭୧ ଏକର ଜମିରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ମଧ୍ୟ ନଷ୍ଟ କରାଯାଇଛି।


ଏହି ରିପୋର୍ଟ ଜରିଆରେ ଦର୍ଶାଯାଇଛି ଯେ ମେଘାଳୟ ଅନ୍ତର୍ଜାତୀୟ ସୀମାର ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଭାରତ-ବାଂଲାଦେଶ ସୀମାରେ ସୀମାପାର ଅପରାଧକୁ ରୋକିବା ପାଇଁ ବିଏସଏଫ ପ୍ରତିବଦ୍ଧ। ମେଘାଳୟ ଠାର ବିଏସ୍ଏଫ୍ ଏହାର ଉତ୍ସର୍ଗୀକୃତ କର୍ତ୍ତବ୍ୟ ତଥା ସୀମା ଜନସଂଖ୍ୟା ବୃଦ୍ଧି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସୀମାନ୍ତବର୍ତ୍ତୀ ଅଞ୍ଚଳର ଜନସଂଖ୍ୟା ମଧ୍ୟରେ ସୁରକ୍ଷା ଭାବନାକୁ ପ୍ରୋତ୍ସାହିତ କରୁଛି ଏବଂ ଆବଶ୍ୟକ ସମୟରେ ସେମାନଙ୍କୁ ସାହାଯ୍ୟ କରୁଛି।