ନୂଆଦିଲ୍ଲୀ: ଦେଶରେ ମାରାତ୍ମକ କୋରୋନା ଭୂତାଣୁ (କୋଭିଡ 19) ବିସ୍ତାର ଜାରି ରହିଛି। ଦେଶରେ ବହୁ ସଂଖ୍ୟାରେ ମୃତ୍ୟୁ ମଧ୍ୟ ଘଟୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୩୧୩ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି। ଏଥି ସହିତ ଶୁକ୍ରବାର ୫୪୯ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୭ ହଜାର ୭୪୦କୁ ବୃଦ୍ଧି ପାଇଛି। ଦେଶରେ କୋରୋନା ଭୂତାଣୁର ସର୍ବଶେଷ ସ୍ଥିତି କ’ଣ ଜାଣନ୍ତୁ।


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୫୪୩ ଜଣ ଲୋକ କୋରୋନାରୁ  ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା ଏକ ଲକ୍ଷ ୬୧ ହଜାର ୫୫୫ ଅଟେ। ଦେଶରେ ଏପର୍ଯ୍ୟନ୍ତ ୩ କୋଟି ୪୨ ଲକ୍ଷ ୬୦ ହଜାର ୪୭୦ଟି କୋରୋନା ମାମଲା ରୁଜୁ ହୋଇଛି, ସେଥିମଧ୍ୟରୁ ୩ କୋଟି ୩୬ ଲକ୍ଷ ୪୧ ହଜାର ୧୭୫ ଲୋକ ଆରୋଗ୍ୟ ଲାଭ କରିଛନ୍ତି।


Also Read: ବିଭତ୍ସ ହତ୍ୟାକାଣ୍ଡ: ଆଖି କାଢି ଫିଲ୍ମ ଦେଖିବାକୁ ଗଲା ଅଭିଯୁକ୍ତ


ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ ଶୁକ୍ରବାର ଦେଶରେ ୫୬ ଲକ୍ଷ ୯୧ ହଜାର ୧୭୫ ଡୋଜ କୋରୋନା ଟିକା ଦିଆଯାଇଥିଲା। ଯାହା ପରେ ଦେଶରେ ଏପର୍ଯ୍ୟନ୍ତ ୧୦୫ କୋଟି ୪୩ ଲକ୍ଷ ୧୩ ହଜାର ୯୭୭ ଲୋକଙ୍କୁ ଟିକା ଦିଆଯାଇଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି ଯେ, ଶୁକ୍ରବାର ଭାରତରେ କୋରୋନା ପାଇଁ ୧୧ ଲକ୍ଷ ୭୬ ହଜାର ୮୫୦ ନମୁନା ପରୀକ୍ଷା କରାଯାଇଥିଲା। ଯାହା ପରେ ଶୁକ୍ରବାର ପର୍ଯ୍ୟନ୍ତ ମୋଟ ୬୦ କୋଟି ୬୯ ଲକ୍ଷ ୫୯ ହଜାର ୮୦୭ ନମୁନା ପରୀକ୍ଷା କରାଯାଇଛି। 


ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୭୪ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ୪ ଜଣଙ୍କ ମୃତ୍ୟୁ ହୋଇଛି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୫ ଆକ୍ରାନ୍ତ ଆକ୍ରାନ୍ତ ଅଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୯୬୯ ହେଲା।