ଏଲଏସି ସୀମା ବିବାଦ ଉପରେ ଦ୍ୱିପାକ୍ଷିକ ଆଲୋଚନା, ୫ଟି କାରଣକୁ ଗୁରୁତ୍ତ୍ୱ
ସୀମାରେ (LAC) ଏବେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ଯୁଦ୍ଧ ପାଇଁ ଭାରତକୁ ଉସୁକାଇବାରେ ଚୀନ (China) ବ୍ୟସ୍ତ ରହିଛି।
ନୂଆଦିଲ୍ଲୀ: ସୀମାରେ (LAC) ଏବେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ଯୁଦ୍ଧ ପାଇଁ ଭାରତକୁ ଉସୁକାଇବାରେ ଚୀନ (China) ବ୍ୟସ୍ତ ରହିଛି। ସୀମାରେ ବାରମ୍ବାର ସୀମା ଉଲ୍ଲଂଘନ କରୁଥିବା ବେଳେ ସୀମାରେ ଚୀନ ସେନା (China Army) ଙ୍କୁ ଠୁଳ କରୁଛି। ଏପରିକି ଅସ୍ତ୍ରଶସ୍ତ୍ର ମଧ୍ୟ ଆଣି ଠୁଳ କରୁଥିବା ଦେଖିବାକୁ ମିଳିଛି। ତେବେ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଦ୍ୱିପାକ୍ଷିକ ବୈଦେଶିକ ମନ୍ତ୍ରିସ୍ତରୀୟ (Foriegn Affairs Minister) ଆଲୋଚନା ହୋଇଛି।
ଏଠାରେ କହି ରଖୁଛୁ ଯେ, ମସ୍କୋ (Moscow) ରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନର ଶିଖର ଆଲୋଚନାରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ (Foriegn Affairs Minister) ସାମିଲ ହୋଇଛନ୍ତି। ଏହାରି ମଧ୍ୟରେ ଗୁରୁବାର ରାତିରେ ଶିଖର ବାର୍ତ୍ତାରେ ଉଭୟ ଭାରତ ଓ ଚୀନର ବୈଦେଶିକ ମନ୍ତ୍ରୀ ସାମିଲ ହୋଇଥିଲେ। ପ୍ରାୟ ଅଢେଇ ଘଣ୍ଟା ଆଲୋଚନା ଜାରି ରହିଥିଲା। ସୀମାରେ ସ୍ଥିତି ଉଦବେଗଜନକ ରହିଥିବା ବେଳେ ଉଭୟ ରାଷ୍ଟ୍ର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଉକ୍ତ ବୈଠକରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର (S. Jaishankar) ଏଲଏସିରେ ଉପୁଜୁଥିବା ପରିସ୍ଥିତି ଉପରେ ଚିନ୍ତା ବ୍ୟକ୍ତି କରିଥିଲେ। ଚୀନ ପକ୍ଷରୁ ବିପୁଳ ପରିମାଣରେ ସେନା ଓ ଅସ୍ତ୍ରଶସ୍ତ୍ର ଠୁଳ କରୁଥିବା ଅଭିଯୋଗରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ୟି (wang yi) ଙ୍କୁ କହିଥିଲେ କି, ସୀମାରେ ଉପୁଜୁଥିବା ପରିସ୍ଥିତି ପାଇଁ ଆମ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି। ଏହି ସ୍ଥିତି ପାଇଁ ଉଭୟ ରାଷ୍ଟ୍ରର ସମ୍ପର୍କ ବେଶ ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହି ସ୍ଥିତିର ତତ୍କାଳ ସମାଧାନ ପାଇଁ ଉଭୟ ରାଷ୍ଟ୍ର ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ଉଭୟ ରାଷ୍ଟ୍ର ପକ୍ଷରୁ ଜାରି କରାଯାଇଥିବା ଜଏଣ୍ଟ ଷ୍ଟେଟମେଣ୍ଟରେ ଭାରତ ଓ ଚୀନର ବୈଦେଶିକ ମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି। ଷ୍ଟେଟମେଣ୍ଟ ଅନୁଯାୟୀ ସୀମାରେ ଦେଖାଦେଇଥିବା ପରିସ୍ଥିତି ବର୍ତ୍ତମାନ ପରିସ୍ଥିତିରେ ଉଭୟ ରାଷ୍ଟ୍ର ପାଇଁ ହିତକାର ନୁହେଁ। ତେବେ ପରିଶେଷରେ ଉଭୟ ଭାରତ ଓ ଚୀନର ପ୍ରତିନିଧି ମଣ୍ଡଳ ପାଞ୍ଚଟି ବିନ୍ଦୁ ଉପରେ ଏକ ବୁଝାମଣା ହୋଇଥିଲା। ଏହି ବୁଝାମଣାରେ ଉଭୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନେ ସହମତି ପ୍ରକାଶ କରିଥିଲେ। ଉଭୟ ରାଷ୍ଟ୍ର ସ୍ଥିତିରେ ସୁଧାର ଆଣିବା ପାଇଁ ଏହି ପାଞ୍ଚଟି ବୁଝାମଣା ଉପରେ କାର୍ଯ୍ୟ କରିବେ ବୋଲି ସହମତି ଜଣାଇଥିବା ଜଣାପଡ଼ିଛି।
ଉଭୟ ପକ୍ଷ ଦ୍ୱାରା ଜାରି ମିଳିତ ବିବୃତ୍ତିରେ ଚୀନ୍ ଏବଂ ଭାରତର ଉଭୟ ବୈଦେଶିକ ମନ୍ତ୍ରୀ ସହମତ ହୋଇଛନ୍ତି ଯେ ସୀମା ଅଞ୍ଚଳରେ ବର୍ତ୍ତମାନର ପରିସ୍ଥିତି ଉଭୟ ପକ୍ଷ ପାଇଁ ଲାଭଦାୟକ ନୁହେଁ ତେଣୁ ସୀମାରେ ଉଭୟ ପକ୍ଷଙ୍କୁ ଦିଆଯିବା ଉଚିତ ବୋଲି ସେମାନେ ସହମତ ହୋଇଛନ୍ତି। ଆଲୋଚନା ଜାରି ରହିବା ଉଚିତ୍ | ଉପଯୁକ୍ତ ଦୂରତା ବଜାୟ ରଖିବା ଏବଂ ଚାପକୁ ହ୍ରାସ କରିବା ପାଇଁ ଏହା ଉତ୍ସାହର ବିଷୟ | ଏହି ଚୁକ୍ତିରେ ଆହୁରି କୁହାଯାଇଛି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କର ବିକାଶ ପାଇଁ ଉଭୟ ପକ୍ଷ ନେତାଙ୍କ ମଧ୍ୟରେ ସର୍ବସମ୍ମତ ମାର୍ଗଦର୍ଶନ କରିବା ଉଚିତ ଏବଂ ଉଭୟ ପକ୍ଷକୁ ମତଭେଦକୁ ବିବାଦରେ ପରିଣତ କରିବାକୁ ଦିଅନ୍ତୁ ନାହିଁ।
ଏହି ଚୁକ୍ତିରେ ଆହୁରି କୁହାଯାଇଛି ଯେ ଦୁଇ ଦେଶର ସୀମା ସମ୍ବନ୍ଧୀୟ ପ୍ରସଙ୍ଗରେ ଥିବା ଚୁକ୍ତିନାମା ଏବଂ ପ୍ରୋଟୋକଲ ଗୁଡ଼ିକର ଯତ୍ନ ନେବେ ଏବଂ ସୀମାରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରିବେ ଏବଂ ପରିସ୍ଥିତିକୁ ଆହୁରି ଖରାପ କରିବ।